ଫ୍ଲିପ୍‌କାର୍ଟର ‘ଷ୍ଟେ ଆଟ୍‌ ହୋମ୍‌’ ପ୍ରତିଯୋଗିତା ଜିତି ୧ କୋଟି ଟଙ୍କା ହାତେଇଲେ ଶ୍ରମିକଙ୍କ ପୁଅ ଯୁବରାଜ

ଜୟପୁର: ‘ଷ୍ଟେ ଆଟ୍‌ ହୋମ୍‌’ ଶୀର୍ଷକରେ ଏକ ପ୍ରତିଯୋଗିତାରେ ‘ଏଣ୍ଟର୍‌ଟେନ୍‌ର ନଂ ୧’ ହୋଇ ୧ କୋଟି ଟଙ୍କା ଜିଣିଛନ୍ତି ଯୋଦ୍ଧପୁରର ଜଣେ ଶ୍ରମିକଙ୍କ ପୁଅ ଯୁବରାଜ ସିଂହ। ଖୁବ୍‌ ଭଲ ନୃତ୍ୟ ପ୍ରଦର୍ଶନ କରୁଥିବା କାରଣରୁ ସେ ବାବା ଜାକ୍‌ସନ ଭାବେ ମଧ୍ୟ ଖୁବ୍‌ ପରିଚିତ। ଇ-କମର୍ସ ସାଇଟ୍‌ ଫ୍ଲିପ୍‌କାର୍ଟ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତା ପାଇଁ ଯୁବରାଜ ରାତାରାତି କୋଟିପତି ହୋଇ ଯାଇଛନ୍ତି।

ଫ୍ଲିପ୍‌କାର୍ଟର ଏହି ପ୍ରତିଯୋଗିତାରେ ପ୍ରତି ସପ୍ତାହକୁ ଜଣେ ବିଜେତାଙ୍କ ନାମରେ ୧୦ ଲକ୍ଷ ‌ଟଙ୍କା ଘୋଷଣା ହୋଇଥାଏ ମେଗା ବିଜେତାଙ୍କୁ ୧ କୋଟି ଟଙ୍କା ମିଳିଥାଏ। ଫ୍ଲିପ୍‌କାର୍ଟର ହୋଷ୍ଟ୍‌ବରୁଣ ଧାୱନ ଏହି ପୁରସ୍କାର ଘୋଷଣା କରିବା ସମୟର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।


The Financial Express

ଏହି ପ୍ରତିଯୋଗିତାର ବିଜେତା ହେବା ପରେ ଯୁବରାଜ କହିଛନ୍ତି , ‘‌ମୋତେ ଏଣ୍ଟର୍‌ଟେନ୍‌ର ନଂ ୧ ବନେଇଥିବାରୁ ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ। ଏଭଳି ଲକ୍‌ଡାଉନ୍‌ ସମୟରେ ମୁଁ ମୋ ଜୀବନର ଏତେ ବଡ଼ ସଫଳତା ପାଇବି ବୋଲି କେବେ ଭାବିନଥିଲି। ପୁଣି ଥରେ ସମସ୍ତଙ୍କୁ ଧନ୍ୟବାଦ୍‌।’

ଯୁବରାଜଙ୍କ ବାପା ଯୋଦ୍ଧପୁରରେ ଟାଇଲ୍‌ ଫିଟିଂ କାମ କରନ୍ତି। ଯୁବରାଜଙ୍କ ବିଜୟ ତାଙ୍କ ପରିବାରରେ ଖୁସି ଭରି ଦେଇଛି। ତାଙ୍କ ସଫଳତା ଏବେ ପୂରା ସହରରେ ଚର୍ଚ୍ଚା ପାଲଟିଛି। ନିଜ ପୁଅର ବିଜୟ ଲାଭ ପରେ ଯୁବରାଜଙ୍କ ବାପା କୁହନ୍ତି ଯେ ଖବର ପାଇବା ପରେ ତାଙ୍କୁ ଲାଗିଲା ଯେପରି ତାଙ୍କ ଜୀବନର ଖ‌ାଲି କାନ୍‌ଭାସ୍‌ରେ ତାଙ୍କ ସ୍ବପ୍ନ ସବୁ ରଂଗ ଭରି ଦେଇଛି।

ସମ୍ବନ୍ଧିତ ଖବର