ନୂଆଦିଲ୍ଳୀ: ଗତକାଲି ମା’ ବନିଛନ୍ତି ବହୁଚର୍ଚ୍ଚିତ ଆଇଏଏସ୍ ଅଧିକାରୀ ଟିନା ଡାବି। ଜୟପୁରର ଏକ ହସ୍ପିଟାଲରେ ତାଙ୍କର ପ୍ରଥମ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି ଟିନା। ଆପଣଙ୍କ ହୁଏତ ମନେନଥିବ ଯେ ଗତ ମେ ମାସରେ ପାକ୍‌ ବିସ୍ତାପିତ ହିନ୍ଦୁ ମହିଳାମାନେ ଟିନାଙ୍କୁ ପୁତ୍ର ସନ୍ତାନର ମାଆ ହୁଅନ୍ତୁ ବୋଲି କହି ଆଶୀର୍ବାଦ କରିଥିଲେ। ସେହି ମହିଳାମାନଙ୍କ ଆଶୀର୍ବାଦ ଫଳପ୍ରଦ ହୋଇଛି। ବାସ୍ତବରେ ଏକ କୁନି ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ଟିନା।

Advertisment

ସେ ସମୟରେ ଟିନା ଜୈସଲେମର୍‌ର କଲେକ୍ଟର ଥିଲେ। ପାକିସ୍ତାନରୁ ଭାରତ ଆସିଥିବା ହିନ୍ଦୁ ପରିବାରଙ୍କ ଘର ବସାଇବା ପାଇଁ ପ୍ରଶାସନ ପକ୍ଷରୁ ଜମି ବଣ୍ଟନ କାମ ଆରମ୍ଭ ହୋଇଥିଲା। ସେହି ସମୟରେ ସେଠାରେ ପହଞ୍ଚିଥିଲେ କଳେକ୍ଟର ଟିନା ଡାବି। କଲେକ୍ଟର ସାହିବା ଗର୍ଭବତୀ ବୋଲି ଜାଣିବା ପରେ ଜଣେ ବୃଦ୍ଧ ମହିଳା ତାଙ୍କୁ ପୁତ୍ରବତୀ ଭବ ବୋଲି ଆଶୀର୍ବାଦ କରିଥିଲେ। ବୃଦ୍ଧଙ୍କ ଆଶୀର୍ବାଦରେ ମୁୁରୁକା ହସ ମାରିଥିଲେ ଟିନା।

ଘରକୁ କୁନି ଅତିଥି ଆସିବା ପରେ ତାଙ୍କୁ ଓ ତାଙ୍କ ପତି ଆଇଏଏସ୍ ଅଧିକାରୀ ସ୍ବାମୀ ପ୍ରଦୀପ ଗୱାଣ୍ଡେ ଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। କିଛି ମାସ ତଳେ ସେ ତ‌ାଙ୍କର ପ୍ରଥମ ପିଲାର ମାଆ ବନିବାକୁ ଯାଉଥିବା କଥା ଜଣାଇଥିଲେ।

ଉଲ୍ଲେଖଯୋଗ୍ୟ, ୨୦୧୫ ବ୍ୟାଚର ଆଇଏଏସ୍ ଟପ୍ପର ଓ ରାଜସ୍ଥାନ କ୍ୟାଡରର ବହୁ ଚର୍ଚ୍ଚିତ ଆଇଏଏସ୍ ଟିନା ଡାବି ଓ ଆଇଏଏସ୍ ସ୍ୱାମୀ ପୁତ୍ର ସନ୍ତାନକୁ ପାଇ ବେଶ୍ ଖୁସି । ଜୁଲାଇ ୫ରୁ ଟିନା ଡାବି ମ୍ୟାଟରନିଟି ଲିଭରେ ଥିବାରୁୁ ତାଙ୍କ ସ୍ଥାନରେ ୨୦୧୩ ବ୍ୟାଚର ଆଇଏଏସ୍ ଆଶିଷ ଗୁପ୍ତାଙ୍କ ଦାୟିତ୍ୱ ଦିଆଯାଇଥିଲା ।