ବିଶ୍ବାସ ନହେଲେ ବି ସତ; ପଥର ଦିଏ ଅଣ୍ଡା, ୩୦ ବର୍ଷରେ ଥରେ ବାହାରିଥାଏ

ବେଜିଂ: ପଥରରୁ ବାହାରୁଛି ଅଣ୍ଡା । ୩୦ ବର୍ଷରେ ଥରେ ବାହାରିଥାଏ । ଅଣ୍ଡା ପାଇବାକୁ କିଛି ବି କରିବାକୁ ଲୋକ ପ୍ରସ୍ତୁତ । ଆଜ୍ଞା ହଁ, ବିଶ୍ୱାସ ନହେଲେ ମଧ୍ୟ ଏହା ସତ । ଆପଣମାନେ ଶୁଣିଥିଲେ କି ସ୍ୱାଭାବିକ ଭାବେ ପକ୍ଷୀ ଏବଂ ସରିସୃପମାନେ ଅଣ୍ଡା ଦିଅନ୍ତି । କିନ୍ତୁ ବିଶ୍ୱରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ୩୦ ବର୍ଷରେ ଥରେ ପଥର ଦେଇଥାଏ ଅଣ୍ଡା । ଏହା ଏକ ପ୍ରାକୃତିକ ପ୍ରକ୍ରିୟା ବୋଲି ମଧ୍ୟ କୁହାଯାଉଛି । ଚାଇନାର ମାଇଂଟ ଗାଣ୍ଡୌଙ୍ଗରେ ଦେଖିବାକୁ ମିଳିଥାଏ ଏଭଳି ଦୃଶ୍ୟ । ୫ ଶହ ମିଲିୟନ ବର୍ଷ ତଳର ଏହି ପଥରର ରହିଛି ଅନେକ ରହସ୍ୟ । ଯାହାକୁ ଜାଣିବା ଲାଗି ସମସ୍ତଙ୍କ ମଧ୍ୟରେ ଆଗ୍ରହ ରହିଛି । କିନ୍ତୁ ଏଯାବତ ବୈଜ୍ଞାନିକମାନେ ଏହାର କାରଣ ଜାଣିବା ଲାଗି ଅନେକ ଗବେଷଣା କରି ମଧ୍ୟ କୌଣସି ନିସ୍କର୍ଷ ପାଇନଥିବା କୁହାଯାଉଛି । ସେପଟେ ବୈଜ୍ଞାନିକମାନେ ମତ ଦିଅନ୍ତି କି, ଲକ୍ଷ ଲକ୍ଷ ବର୍ଷ ତଳର ପୁରୁଣା ପଥର ହୋଇଥିବାରୁ ଏହା ପାଣିପାଗ ଦ୍ୱାରା ପ୍ରଭାବିତ ହୋଇଥାଏ ।

ତେବେ ସେଠାକାର ଲୋକଙ୍କ କହିବା ମୁତାବକ, ପଥର ଅଣ୍ଡା ଦେଉଥିବା ସେମାନେ ନିଜେ ଦେଖିଛନ୍ତି । ଆଉ ଏହା ନରାଟ ସତ ବୋଲି ମଧ୍ୟ ସେମାନେ ଯୁକ୍ତି ବାଢ଼ନ୍ତି । ସେପଟେ ଅଣ୍ଡା ଦେଉଥିବା ଏହି ପଥର ୧୯ ଫୁଟ ଚଉଡ଼ା ୬୫ ଫୁଟ ଲମ୍ବା ହୋଇଥାଏ । ତେବେ ଏହି ରହସ୍ୟମୟ ଘଟଣାକୁ ଦେଖିବା ଲାଗି ବର୍ଷତମାମ ଲୋକଙ୍କ ଭିଡ଼ ଜମୁଥିବା ବେଳେ ଅଣ୍ଡା ଆଣିବା ଲାଗି ସମସ୍ତେ ଚେଷ୍ଟା କରିଥାନ୍ତି । କୁହାଯାଏ କି ଏହି ଅଣ୍ଡା ନେଉଥିବା ଲୋକ ଭାଗ୍ୟବାନ ହୋଇଥାନ୍ତି । ଯେଉଁ କାରଣରୁ ପ୍ରତିବର୍ଷ ଏଠାକୁ ଲୋକମାନେ ଆସିଥାନ୍ତି । ଆଉ ଅଣ୍ଡା ପାଇବା ପାଇଁ ବ୍ୟାକୁଳ ହୋଇଥାନ୍ତି । କିନ୍ତୁ କୁହାଯାଏ କି ଭାଗ୍ୟରେ ଥିଲେ ଏହା ମିଳେ । ଏବେ ପାଖାପାଖି ୭୦ଟି ଅଣ୍ଡା ସଂରକ୍ଷିତ ରଖାଯାଇଛି । ତେବେ ସେ ଯାହାବି ହେଉ ଏହି ରହସ୍ୟମୟ ପଥର ସମ୍ପର୍କରେ ଯେ କେହିବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି ।

ସମ୍ବନ୍ଧିତ ଖବର