ମୁମ୍ବାଇ: ବ୍ୟବସାୟୀ ଅନିଲ ଅମ୍ବାନୀ ଦେଶର ଧନୀକ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ସାନ ଭାଇ ଏବଂ ରିଲାଏନ୍ସ ଗ୍ରୁପର ଅଧ୍ୟକ୍ଷ ଅଟନ୍ତି। ଅନୀଲ ଅମ୍ବାନୀ ଏକଦା ଦୁନିଆର ଷଷ୍ଠ ଧନୀ ବ୍ୟକ୍ତି ଥିଲେ, କିନ୍ତୁ ବର୍ତ୍ତମାନ ଗତ କିଛି ବର୍ଷ ଧରି ସେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି। ଅନିଲ ଅମ୍ବାନୀଙ୍କର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି ହେଉଛି ମୁମ୍ବାଇର ପାଲି ହିଲରେ ଅବସ୍ଥିତ ତାଙ୍କ ଘର।
ଅନିଲ ବଲିଉଡର ପୂର୍ବତନ ଅଭିନେତ୍ରୀ ଟିନାଙ୍କୁ ବିବାହ କରିଛନ୍ତି। ସେମାନଙ୍କର ଦୁଇଟି ପୁଅ ଅଛନ୍ତି । ଟିନା-ଅନୀଲ ସେମାନଙ୍କ ଦୁଇ ପୁଅ ଜୟ ଅନମୋଲ ଅମ୍ବାନୀ ଏବଂ ଜୟ ଅନସୁଲଙ୍କ ସହ ମୁମ୍ବାଇରେ ଥିବା ନିଜର ୧୭ ମହଲା ବିଶିଷ୍ଟ ଘରେ ରହୁଛନ୍ତି।
ଅନିଲ ଅମ୍ବାନୀଙ୍କର ମୁମ୍ବାଇରେ ଥିବା ଘରର ନାମ ଆବୋଡ୍। ଯାହାର ମୂଲ୍ୟ ୫୦୦୦ କୋଟି ଟଙ୍କା ଏବଂ ଏହା ଭାରତର ସବୁଠାରୁ ମହଙ୍ଗା ଘରଗୁଡ଼ିକ ମଧ୍ୟରୁ ଅନ୍ୟତମ ବୋଲି ମନାଯାଏ।
ଅନିଲ ଅମ୍ବାନୀଙ୍କ ଏହି ବାସଭବନ ୧୬ ହଜାର ବର୍ଗଫୁଟ ଅଞ୍ଚଳରେ ହୋଇଛି ଏବଂ ଏଥିରେ ଏକ ହେଲିପ୍ୟାଡ୍ ମଧ୍ୟ ଅଛି। ଏଠାରେ ଏକ ଓପନ୍ ସୁଇମିଂ ପୁଲ୍ ଏବଂ ଜିମ୍ନାସିୟମ୍ ମଧ୍ୟ ଅଛି। ଏହି କୋଠାର ଉଚ୍ଚତା ପ୍ରାୟ ୬୬ ମିଟର। ଅନିଲ ଅମ୍ବାନୀଙ୍କ ଘରେ ସୁଇମିଂ ପୁଲ୍, ଜିମ୍, ହେଲିପ୍ୟାଡ୍ ବ୍ୟତୀତ ପାର୍କିଂ ସ୍ଥାନ ସୁବିଧା ବି ରହିଛି।
ମିଡିଆ ରିପୋର୍ଟ ଅନୁଯାୟୀ, ଅନିଲ ଅମ୍ବାନୀ ରୋଲ୍ସ ରୋଏସ୍, ଲେକ୍ସସ୍ ଏକ୍ସୟୁଭି, ପୋର୍ଚେ, ଅଡି କ୍ୟୁ୭, ଏବଂ ମର୍ସିଡିଜ୍ ଜିଏଲ୍କେ୩୫୦ ପରି ଅନେକ ବିଳାସପୂର୍ଣ୍ଣ କାରର ମାଲିକ ଅଟନ୍ତି। ଅନିଲ ଅମ୍ବାନୀଙ୍କ ବିଳାସପୂର୍ଣ୍ଣ ଘର ମୁମ୍ବାଇର ତୃତୀୟ ମହଙ୍ଗା ଘର। ଅନିଲ ଅମ୍ବାନୀଙ୍କ ଘରର ଭିତର ବାରଣ୍ଡାକୁ ବିଦେଶର ବିଶେଷଜ୍ଞମାନେ ଡିଜାଇନ୍ କରିଛନ୍ତି।