ଗଣମାଧ୍ୟମ କ୍ଷେତ୍ରରେ କ୍ୟାରିୟର କରିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ‘ସୋମାକ୍‌’

ଭୁବନେଶ୍ୱର : ଅଧୁନା ନିଯୁକ୍ତି କ୍ଷେତ୍ରରେ ଗଣମାଧ୍ୟମ ଯୁବପିଢ଼ିଙ୍କ ପାଇଁ ଏକ ପ୍ରମୁଖ ପରିସର ରୂପେ ପରିଗଣିତ ହେଉଛି। ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ଓ ଯୋଗାଯୋଗରେ ସ୍ନାତକୋତ୍ତର ଅଧ୍ୟୟନ ଲାଗି ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ୨୦୦୭ରେ ପ୍ରତିଷ୍ଠିତ ‘ସମ୍ବାଦ ସ୍କୁଲ ଅଫ୍‌ ମିଡିଆ ଆଣ୍ଡ କଲଚର’ (ସୋମାକ୍‌)। ଓଡ଼ିଶା ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧୀନରେ ଗଢ଼ି ଉଠିଥିବା ସୋମାକ୍‌ ଏକ ନିର୍ଭରଯୋଗ୍ୟ ସମ୍ବାଦିକତା ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ହେଉଛି।

ପ୍ରତିଷ୍ଠାର ଏକ ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ମଧ୍ୟରେ ‘ସୋମାକ୍‌’ ଅଦ୍ୟାବଧି ବହୁ ସଫଳ ସମ୍ବାଦିକଙ୍କୁ ପ୍ରସ୍ତୁତ କରିବାର ଗୌରବ ବହନ କରିଛି। ଏଠାରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ବହୁ ବିଦ୍ୟାର୍ଥୀ ଏବେ କେବଳ ରାଜ୍ୟରେ ନୁହେଁ; ରାଜ୍ୟ ବାହାରେ ମଧ୍ୟ ବିଭିନ୍ନ ପ୍ରମୁଖ ଗଣମାଧ୍ୟମ ସଂସ୍ଥାରେ ନିଯୁକ୍ତି ପାଇବା ସହ ନିଜର ପାରଦର୍ଶିତାକୁ ପ୍ରମାଣିତ କରିବାରେ ସମର୍ଥ ହୋଇ ପାରିଛନ୍ତି।

ଓଡ଼ିଶାର ଅଗ୍ରଗଣ୍ୟ ଦୈନିକ ‘ସମ୍ବାଦ’ ରାଜ୍ୟର ଗଣମାଧ୍ୟମ କ୍ଷେତ୍ରରେ  କ୍ରାନ୍ତିର ବାର୍ତ୍ତାବହ । ଏହି ପରିପ୍ରେକ୍ଷୀରେ ସମ୍ବାଦିକତା କ୍ଷେତ୍ରରେ ନିଜକୁ ସାମିଲ କରିବା ପାଇଁ ଇଚ୍ଛୁକ ଥିବା ରାଜ୍ୟ ତଥା ରାଜ୍ୟ ବାହାରର ଯୁବପିଢ଼ିଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ‘ସୋମାକ୍‌’ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ବହନ କରିବାକୁ ପ୍ରତିଶ୍ରୁତିବଦ୍ଧତାର ସହ ଆଗେଇ ଆସିଛି। ‘ସୋମାକ୍‌’ ନିଜର ସଫଳ ଛାତ୍ରାଛାତ୍ରୀମାନଙ୍କୁ ‘ସମ୍ବାଦ’ରୁ ଆରମ୍ଭ କରି ‘କନକ ଟଭି’, ‘ରେଡିଓ ଚକଲେଟ’, ‘ଓଡିଶା ସନ୍‌ ଟାଇମ୍‌ସ୍‌’ ଓ ‘ସମ୍ବାଦ ଡଟ୍‌ ଇନ୍‌’ ଭଳି ସମ୍ବାଦ ଗ୍ରୁପ୍‌ର ବିଭିନ୍ନ ବିଭାଗରେ ନିଯୁକ୍ତି ସୁଯୋଗ (ପ୍ଲେସମେଣ୍ଟ) ପ୍ରଦାନ କରୁଛି। ହେଲେ, ଏଥିପାଇଁ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ‘ସୋମାକ୍‌’ରେ ସାମିଲ ହେବାକୁ ପଡ଼ିବ।

ଏଠାରେ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ଥିବା ମେଧାବୀ ଛାତ୍ରଛାତ୍ରୀ ତଥା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ସଫଳତା ପୂର୍ବକ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍‌ ମିଳିବା ପାଇଁ ବ୍ୟବସ୍ଥା ରହିଛି। ଯେଉଁ ଛାତ୍ରଛାତ୍ରୀ ଫେଲୋସିପ୍‌ ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଏଠାରେ କୌଣସି କୋର୍ସ ଫି’ କିମ୍ବା ନାମଲେଖା ଶୁଳ୍କ ଦେବାକୁ ପଡ଼ିବ ନାହିଁ।

‘ସୋମାକ୍‌’ରୁ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରାଛାତ୍ରୀମାନଙ୍କୁ ‘ସମ୍ବାଦ’, ‘ରେଡିଓ ଚକଲେଟ’, ‘କନକ ନ୍ୟୁଜ୍‌’ ବ୍ୟତୀତ ‘ଜି ନ୍ୟୁଜ’, ‘ପିକ୍‌ସେଲ୍‌’, ‘ନ୍ୟୁଜ-୭’, ‘ଇଣ୍ଡିଆନ୍‌ ବ୍ୟାଙ୍କ୍‌’, ‘ନବଭାରତ ଟାଇମ୍‌ସ’, ‘ଇଣ୍ଟରନ୍ୟାସନାଲ ଏକାଡେମିକ୍‌ ଆଣ୍ଡ ରିସର୍ଚ୍ଚ ସେଣ୍ଟର’, ‘ଇଟିଭି ନ୍ୟୁଜ’ ଓ ‘ପ୍ରମେୟ’ରେ ନିଯୁକ୍ତି ମିଳି ପାରିଛି।

ପ୍ରତି ବର୍ଷ ଷ୍ଟଡି ଟୁର୍‌ 

‘ସୋମାକ୍‌’ରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ହାଇଦ୍ରାବାଦ ଓ ନୂଆଦିଲ୍ଲୀକୁ ଷ୍ଟଡି ଟୁର୍‌ରେ ଯାଇଛନ୍ତି। ଏହି ସମୟରେ ଛାତ୍ରଛାତ୍ରୀଙ୍କୁ ବ୍ରିଟିସ୍‌ ବ୍ରଡକାଷ୍ଟିଂ କର୍ପୋରେସନ୍‌, ପାର୍ଲାମେଣ୍ଟ ହାଉସ୍‌, ରାମୋଜୀ ଫିଲ୍ମ ସିଟି ଓ ଅନ୍ୟାନ୍ୟ ସ୍ଥାନକୁ  ପରିଦର୍ଶନରେ ନିଆଯାଇଛି। ଏହି ଅନୁଷ୍ଠାନରେ ପ୍ରାକ୍ଟିକାଲ ପାଇଁ ଛାତ୍ରଛାତ୍ରୀଙ୍କ ଲାଗି ରହିଛି ସ୍ୱତନ୍ତ୍ର ଅଡିଓ ଭିଜୁଆଲ୍‌ (ଏଭି) ଷ୍ଟୁଡିଓ। ଏହାର ଲାଭ ସେମାନେ ବି ଉଠାଇ ପାରିବେ।

sdr

‘ସୋମାକ୍‌’ କ୍ୟାମ୍ପସରେ ମାଗଣା ଓ୍ଵାଇ-ଫାଇ ଓ ଅନ୍ୟାନ୍ୟ ସୁବିଧା

୧. ଛାତ୍ରଛାତ୍ରୀ କଲେଜ ପରିସରରେ ମାଗଣାରେ ଓ୍ଵାଇଫାଇ ସେବା ପାଇ ପାରିବେ।
୨. କଲେଜରେ ନିଯୁକ୍ତ ଫ୍ୟାକଲଟିଙ୍କ ବ୍ୟତୀତ ଅନେକ ଅଭିଜ୍ଞ ସାମ୍ବାଦିକ, ଶିକ୍ଷକ, ଅତିଥି ଅଧ୍ୟାପକ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବେ।
୩. ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ‘ସୋମାକ’ରେ ଛାତ୍ରଛାତ୍ରୀଙ୍କୁ ‘୩୬୦ଡିଗ୍ରି’ ପ୍ରଶିକ୍ଷଣ ମିଳିଥାଏ। ଏଠାକାର ଛାତ୍ରଛାତ୍ରୀଙ୍କୁ ପ୍ରିଣ୍ଟ, ରେଡିଓ ଓ ଟେଲିଭିଜନ୍‌ ଭଳି ଭିନ୍ନ ଭିନ୍ନ ମିଡିଆ ପ୍ଲାଟଫର୍ମରେ କାମ କରିବାର ସୁବିଧା ହାସଲ ହୋଇଥାଏ।


୪. କେବଳ ଏତିକି ନୁହେଁ, ଛାତ୍ରଛାତ୍ରୀଙ୍କୁ ‘ସମ୍ବାଦ’, ‘କନକ ଟିଭି’ ଓ ‘ରେଡିଓ ଚକଲେଟ’ରେ ଇଣ୍ଟର୍ନସିପ ପାଇଁ ବି ସୁବିଧା ମିଳିଥାଏ।
୫. ‘ସୋମାକ’ରେ ପଢ଼ାଯିବାକୁ ଥିବା ପାଠ୍ୟକ୍ରମ ଇଂରାଜୀରେ ଥିଲେ ହେଁ ସଂସ୍ଥା ଓଡ଼ିଆ ଭାଷାକୁ ଗୁରୁତ୍ୱ ଦେବା ସହ ଶିକ୍ଷାକୁ ଓଡ଼ିଆ କୈନ୍ଦ୍ରିକ କରିଥାଏ, ଯାହାକି ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଖବର କାଗଜ ତଥା ଗଣମାଧ୍ୟମରେ କାମ କରିବାରେ ସହାୟକ ଓ ସୁବିଧାଜନକ ହୋଇଥାଏ।

ସମ୍ବନ୍ଧିତ ଖବର