ଅଙ୍ଗିରା ବା ଅଙ୍ଗୀରସ ମୁନି ବ୍ରହ୍ମାଙ୍କର ମାନସ ସନ୍ତାନମାନଙ୍କ ମଧ୍ୟରୁ ଅନ୍ୟତମ। କୂର୍ମ ପୁରାଣ ଅନୁସାରେ ସେ ବ୍ରହ୍ମାଙ୍କର ମସ୍ତିଷ୍କରୁ ଜାତ ହୋଇଥିଲେ। ସେ ସପ୍ତଋଷିଙ୍କର ଅନ୍ତର୍ଗତ। ସେ ‘ଅଙ୍ଗୀରସ ସଂହିତା’ ନାମକ ଏକ ଗ୍ରନ୍ଥର ପ୍ରଣେତା। ଏହି ଋଷିଙ୍କର ସାତ ପ୍ରଭାମୟ ପୁତ୍ର ଥିଲେ, ଯେଉଁମାନଙ୍କ ମଧ୍ୟରୁ ଦେବଗୁରୁ ବୃହସ୍ପତି ଜଣେ। ତାହାଙ୍କଠାରୁ ବିଭିନ୍ନ ଅଗ୍ନିମାନ ସଂଜାତ ହୋଇଥିଲେ। ସଂସାରରେ ସେ ଦ୍ବିତୀୟ ଅଗ୍ନି ଭାବରେ ଖ୍ୟାତ।
ପ୍ରାଚୀନ କାଳର କଥା। ମହାଭାଗ ଅଙ୍ଗିରା ଏକଦା କଠୋର ତପସ୍ୟା କରିବା ଆରମ୍ଭ କଲେ। େସହି ତପଶ୍ଚରଣରେ ସେ ସଫଳ ମଧ୍ୟ ହେଲେ। ସେହି ସମୟରେ କୌଣସି କାରଣରୁ ଅଗ୍ନିଦେବ ଜଳ ମଧ୍ୟରେ ରହି ତପସ୍ୟା କରି ଅତ୍ୟନ୍ତ କ୍ଷୀଣ ଓ ପ୍ରଭାହୀନ ହୋଇଯାଇଥିଲେ। ସ୍ବୟଂ ତେଜୋମୟ ହୋଇ ମଧ୍ୟ ଅଙ୍ଗିରାମୁନିଙ୍କ ତାପରେ ସେ ଅତ୍ୟନ୍ତ ସନ୍ତାପିତ ହୋଇପଡ଼ିଲେ। ତାଙ୍କର ଶରୀର ମଳିନ ହୋଇଗଲା। କିନ୍ତୁ ଏହାର କାରଣ ଜାଣି ନ ପାରିବାରୁ ସେ ମନେ ମନେ ଚିନ୍ତା କଲେ- ଦୀର୍ଘ ସମୟ ଅନୁପସ୍ଥିତ ରହିବାରୁ ବ୍ରହ୍ମା ବୋଧହୁଏ କୌଣସି ଦ୍ବିତୀୟ ଅଗ୍ନି ନିର୍ମାଣ କରିଛନ୍ତି। ତପସ୍ୟା ହେତୁ ମୋର ଅଙ୍ଗ କ୍ଷୀଣ ଓ ନିଷ୍ପ୍ରଭ ହୋଇଯାଇଛି। କିପରି ପୁଣି ମୁଁ ମୋର ପୂର୍ବରୂପ ଫେରି ପାଇବି?
ରାମକଥା ଅନୁସାରେ, ଭଗବାନ ରାମଚନ୍ଦ୍ର ଅଙ୍ଗିରା ମୁନିଙ୍କୁ ସାକ୍ଷାତ କରିବା ପାଇଁ ଏଠାକୁ ଆସିଥିଲେ। ବନବାସ କାଳରେ ସେ ଏଠାରେ କିଛିଦିନ ଅତିବାହିତ କରିଥିଲେ। ଏଠାରେ ସପ୍ତଋଷି- ମୁଚୁକୁନ୍ଦ, ଅଗସ୍ତ୍ୟ, ଅଙ୍ଗିରା, ଶୃଙ୍ଗୀ, କଂକର, ଶରଭଙ୍ଗ ଓ ଗୌତମଙ୍କ ଆଶ୍ରମ ଥିଲା। ଏହି ପର୍ବତର ଶିଖର ଦେଶରେ ଋଷି ଅଙ୍ଗିରାଙ୍କର ଏକ ପ୍ରତିମୂର୍ତ୍ତି ରହିଛି। ପର୍ବତ ପାଦତଳେ ଏକ ଯଜ୍ଞଶାଳା ରହିଛି, ଯେଉଁଠି ଅଙ୍ଗିରାଙ୍କର ଚିମୁଟା ଓ ତ୍ରିଶୂଳ ପୂଜା ପାଉଛି। ପର୍ବତ ଶିଖରର ଏକ ଶିଳା ଉପରେ ଏକ ପଦଚିହ୍ନ ଅଙ୍କିତ। ତାହାକୁ ଭଗବାନ ରାମଙ୍କର ପାଦଚିହ୍ନ ବୋଲି କୁହାଯାଏ।
ଏହିପରି ଚିନ୍ତାକରି ଇତସ୍ତତଃ ହୋଇ ବୁଲୁବୁଲୁ ଅଙ୍ଗିରା ମୁନିଙ୍କ ସହିତ ଅଗ୍ନିଙ୍କର ସାକ୍ଷାତ ହେଲା। ସେ ଦେଖିଲେ, ମୁନି ଅଙ୍ଗିରା ଅଗ୍ନିସମାନ ପ୍ରକାଶିତ ହୋଇ ସମଗ୍ର ଜଗତକୁ ଉତ୍ତାପ ପ୍ରଦାନ କରୁଛନ୍ତି। ଏହା ଦେଖି ଅଗ୍ନି ମୁନି ଅଙ୍ଗିରାଙ୍କ ନିକଟକୁ ଆସି ତାଙ୍କୁ ଲୋକପାବନ ଅଗ୍ନିଙ୍କ ପଦରେ ପ୍ରତିଷ୍ଠିତ ହେବାକୁ ଅନୁରୋଧ କଲେ। ଏହାକୁ ମହାମୁନି ଅଙ୍ଗିରା ଅସ୍ବୀକାର କରିବା ସହିତ ଅଗ୍ନିଙ୍କୁ ନିଜ ପଦରେ ରହିବାକୁ ଏବଂ ତାଙ୍କୁ ପୁତ୍ର ରୂପେ ଗ୍ରହଣ କରିବାକୁ ଅନୁରୋଧ କଲେ। ସେ ଯଜ୍ଞହବି ଅଗ୍ନିଙ୍କ ନିକଟରେ ପହଞ୍ଚାଇ ତାଙ୍କୁ ପୁନଶ୍ଚ ପ୍ରଭାଯୁକ୍ତ କଲେ। ଏହା ପଞ୍ଚାଗ୍ନି ନାମରେ ବିଖ୍ୟାତ ହେଲା।
ଏହି କୀର୍ତ୍ତିମାନ ତପସ୍ବୀଙ୍କର ଆଶ୍ରମ ଛତିଶଗଡ଼ର ଧମତେରୀ ଜିଲାର ସିହବା ପର୍ବତରେ ରହିଛି। ପ୍ରାଚୀନ କାଳରେ ତାହା ଶ୍ରୀଖଣ୍ଡ ପର୍ବତ ନାମରେ ପ୍ରଖ୍ୟାତ ଥିଲା। ଏହି ପର୍ବତ ମହାନଦୀର ଉଦ୍ଗମ ସ୍ଥଳ। ରାମକଥା ଅନୁସାରେ, ଭଗବାନ ରାମଚନ୍ଦ୍ର ଅଙ୍ଗିରା ମୁନିଙ୍କୁ ସାକ୍ଷାତ କରିବା ପାଇଁ ଏଠାକୁ ଆସିଥିଲେ। ବନବାସ କାଳରେ ସେ ଏଠାରେ କିଛିଦିନ ଅତିବାହିତ କରିଥିଲେ। ଏଠାରେ ସପ୍ତଋଷି- ମୁଚୁକୁନ୍ଦ, ଅଗସ୍ତ୍ୟ, ଅଙ୍ଗିରା, ଶୃଙ୍ଗୀ, କଂକର, ଶରଭଙ୍ଗ ଓ ଗୌତମଙ୍କ ଆଶ୍ରମ ଥିଲା।
ଏହି ପର୍ବତର ଶିଖର ଦେଶରେ ଋଷି ଅଙ୍ଗିରାଙ୍କର ଏକ ପ୍ରତିମୂର୍ତ୍ତି ରହିଛି। ପର୍ବତ ପାଦତଳେ ଏକ ଯଜ୍ଞଶାଳା ରହିଛି, ଯେଉଁଠି ଅଙ୍ଗିରାଙ୍କର ଚିମୁଟା ଓ ତ୍ରିଶୂଳ ପୂଜା ପାଉଛି। ପର୍ବତ ଶିଖରର ଏକ ଶିଳା ଉପରେ ଏକ ପଦଚିହ୍ନ ଅଙ୍କିତ। ତାହାକୁ ଭଗବାନ ରାମଙ୍କର ପଦଚିହ୍ନ ବୋଲି କୁହାଯାଏ। ପର୍ବତ ମଧ୍ୟରେ ସାତରୁ ଅଧିକ ଗୁମ୍ଫା ରହିଛି। ଗୋଟିଏ ଗୁମ୍ଫାରେ ସର୍ବଦା ପ୍ରଦୀପ ପ୍ରଜ୍ବଳିତ ରହିଛି। ପର୍ବତର ପାଦଦେଶରେ ସୀତାନଦୀ ପ୍ରବାହିତ। ଛତିଶଗଡ଼ ସରକାର ସଂପ୍ରତି ରାମ ଗମନ ପଥ ପରିକ୍ରମା ବିକାଶ ଯୋଜନାରେ ଏହି ପର୍ବତକୁ ଅନ୍ତର୍ଭୁକ୍ତ କରି ଏହି ସ୍ଥାନର ବିକାଶ ପାଇଁ ଧ୍ୟାନ ଦେଉଛନ୍ତି।