ସାଧାରଣତଃ ୪୦ ବର୍ଷ ପରେ ମହିଳାଙ୍କର ହାଡ଼, ମାଂସପେଶୀ, ତ୍ୱଚା ସମ୍ପର୍କିତ ବିଭିନ୍ନ ସମସ୍ୟା ଦେଖାଦେଇଥାଏ। ତେଣୁ ସେହି ସମୟରେ ନିଜପ୍ରତି ଅଧିକ ଧ୍ୟାନଦେବାକୁ ହୋଇଥାଏ। ଘର କାମରେ ବ୍ୟସ୍ତ ରହି ମହିଳାମାନେ ସାଧାରଣତଃ ସକାଳ ଜଳଖିଆ ଖାଇପାରନ୍ତି ନାହିଁ। କିନ୍ତୁ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ। ୪୦ ବର୍ଷ ପରେ ନିଜ ସ୍ବାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ। ସକାଳ ୯ଟା ପୂର୍ବରୁ ଜଳଖିଆ ନିଶ୍ଚିତ ଖାଆନ୍ତୁ। ଏହି ବୟସ ଛୁଇଁଲା ପରେ ନିୟମିତ ସ୍ବାସ୍ଥ୍ୟର ଚେକ୍ଅପ୍ କରାନ୍ତୁ। ବିଶେଷକରି ଗାଇନାକୋଲଜିଷ୍ଟଙ୍କ ପରାମର୍ଶ ନିଅନ୍ତୁ।
ପ୍ରତିଦିନ ଅତି କମ୍ରେ ଅଧଘଣ୍ଟା ଯୋଗ, ବ୍ୟାୟାମ ଓ ପ୍ରାଣାୟାମ ଆଦି କରନ୍ତୁ
ଶାରୀରିକ କ୍ଷମତା ଅନୁସାରେ ପ୍ରତିଦିନ ବ୍ୟାୟାମ କରିଲେ ଶରୀର ଓ ମନ ସୁସ୍ଥ ରହିଥାଏ
ନିର୍ଦ୍ଦିଷ୍ଟ ପ୍ରକାର ମଞ୍ଜି ଯେମିତିକି ସୂର୍ଯ୍ୟମୁଖୀ ମଞ୍ଜି, ଚିୟା ସିଡ୍ସ, କଖାରୁ ମଞ୍ଜି ଆଦି ଖାଆନ୍ତୁ
ଚିୟା ସିଡ୍ସରେ ଓମେଗା-୩, ଫ୍ୟାଟି ଏସିଡ୍, କ୍ୟାଲ୍ସିଅମ୍, ମ୍ୟାଗ୍ନେସିୟମ୍ ଆଦି ପ୍ରଚୁର ପରିମାଣରେ ରହିଛି। ତେଣୁ ଏହା ହାଡ଼କୁ ସୁସ୍ଥ ରଖିବା ସହ ଓଜନ ନିୟନ୍ତ୍ରଣ ହୋଇଥାଏ
ହାଡ଼କୁ ମଜଭୁତ କରିବା ପାଇଁ ୪୦ ବର୍ଷ ପରେ କ୍ୟାଲ୍ସିୟମ୍ ଓ ଭିଟାମିନ୍-ଡି ଆଦି ଖାଆନ୍ତୁ। ନଚେତ୍ ଏହି ଭିଟାମିନ୍ ଥିବା ଖାଦ୍ୟପଦାର୍ଥ ଅଧିକ ଖାଆନ୍ତୁ
ଏହି ବୟସରେ କୌଣସି ପ୍ରକାର ଷ୍ଟ୍ରେସ୍ ନିଅନ୍ତୁ ନାହିଁ, ଏହାଦ୍ବାରା ରକ୍ତଚାପ ହେବା ଆଶଙ୍କା ରହିଥାଏ। ତେଣୁ ଯଥାସମ୍ଭବ ଖୁସି ରହିବାକୁ ଚେଷ୍ଟା କରନ୍ତୁ
ନିଜ ପାଇଁ କିଛି ସମୟ ଦିଅନ୍ତୁ। ଭଲ ଲାଗୁଥିବା କାମ କରନ୍ତୁ। ଯେମିତିିିକି ବଗିଚାକାମ କରିବା, ଗୀତ ଶୁଣିବା, ଚିତ୍ର ଆଙ୍କିବା ଇତ୍ୟାଦି। ପରିବାରର ଦାୟିତ୍ୱ ସହିତ ସାଙ୍ଗମାନଙ୍କ ସହ ବୁଲାବୁଲି ପାଇଁ ସମୟ ବାହାର କରନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/exercise0-300x169.jpg)