ନୂଆଦିଲ୍ଲୀ: ବିବାହ ଋତୁ ଆରମ୍ଭ ହେବା ମାତ୍ରେ ସୋସିଆଲ ମିଡିଆରେ ବିବାହ ସମ୍ବନ୍ଧୀୟ ଅନେକ ମଜାଳିଆ ଭିଡିଓ ଦେଖିବାକୁ ମିଳିଥାଏ। କିଛିଦିନ ହେବ ସୋସିଆଲ ମିଡିଆରେ ବିବାହ ପାଇଁ ବନ୍ଧା ହୋଇଥିବା ଟେଣ୍ଡ ଆକାଶରେ ଉଡ଼ୁଥିବାଡର ଦେଖିବାକୁ ମିଳୁଛି। ଏହି ଭିଡିଓକୁ ଦେଖିବା ପରେ ଲୋକେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଉଛନ୍ତି।
କିଛିଦିନ ହେବ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ଖବର ମିଳିଛି। ନିକଟରେ ହୋଇଥିବା କାଳବୈଶାଖୀ ବିବାହ ପାଇଁ ବନ୍ଧା ଯାଇଥିବା ଟେଣ୍ଡକୁ ପରାଚୁଟ ଭଳି ଉଡ଼ାଇ ନେଇଥିଲା। ଆକାଶରେ ଉଡ଼ୁଥିବା ଟେଣ୍ଡର ଦୃଶ୍ୟକୁ ଘଟଣାସ୍ଥଳରେ ଥିବା ଲୋକମାନେ ରେକର୍ଡ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ଏହା ଭାଇରାଲ ହୋଇଯାଇଛି।
Parachute bna diya 😎 pic.twitter.com/HwasuezbBN
— Rupesh Rupam🇮🇳 (@RupeshRupam95) May 5, 2025
ତେବେ ଖବର ଲେଖାହେଲା ପର୍ଯ୍ୟନ୍ତ ଏହି ଭିଡିଟି କେଉଁଠିକାର ସେନେଇ କିଛି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/05/06/FvusBqtJft0dH4vcSUwo.jpg)