ଭଗବାନ ଶ୍ରୀକୃଷ୍ଣ ମୃତ୍ୟୁ ସମୟରେ କର୍ଣ୍ଣଙ୍କୁ କ’ଣ ବରଦାନ ଦେଇଥିଲେ? କାହିଁକି କର୍ଣ୍ଣଙ୍କ ଅନ୍ତିମ ସଂସ୍କାର ଶ୍ରୀକୃଷ୍ଣଙ୍କ ହାତରେ ସଂପନ୍ନ ହୋଇଥିଲା !

ମହାଭାରତରେ କର୍ଣ୍ଣ କେବଳ ଯୋଦ୍ଧା ନ ଥିଲେ, ସେ ମଧ୍ୟ ଦାନବୀର ଥିଲେ । ସେ ବହୁତଥର ଦାନର ପରୀକ୍ଷାରେ ମଧ୍ୟ ସଫଳ ହୋଇଛନ୍ତି । ଏହି ଗୁଣ ପାଇଁ କର୍ଣ୍ଣ ଯୁଦ୍ଧରେ ଅଧର୍ମ ପକ୍ଷରେ ଥିଲେ ମଧ୍ୟ ତାଙ୍କୁ ମୋକ୍ଷ ପ୍ରାପ୍ତି ମିଳିଥିଲା । ଭଗବାନ କୃଷ୍ଣ ମୃତ୍ୟୁର ଶେଷ ସମୟରେ କର୍ଣ୍ଣଙ୍କୁ ତିନୋଟି ବରଦାନ ଦେଇଥିଲେ ଏବଂ ତାଙ୍କ ଶବ ସଂସ୍କାର ନିଜେ ଭଗବାନ ଶ୍ରୀକୃଷ୍ଣ କରିଥିଲେ । ଯେହେତୁ କୃଷ୍ଣ ଭଗବାନ ବିଷ୍ଣୁଙ୍କର ଅବତାର ଥିଲେ, ସେ ଯେତେବେଳେ କର୍ଣ୍ଣଙ୍କର ନିଜେ ଅନ୍ତିମ ସଂସ୍କାର କଲେ, ସେ ନିଶ୍ଚୟ ସ୍ୱର୍ଗ ଲୋକକୁ ଯାଇଥିବ ଏବଂ ମୋକ୍ଷ ପ୍ରାପ୍ତି ହୋଇଥିବ । ଏହା ପଛରେ ମଧ୍ୟ ଅନେକ କାହାଣୀ ରହିଛି ।

ScoopWhoop

ଯୋଦ୍ଧା କର୍ଣ୍ଣଙ୍କୁ ପାଣ୍ଡବ ଭୟ କରୁଥିଲେ,କାରଣ ସେ ଥିଲେ ଅର୍ଜୁନଙ୍କ ସମକକ୍ଷ । ଦୁର୍ଯ୍ୟୋଧନଙ୍କୁ ଏକଥା ଜଣାଥିଲା କି ଯେଉଁ ପର୍ଯ୍ୟନ୍ତ କର୍ଣ୍ଣ ତାଙ୍କ ସହିତ ଅଛନ୍ତି ସେ ଯୁଦ୍ଧ ନିଶ୍ଚୟ ଜିତିବେ । ଏହି କଥା ପାଣ୍ଡବ ଏବଂ ଶ୍ରୀକୃଷ୍ଣ ମଧ୍ୟ ଜାଣିଥିଲେ । କୃଷ୍ଣ ଜାଣିଥିଲେ ଯେ କର୍ଣ୍ଣ ହେଉଛନ୍ତି ଅସାଧାରଣ ଯୋଦ୍ଧା । ସ୍ଥଳ ବିଶେଷରେ ତାଙ୍କ ଆଗରେ ଅର୍ଜୁନ ନିଶ୍ଚିତ ହାରିଯିବେ । ଏହାର ମଧ୍ୟ ଏକ କାରଣ ଥିଲା । କର୍ଣ୍ଣଙ୍କ ପାଖରେ ଯୂର୍ଯ୍ୟ ଦେଇଥିବା କବଚ-କୁଣ୍ଡଳ ଥିଲା ଯାହା ଫଳରେ ତାଙ୍କର କୌଣସି ଅସ୍ତ୍ରଶସ୍ତ୍ର କ୍ଷତି କରିପାରୁ ନ ଥିଲା। ତେଣୁ କୃଷ୍ଣ ପାଣ୍ଡବଙ୍କର ଏହି ଚିନ୍ତାରୁ ମୁକ୍ତି କରିବାର ଦାୟିତ୍ୱ ଇନ୍ଦ୍ରଙ୍କୁ ଦେଇଥିିଲେ । ଇନ୍ଦ୍ର ଜାଣିଥିଲେ ଯେ କର୍ଣ୍ଣ ହେଉଛନ୍ତି ଦାନ ବୀର । ସେ ନିଜର ମୃତ୍ୟୁକୁ ମଧ୍ୟ ଦାନ କରିପାରିବେ । ସେଥିପାଇଁ ଇନ୍ଦ୍ର ବାହ୍ମଣ ବେଶ ଧାରଣ କରି କର୍ଣ୍ଣଙ୍କ ପାଖକୁ ଯାଇ କବଚ-କୁଣ୍ଡଳ ମାଗିବା ପାଇଁ ଯୋଜନା କରିଥିଲେ । ସୂର୍ଯ୍ୟଙ୍କୁ ଏହି ଯୋଜନା ବିଷୟରେ ଜଣାପଡ଼ିଗଲା ଏବଂ ସେ କୌଣସି ପରିସ୍ଥିତିରେ ଏହି କବଚ-କୁଣ୍ଡଳ କାହାକୁ ନ ଦେବା ପାଇଁ କର୍ଣ୍ଣଙ୍କୁ କହିଥିଲେ । କିନ୍ତୁ ଦାନବୀର କର୍ଣ୍ଣ ସବୁକିଛି ଜାଣିମଧ୍ୟ ଭିକ୍ଷୁକ ବେଶରେ ଆସିଥିବା ଇନ୍ଦ୍ରଙ୍କୁ ନିଜର କବଚ ଦେଇଥିଲେ । କର୍ଣ୍ଣଙ୍କର ଦାନବୀରତାରେ ପ୍ରଭାବିତ ହୋଇ ଇନ୍ଦ୍ର ନିଜର ଦିବ୍ୟାସ୍ତ୍ର, ଯାହାର ପ୍ରୟୋଗରେ ମୃତ୍ୟୁ ନିଶ୍ଚିତ ହେବ । କିନ୍ତୁ ସର୍ତ୍ତ ଥିଲା କି ଏହା କେବଳ ଥରେ ପ୍ରୟୋଗ କରାଯାଇପାରିବ ।

Lonely Philosopher

କ୍ଷତ୍ରିୟ ହୋଇନଥିବାରୁ କର୍ଣ୍ଣଙ୍କୁ ଦ୍ରୋଣାଚାର୍ଯ୍ୟ ଶିକ୍ଷା ଦେଇନଥିଲେ । ସେ ପରଶୁରାମଙ୍କ ପାଖରେ ଶିକ୍ଷା ଗ୍ରହଣ କରିଥିଲେ। ପରଶୁରାମ କର୍ଣ୍ଣଙ୍କୁ ବ୍ରହ୍ମାସ୍ତ୍ରର ଚାଳନା ଶିକ୍ଷା ଦେଇଥିଲେ । କର୍ଣ୍ଣ କିନ୍ତୁ ତାଙ୍କୁ ମିଛରେ କହିଥିଲେ କି ସେ ବ୍ରାହ୍ମଣ କୁଳରେ ଜାତ । ସତକଥା ଜାଣି ପରଶୁରାମ ତାଙ୍କୁ ଅଭିଶାପ ଦେଇଥିଲେ କି ସେ ବ୍ରହ୍ମାସ୍ତ୍ରର ପ୍ରୟୋଗ ସେହି ସମୟରେ ଭୁଲିଯିବେ, ଯେତେବେଳେ ତା’ର ଆବଶ୍ୟକତା ଥିବ । କୁରୁକ୍ଷେତ୍ର ଯୁଦ୍ଧର ଶେଷ ସମୟରେ ଯେତେବେଳେ କର୍ଣ୍ଣ ଅର୍ଜ୍ଜୁନଙ୍କ ଉପରେ ଏହି ଅସ୍ତ୍ରର ପ୍ରୟୋଗ କରୁଥିଲା, ସେ ତାର ଚାଳନା ବିଧି ଭୁଲିଯାଇଥିଲା । ଫଳରେ ଅର୍ଜ୍ଜୁନ ଏହି ସୁଯୋଗରେ ପ୍ରହାର କରିଥିଲେ ।

ଥରେ ଭୁଲବଶତଃ କର୍ଣ୍ଣଙ୍କ ଦ୍ୱାରା ଜଣେ ଛୋଟ ଶିଶୁ କନ୍ୟାର ଘିଅ ଥିବା ମାଠିଆ ତଳେ ପଡ଼ି ଭାଙ୍ଗିଗଲା । କର୍ଣ୍ଣ ଏଥିପାଇଁ କ୍ଷମା ମାଗିଲେ ଏବଂ ତା’ବଦଳରେ ସେ ଦୁଇଗୁଣ ଘିଅ ଦେବେ ବୋଲି କହିଥିଲେ । କିନ୍ତୁ ସେ ଶିଶୁ କନ୍ୟା ସେହି ଘିଅ ନେବା ପାଇଁ ଜିଦ୍‌ କରିଥିଲା । କନ୍ୟାଟିର ଜିଦ୍‌ ଦେଖିକି ଧରିତ୍ରୀ ବକ୍ଷରୁ ସେହି ଶୁଦ୍ଧ ଘିଅ ଆଣିଥିଲେ । ଏହିପରି ଶିଶୁ କନ୍ୟାଟି ଖୁସି ହୋଇଗଲା କିନ୍ତୁ ଧରିତ୍ରୀକୁ ବହୁତ ଯନ୍ତ୍ରଣା ହୋଇଥିଲା । ତେଣୁ ସେ କର୍ଣ୍ଣଙ୍କୁ ଶାପ ଦେଇଥିଲେ କି ଯୁଦ୍ଧରେ କୌଣସି ସମ୍ବେଦନଶୀଳ ସମୟରେ ତାଙ୍କ ରଥର ଚକ ଧରିତ୍ରୀରେ ପୋତି ହୋଇଯିବ । ଏହି ସବୁ କାରଣ ଶେଷରେ କର୍ଣ୍ଣ ମୃତ୍ୟୁର କାରଣ ହୋଇଥିଲା ।

କର୍ଣ୍ଣ ଇନ୍ଦ୍ରଙ୍କ ପ୍ରଦତ୍ତ ଦିବ୍ୟାସ୍ତ୍ର ଭୀମଙ୍କ ପୁତ୍ର ଘଟତ୍କୋଚ ଉପରେ ପ୍ରୟୋଗ କରିଦେଇଥିଲେ । ଅର୍ଜୁନ ଙ୍କ ଉପରେ ପ୍ରହାର କରିବା ପାଇଁ ତାଙ୍କ ପାଖରେ କିଛି ନଥିଲା । ଯୁଦ୍ଧର ନବମ ଦିନରେ ତାଙ୍କ ରଥର ଚକ ମାଟି ତଳେ ପୋତି ହୋଇଗଲା ଏବଂ ଅର୍ଜୁନଙ୍କ ଉପରେ ବ୍ରହ୍ମାସ୍ତ୍ର ପ୍ରୟୋଗ ସମୟରେ ସେ ବିଧି ଭୁଲିଯାଇଥିଲେ । ଅର୍ଜୁନଙ୍କୁ ସେ ଯୁଦ୍ଧ ର ନିୟମ ପାଳନ କରିବା ପାଇଁ କହିଥିଲେ । କିନ୍ତୁ କୃଷ୍ଣ ଏପରି କରିବାକୁ ଦେଇ ନଥିଲେ । ସେ କହିଥିଲେ କି ଅଭିମନ୍ୟୁ ବଧ ବେଳେ ସେ ଏସବୁ ନିୟମ ପାଳନ କରି ନଥିଲେ । କିନ୍ତୁ ଶେଷ ସମୟରେ କୃଷ୍ଣ ତାଙ୍କୁ ବରଦାନ ମାଗିବା ପାଇଁ କହିଥିଲେ । ସେ ତିନିଟି ବର ମାଗିଥିଳେ। ତୃତୀୟ ବରଦାନରେ ସେ ମୋକ୍ଷ ପ୍ରାପ୍ତି ପାଇଁ ମାଗିଥିଲେ । କର୍ଣ୍ଣ ଇଚ୍ଛା କରିଥିଲେ କି ତାଙ୍କର ଅନ୍ତିମ ସଂସ୍କାର ଏମିତି ସ୍ଥାନରେ ହେଉ ଯେଉଁଠାରେ ପାପ ନ ଥିବ । କିନ୍ତୁ କଳିଯୁଗ ଆରମ୍ଭ ହୋଇଯାଇଥିଲା । ପୃଥିବୀ ଉପରେ ଏମିତି ସ୍ଥାନ ନ ଥିଲା ଯେଉଁଠାରେ ପାପ ନଥିବ । ତେଣୁ ଶ୍ରୀକୃଷ୍ଣ ନିଜ ହାତ ଉପରେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ ।

ସମ୍ବନ୍ଧିତ ଖବର