କରୁଣାନିଧିଙ୍କ କଳା ଚଷମାର କାହାଣୀ; ସେ ଥିଲେ ଅନ୍ତର୍ଜାତୀୟ ଚଷମା ବ୍ରାଣ୍ଡ୍ ‘ରେବାନ୍’ର ବ୍ରାଣ୍ଡ୍ ଆମ୍ବାସଡର୍

ନୂଆଦିଲ୍ଲୀ : ଆଉ କିଛି ସମୟ ଗଲେ ପଞ୍ଚଭୂତରେ ଲୀନ ହେବ ଦ୍ରାବିଡ଼ କିମ୍ବଦନ୍ତୀ ଏମ୍.କରୁଣାନିଧିଙ୍କ ମରଶରୀର। ଚେନ୍ନାଇର ରାଜାଜୀ ହଲରେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ଲକ୍ଷଲକ୍ଷ ଶୋକାଭିଭୂତ ଜନତା।

ତାମିଲନାଡୁ ରାଜନୀତିରେ ସର୍ବାଧିକ ପ୍ରଭାବଶାଳୀ ନେତାଙ୍କ ମଧ୍ୟରୁ ଅନ୍ୟତମ ଏମ୍ କରୁଣାନିଧି ନିଜ କଳାଚଷମା ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। ଦୀର୍ଘ ୪୬ ବର୍ଷ ଧରି ସେ କଳାଚଷମା ପିନ୍ଧିଆସୁଥିଲେ। କଳାଚଷମା ଓ ହଳଦିଆ ସାଲ୍ ଯେମିତି ତାଙ୍କର ପରିଚୟ ପାଲଟିଥିଲା। ତେବେ ୪୬ ବର୍ଷ ଧରି କଳାଚଷମା ପିନ୍ଧିବା ପରେ ୨୦୧୭ରେ ଏହାକୁ ବଦଳାଇଥିଲେ। ତାଙ୍କ ଲାଗି ନୂଆ ଚଷମା ଜର୍ମାନୀରୁ ଅଣାଯାଇଥିଲା। କିନ୍ତୁ ଏହାକୁ ଖୋଜିବା ଲାଗି ଚେନ୍ନାଇର ବିଜୟା ଅପ୍ଟିକ୍ସକୁ ୪୦ ଦିନ ଲାଗିଥିଲା।

ଉଲ୍ଲେଖଯୋଗ୍ୟ କି ୧୯୬୦ରେ ଏକ ଦୁର୍ଘଟଣାରେ ବାମ ଆଖିକୁ ଆଘାତ ଲାଗିବା ପରେ ସେ କଳା ଚଷମା ପିନ୍ଧିବା ଆରମ୍ଭ କରିଥିଲେ। କଳାଚଷମା ଅତ୍ୟଧିକ ଓଜନିଆ ଥିବା ସତ୍ତ୍ୱେ ଏହାକୁ ପିନ୍ଧିବାକୁ ସେ ବେଶ୍ ପସନ୍ଦ କରୁଥିଲେ। ସେ ମୁଖ୍ୟତଃ ରେବାନ୍ ବ୍ରାଣ୍ଡ ଚଷମା ପିନ୍ଧୁଥିଲେ। ୨୦୧୨ରେ ଏହି ଆମେରିକୀୟ କମ୍ପାନି କରୁଣାନିଧିଙ୍କୁ ବ୍ରାଣ୍ଡ୍ ଆମ୍ବାସଡର ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର