ଏକ୍ସରେ ରିପୋର୍ଟରୁ ପୀଡିତଙ୍କ ପେଟରେ ଏକ ଷ୍ଟିଲ ଗ୍ଲାସ ଥିବା ଜାଣିବା ପରେ ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ

ଏହି ଗ୍ଲାସ୍‌ ଆସିଲା କେଉଁଠୁ ତାହା ସ୍ପଷ୍ଟ ହୋଇ ପାରି ନାହିଁ

ଫରିଦାବାଦ: ଫରିଦାବାଦର ବିକେ ହସ୍‌ପିଟାଲରେ ପେଟରେ ଯନ୍ତ୍ରଣା ନେଇ ପହଞ୍ଚିଥିବା ଜଣେ ବ୍ୟକ୍ତିଙ୍କ ଯାଞ୍ଚ କରିବାରୁ ଯାହା ରିପୋର୍ଟ ଆସିଥିଲା ତାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ରହି ଯାଇଥିଲେ। ଏକ୍ସରେ କରିବାରୁ ଜାଣାପଡ଼ିଥିଲା କି ଉକ୍ତ ବ୍ୟକ୍ତିଙ୍କ ପେଟ ଭିତରେ ଏକ ଷ୍ଟିଲର ଗ୍ଲାସ୍‌ ରହିଛି, ଯାହା ଖାଦ୍ୟନଳୀ ନିମ୍ନ ଭାଗରେ ଫଶି ରହିଛି। ପୀଡିତଙ୍କ ଅବସ୍ଥା ଦେଖି ଡାକ୍ତର ତୁରନ୍ତ ତାଙ୍କୁ ଦିଲ୍ଲୀ ଏମ୍ସକୁ ସ୍ଥାନାନ୍ତର କରି ଦେଇଥିଲେ।

ଡାକ୍ତରଙ୍କ କହିବାନୁସାରେ, ଡବୁଆ କଲୋନିରେ ବସବାସ କରୁଥିବା ୩୦ବର୍ଷର ଜଣେ ବ୍ୟକ୍ତି ଶୁକ୍ରବାର ସନ୍ଧ୍ୟା ୭.୦୦ ସମୟରେ ପେଟରେ ଯନ୍ତ୍ରଣା ନେଇ ବିକେ ହସ୍‌ପିଟାଲର ଏମାରଜେନ୍ସିରେ ପହଞ୍ଚିଥିଲେ। ଡାକ୍ତର ଉପେନ୍ଦ୍ର ଓ ଡାକ୍ତର ସନ୍ଦୀପ ଅଗ୍ରଓ୍ଵାଲ ଯାଞ୍ଚ ପାଇଁ ଉକ୍ତ ବ୍ୟକ୍ତିଙ୍କ ଏକ୍ସରେ କରିଥିଲେ, ଏହି ରିପୋର୍ଟରୁ ଜଣାପଡ଼ିଲା କି ତାଙ୍କ ପେଟରେ ଏକ ଷ୍ଟିଲ ଗ୍ଲାସ ଥିବା। ଡାକ୍ତରଙ୍କ କହିବାନୁସାରେ, ପାଖାପାଖି ୭ଦିନ ପୂର୍ବେ ମଳଦ୍ୱାର ବାଟେ ଏହି ଷ୍ଟିଲ୍‌ ଗ୍ଲାସ୍‌ ତାଙ୍କ ପେଟ ଭିତରକୁ ଚାଲି ଯାଇଥିଲା ଓ ଖାଦ୍ୟନଳୀ ନିମ୍ନ ଭାଗରେଫସି ଯାଇଥିଲା। ଯାହାଫଳରେ ସେ ମଳତ୍ୟାଗ କରି ପାରିଲେ ନାହିଁ ଓ ପେଟରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା।

ତେବେ ପୀଡିତଙ୍କ କହିବାନୁସାରେ ଏହି ଗ୍ଲାସ କେହି ଜୋରଜବରଦସ୍ତି ପୂରାଇ ନାହାନ୍ତି। ତେବେ ଏପରି କ୍ଷେତ୍ରରେ ଏହି ଗ୍ଲାସ୍‌ ପେଟ ଭିତରେ କିପରି ଆସିଲା ତାହା ଯାଞ୍ଚର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର