ଇଣ୍ଟରଭିୟୁ ପାଇଁ ଚପଲ ଘୋରି ହୋଇଯାଇଥିଲା, ଏବେ ୩ ଲକ୍ଷ କୋଟି ଟଙ୍କାର ମାଲିକ 

ପଢନ୍ତୁ ସଂଘର୍ଷ ଓ ସଫଳତାର ଏକ ନିଛକ କାହାଣୀ 

ଜ୍ୟାକ ମା, ବିଶ୍ୱର ଜଣେ ସଫଳ ଉଦ୍ୟୋଗପତିଙ୍କ ତାଲିକାରେ ଏକ ଚର୍ଚ୍ଚିତ ନାମ | କଠିନ ପରିଶ୍ରମ କରି ଜଣେ ଗରିବ ଶିକ୍ଷକରୁ ବିଶାଳ ସାମ୍ରାଜ୍ୟ ଛିଡ଼ା କରିପାରିଥିଲେ । ଚୀନର ସବୁଠାରୁ ବଡ଼ ଇ-କମର୍ସ କମ୍ପାନୀ ଅଲିବାବାରୁ ଅବସର ନେଇଛନ୍ତି ଜ୍ୟାକ। ସେ ଗତବର୍ଷ ଜନ୍ମଦିନରେ ନିଜ ପଦରୁ ଇସ୍ତଫା ଦେବେ ବୋଲି ଘୋଷଣା କରିଥିଲେ । ଡାନିଏଲ ଝାଙ୍ଗଙ୍କୁ ନିଜର ଉତ୍ତରାଧିକାରୀ କରିବା ପୂର୍ବରୁ ବର୍ଷେ ଯାଏଁ ଏଜକ୍ୟୁଟିଭ ଚେୟାରମ୍ୟାନ ଭାବେ ରହିବେ ବୋଲି କହିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଙ୍କର ପିଲାଦିନ ବହୁତ ସଂଘର୍ଷମୟ ଥିଲା । କଲେଜ ଜୀବନରୁ ଚାକିରି କରିବା ପର୍ଯ୍ୟନ୍ତ ସେ ଅନେକ ଥର ରିଜେକ୍ଟ ହୋଇଥିଲେ ।

ପ୍ରସିଦ୍ଧ କମ୍ପାନି କେଏଫସି ମଧ୍ୟ ତାଙ୍କୁ ଚାକିରି ଦେବାପାଇଁ ମନାକରିଦେଇଥିଲା । ଦିନ ଥିଲା ମାତ୍ର ୮୬୭ଟଙ୍କା ପ୍ରତି ମାସ ଆୟ ସେ କରୁଥିଲେ । ହାଙ୍ଗଚୋରେ ଜନ୍ମିତ ଜ୍ୟାକ ମା କଲେଜରେ ପ୍ରବେଶିକା ପରୀକ୍ଷାରେ ୨ ଥର ଅସଫଳ ହୋଇଥିଲେ । ୨୦୧୬ରେ ୱାଲ୍ଡ ଇକୋନୋମିକ ଫୋରମରେ ସେ କହିଥିଲେ କି ହାବାର୍ଡ଼ ୟୁନିଭରସିଟି ତାଙ୍କୁ ୧୦ ଥର ଅଯୋଗ୍ୟ ବିବେଚିତ କରିଥିଲା । କିଶୋର ଅବସ୍ଥାରେ ସେ ଜଣେ ଟୁରିଷ୍ଟ ଗାଇଡ଼୍ ଥିଲେ । ଆଉ ସେତେବେଳେ ତାଙ୍କର ବୟସ ଥିଲା ମାତ୍ର ୧୨ ବର୍ଷ । ଟୁରିଷ୍ଟଙ୍କର ସହ କଥାବାର୍ତ୍ତା କରି କରି ସେ ଇଂରାଜୀ ଶିଖିଥିଲେ । ୧୯୯୯ ଅଲିବାବାର ଆରମ୍ଭ କରିବା ପୂର୍ବରୁ ସେ ଅନେକ ଜାଗାରେ ଚାକିରି ପାଇଁ ସାକ୍ଷାତକାର ଦେଇଥିଲେ । କିନ୍ତୁ ସେହି ସମୟରେ ମଧ୍ୟ ତାଙ୍କୁ କେହି ସିଲେକ୍ଟ କରିନଥିଲେ ।

ଅନେକ କଷ୍ଟ କରିବା ପରେ ତାଙ୍କୁ ଏକ ୟୁନିଭରସିଟରେ ଇଂରାଜୀ ଶିକ୍ଷକ ରୂପେ ଏକ ଚାକିରି ମିଳିଥିଲା । ପରେ ସେ ୧୭ ଜଣଙ୍କ ସହ ମିଶି ଅଲିବାବା କମ୍ପାନୀ ପ୍ରତିଷ୍ଠା କରିଥିଲେ । ତାଙ୍କ ଆପାର୍ଟମେଂଟର ବାହାରେ ହିଁ ସେ ଏହି କାମ ଆରମ୍ଭ କରିଥିଲେ । ୨୦୧୩ରେ ପର୍ଯ୍ୟନ୍ତ କିଛି ଖାସ୍ ସଫଳତା ମିଳିନଥିଲା । ୨୦୧୩ ପରଠାରୁ ହିଁ କମ୍ପାନୀର ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଲା । କଠିନ ପରିଶ୍ରମ ବଳରେ ଅଲିବାବା କମ୍ପାନୀକୁ ସଫଳତାର ଶୀର୍ଷରେ ପହଞ୍ଚିପାରିଥିଲେ ଜ୍ୟାକ୍ ମା । ଅଲିବାବା କମ୍ପାନୀରୁ ଅବସର ପରେ ଏବେ ସେ ସମସ୍ତ ସମୟ ଶିକ୍ଷା କ୍ଷେତ୍ରରେ ଦେବେ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ସାଧାରଣ ଲୋକଙ୍କ ପାଇଁ କିଛି କରିବାକୁ ଯୋଜନା କରିଛନ୍ତି ଜ୍ୟାକ୍ ମା ।

ସମ୍ବନ୍ଧିତ ଖବର