ଜଣା-ଅଜଣା ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’

u ଲୌହପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ବିଶାଳ ‘ଲୌହ ମୂର୍ତ୍ତି’ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ଭାବେ ଖ୍ୟାତ। ୨୦୧୮ ଅକ୍ଟୋବର ୩୧ ତାରିଖ, ପଟେଲଙ୍କ ୧୪୩ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା ଏହା ଲୋକାର୍ପିତ ହୋଇଥିଲା।
u ଗୁଜରାଟର ନର୍ମଦା ନଦୀ ଉପରେ ନିର୍ମିତ ସର୍ଦ୍ଦାର ସରୋବର ଡ୍ୟାମ୍ ନିକଟରେ ଏହା ଅବସ୍ଥିତ। ଏହା ବିଶ୍ବର ସବୁଠାରୁ ଉଚ୍ଚତମ ସ୍ମାରକୀ, ଉଚ୍ଚତା ୧୮୨ ମିଟର୍। ‘ଷ୍ଟାଚ୍ୟୁ ଅଫ୍ ଲିବର୍ଟି’ ଠାରୁ ଦୁଇଗୁଣ ଅଧିକ।
u ମହାରାଷ୍ଟ୍ରର ପ୍ରସିଦ୍ଧ ସ୍ଥପତି ରାମ ଭି. ସୂତାର ଏହାର ନକ୍ସା ପ୍ରସ୍ତୁତ କରିଥିଲେ। ନିର୍ମାଣ ‌େଶଷ ପାଇଁ ପୂରା ପାଞ୍ଚ ବର୍ଷ ସମୟ ଲାଗିଥିଲା। ମୋଟ ବ୍ୟୟ ଅଟକଳ ଥିଲା ୨,୯୮୯ କୋଟି ଟଙ୍କା।
u ନିର୍ମାଣ କାର୍ଯ୍ୟରେ ତିନି ହଜାର କାରିଗର ଓ ଦୁଇ ଶହ ପଚାଶ ଜଣ ଇଂଜିନିଅର୍ ନିୟୋଜିତ ଥିଲେ।
u ଗଲା ଅଗଷ୍ଟ୍ ୨୫ ତାରିଖ ରବିବାର, ଗୋଟିଏ ଦିନରେ ଏଠାକୁ ୩୪ ହଜାର ପର୍ଯ୍ୟଟକ ଆସିଥିଲେ, ଯାହା ଏକ ରେକର୍ଡ।
u ୨୦୧୯ ବର୍ଷ ପାଇଁ ପ୍ରସିଦ୍ଧ ଟାଇମ୍ ପତ୍ରିକାରେ ପ୍ରକାଶିତ ବିଶ୍ବର ଶହେଟି ବଡ଼ ସ୍ଥାନ ତାଲିକାରେ ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ସ୍ଥାନ ପାଇବା ଏବଂ ପର୍ଯ୍ୟଟନ କ୍ଷେତ୍ରରେ ଏଠାରେ ପନ୍ଦର ହଜାର ନିଯୁକ୍ତି ସୃଷ୍ଟି ହେବା ଉଲ୍ଲେଖନୀୟ।
u ‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ପରେ କ୍ରମାନ୍ବୟରେ ଥିବା ବିଶ୍ବ‌ର ଅନ୍ୟ ଉଚ୍ଚତମ ସ୍ମାରକୀଗୁଡ଼ିକ ହେଲା- ଚୀନର ସ୍ପ୍ରିଙ୍ଗ୍ ଟେମ୍ପଲରେ ପ୍ରତିଷ୍ଠିତ ଭଗବାନ ବୁଦ୍ଧ ମୂର୍ତ୍ତି: ୧୫୦ ମି., ଜାପାନର ଉସିକୁରେ ଥିବା ବୁଦ୍ଧ ପ୍ରତିମା: ୧୨୦ମି., ଷ୍ଟାଚ୍ୟୁ ଅଫ୍ ଲିବର୍ଟି: ୯୩ମି., ରୁସିଆର ହୋମଲ୍ୟାଣ୍ଡ୍ ମଦର: ୮୫ମି. ଏବଂ ବ୍ରାଜିଲର ରିଓ ଡି ଜେନିରୋରେ ୩୮ ମିଟର୍ ଉଚ୍ଚତାର ପ୍ରଭୁ ଯିଶୁଙ୍କ ପ୍ରତିମା।

ସମ୍ବନ୍ଧିତ ଖବର