ରକ୍ତ ହେଉଛି ଏକ ପ୍ରକାର ସଂଯୋଜକ ତନ୍ତୁ। ଆଘାତ ପ୍ରାପ୍ତ କ୍ଷତରୁ ଅଧିକ ରକ୍ତ ସ୍ରାବ ହେଲେ ଶରୀରରେ ରକ୍ତ ଏବଂ ଲାଲ ରକ୍ତ କୋଷରେ ପରିମାଣ ହ୍ରାସ ପାଇ ସଙ୍କଟାପନ୍ନ ଅବସ୍ଥା ସୃଷ୍ଟି କରେ। ତୁରନ୍ତ ଏହାର ପ୍ରତିକାର ହୋଇନପାରିଲେ ବ୍ୟକ୍ତିର ମୃତ୍ୟୁ ହୋଇଥାଏ। ରକ୍ତର କୌଣସି ବିକଳ୍ପ ରହି ନଥିବାରୁ ଆହତ ବ୍ୟକ୍ତିର ଜୀବନ ରକ୍ଷା କରିବା ନିମିତ୍ତ ତାଙ୍କୁ ଅନ୍ୟ ବ୍ୟକ୍ତିଙ୍କର ରକ୍ତ ଦ୍ୱାରା ଭରଣା କରିବାକୁ ହୁଏ। ଦୀର୍ଘ ସମୟ ଧରି ରଖାଯାଇଥିବା ରକ୍ତ ଆହତ ବ୍ୟକ୍ତିଙ୍କ ପାଇଁ କ୍ଷତିକାରକ ହୋଇପାରେ, ଯାହା ଶରୀରରୁ ବହୁତ ମାତ୍ରାରେ ରକ୍ତ ବହିଯାଇଥିବ। ବୈଜ୍ଞାନିକ ସମୂହ ଏହି ବିଷୟରେ ସୂଚନା ଦେଇଛନ୍ତି, ତନ୍ମଧ୍ୟରୁ ଜଣେ ଭାରତର ମୂଳ ନିବାସୀ ଗମ୍ଭୀର ରୂପରେ ଆହତ ବ୍ୟକ୍ତି , ଯାହା ଶରୀରରୁ ଅତ୍ୟଧିକ ମାତ୍ରାରେ ରକ୍ତ ସ୍ରାବ ହୋଇଥିବ, ସେମାନଙ୍କୁ ଦୀର୍ଘ ସମୟ ଧରି ରଖାଯାଇଥିବା ରକ୍ତ ଦେଲେ ରକ୍ତ ସଂଚାଳନ କମିଯାଏ। ଏହା ଗମ୍ଭୀର ରୂପରେ ପ୍ରଭାବିତ ଅଙ୍ଗ ଗୁଡିକୁ ଫୁଲାଇ ଦିଏ। ଏହା ସହିତ ଫୁସଫୁସରେ ସଂକ୍ରମଣର ମାତ୍ରା ବି ବଢ଼ାଏ। ଅନୁସନ୍ଧାନକାରୀ ମାନେ ରୋଗୀର ଶରୀରରେ ଥିବା ପୁରୁଣା ସଂଗ୍ରହ କରାଯାଇଥିବା ରକ୍ତ କଣିକାର ସଂଚାଳନ ଓ ତା’ ପରବର୍ତ୍ତୀ ବ୍ୟାକ୍ଟେରିଆଲ ନିମୋନିଆ ଭିତରେ ସମ୍ବନ୍ଧ ପାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅଧ୍ୟୟନରୁ ଜଣାଯାଇଛି ଯେ, ସଜ ରକ୍ତ ତୁଳନାରେ ସଂଗ୍ରହ କରି ରଖାଯାଇଥିବା ରକ୍ତକୁ ବ୍ୟବହାର କଲେ ବ୍ୟାକ୍ଟେରିଆ ଦ୍ୱାରା ହେଉଥିବା ଫୁସଫୁସ ସଂକ୍ରମଣରେ ଅତ୍ୟଧିକ ବୃଦ୍ଧି ଦେଖାଯାଇଛି ଏବଂ ଫୁସଫୁସରେ ଅତ୍ୟଧିକ ମାତ୍ରାରେ ତରଳ ପଦାର୍ଥ ଜମା ହେବା କାରଣରୁ ସେଥିରେ ଜୀବାଣୁଙ୍କ ସଂଖ୍ୟା ବଢ଼ିଯାଏ। ଏହା ଏକ ସ୍ୱାସ୍ଥ୍ୟ ପତ୍ରିକା ପିଏଲଓଏସ ମେଡିସିନରେ ପ୍ରକାଶିତ ହୋଇଛି।