ଶ୍ରେଷ୍ଠ ୧୦୦ରେ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’

ଆମେରିକାର ସାପ୍ତାହିକ ପତ୍ରିକା ‘ଟାଇମ୍‌’ ପକ୍ଷରୁ ପ୍ରକାଶିତ ‘ବିଶ୍ବର ୧୦୦ ଶ୍ରେଷ୍ଠ ସ୍ଥାନ-୨୦୧୯’ ତାଲିକାରେ ଗୁଜରାଟରେ ସ୍ଥାପିତ ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ ସ୍ଥାନ ପାଇଛି। ସରଦାର ବଲ୍ଲଭ ଭାଇ ପଟେଲଙ୍କ ଏହି ସୁଉଚ୍ଚ ପ୍ରତିମା ବ୍ୟତୀତ ମୁମ୍ବାଇର ପ୍ରସିଦ୍ଧ ହୋଟେଲ୍‌ ‘ସୋହ ହାଉସ୍‌’ ଏହି ତାଲିକାରେ ସ୍ଥାନ ପାଇଛି। ‘ଷ୍ଟାଚ୍ୟୁ ଅଫ୍‌ ୟୁନିଟି’ର ଉଚ୍ଚତା ୧୮୨ ମିଟର‌୍‌ ଏବ˚ ଏହା ବିଶ୍ବର ସର୍ବାଧିକ ଉଚ୍ଚତାର ପ୍ରତିମୂର୍ତ୍ତି। ଉଲ୍ଲେଖନୀୟ, ଗଲା ବର୍ଷ ଅକ୍‌ଟୋବର୍‌ ୩୧ ତାରିଖ, ପଟେଲଙ୍କ ୧୪୩ତମ ଜନ୍ମବାର୍ଷିକୀ ଅବସରରେ ଏହା ଲୋକାର୍ପିତ ହୋଇଥିଲା।

ସମ୍ବନ୍ଧିତ ଖବର