ଲଖନଉ: ଡାକ୍ତର ସୁବୋଧ କୁମାର ସିଂଙ୍କୁ ଯେତେବେଳେ ୧୩ ବର୍ଷ ହୋଇଥିଲା ତାଙ୍କ ପିତା ଜ୍ଞାନ ସିଂଙ୍କର ହୃଦଘାତରେ ମୃତ୍ୟୁ ହୋଇଯାଇଥିଲା | ସେବେଠାରୁ ସୁବୋଧଙ୍କ ଜୀବନ ଏକ ସଂଘର୍ଷରେ ପରିଣତ ହୋଇଥିଲା | ଘର ଚଳାଇବା ପାଇଁ ସେ ରାସ୍ତାରେ ବୁଲିବୁଲି ସାବୁନ ବିକ୍ରି କରୁଥିଲେ ଏବଂ ବେଳେବେଳେ ଦୋକାନରେ ଛୋଟ କାମ ମଧ୍ୟ କରୁଥିଲେ | ପରିସ୍ଥିତି ଏତେ ଖରାପ ଥିଲା ଯେ ତାଙ୍କ ଭାଇମାନେ ଘର ଚଳାଇବା ପାଇଁ ପାଠପଢା ଛାଡିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ସୁବୋଧଙ୍କ ଅଧ୍ୟୟନ ଜାରି ରଖିବା ଏବଂ ଡାକ୍ତର ହେବାର ସ୍ୱପ୍ନକୁ ପୂରଣ କରିବା ପାଇଁ ସେମାନେ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ। ଡାକ୍ତର ସୁବୋଧ କୁହନ୍ତି, “ମୋର ପାଠପଢା ପାଇଁ ଭାଇମାନେ ଦେଇଥିବା ବଳିଦାନର ମହତ୍ତ୍ୱ ବୁଝିଥିଲି । ବଳିଦାନ ନିରର୍ଥକ ନହେବା ପାଇଁ ମୁଁ କଠିନ ପରିଶ୍ରମ ଜାରି ରଖିଥିଲି | ମୋର ଦଶମ ପରୀକ୍ଷା ସମୟରେ ମୁଁ ଏକ ଦୋକାନରେ ମଧ୍ୟ କାମ କରୁଥିଲି | ମୋ ମା ବହୁତ ଅସୁସ୍ଥ ଥିବାରୁ ମୁଁ ରୋଷେଇ କରୁଥିଲି ଓ ଚାରି ଜଣ ଭାଇ ଘର ଚଳାଇବା ପାଇଁ ଚାକିରି କରୁଥିଲେ' | ବାରାଣାସୀ (ଉତ୍ତରପ୍ରଦେଶ) ର ଡାକ୍ତର ସୁବୋଧ ଚାରି ଭାଇଙ୍କ ମଧ୍ୟରୁ ସାନ ଥିଲେ । ଆର୍ଥିକ ପରିସ୍ଥିତି ଖରାପ ହେତୁ ତାଙ୍କ ପିଲାଦିନ ଅନେକ ଅସୁବିଧାରେ ବିତିଥିଲା |

Advertisment

ତାଙ୍କ କହିବାନୁସାରେ, “ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ନହେବା ତାଙ୍କ ପିତା ଅକାଳରେ ମୃତ୍ୟୁ ବରଣ କରିଥିଲେ । ମୋ ବାପା ରେଳବାଇରେ କିରାଣୀ ଥିଲେ ଏବଂ ମୃତ୍ୟୁ ପରେ ବଡ ଭାଇ ଚାକିରି ପାଇଲେ। କିନ୍ତୁ ବାପାଙ୍କ ମୃତ୍ୟୁ ପରେ ଉଭୟ ଗ୍ରାଚ୍ୟୁଇଟି ଏବଂ ବଡ ଭାଇର ଦରମା ଋଣ ପରିଶୋଧ କରିବାକୁ ଚାଲିଯାଉଥିଲା | ଘର ଚଳାଇବା ଆମ ପାଇଁ କଷ୍ଟକର ହୋଇପଡୁଥିଲା, ତା’ପରେ ଆମେ ରାସ୍ତାରେ ଏବଂ ସ୍ଥାନୀୟ ଦୋକାନରେ ଘରେ ତିଆରି ମହମବତୀ, ସାବୁନ୍ ଏବଂ କଳା ଚଷମା ବିକ୍ରି କରିବା ଆରମ୍ଭ କରିଥିଲୁ'। କିନ୍ତୁ ଏହି ସବୁ ଅସୁବିଧା ସତ୍ତ୍ୱେ ତାଙ୍କ ଭାଇମାନେ ସବୁବେଳେ ଚେଷ୍ଟା କରିଥିଲେ ଯେ କିଭଳି ତାଙ୍କ ଭାଇ ସୁବୋଧ ଡାକ୍ତରୀ ପଢିବା ପାଇଁ ଟଙ୍କାର ଅଭାବ ନ ହେବ | ସୁବୋଧ ମଧ୍ୟ ମଧ୍ୟ କଠିନ ପରିଶ୍ରମ କରିଥିଲେ, ସେ ୧୯୮୩ ମସିହାରେ ଆର୍ମଡ଼ ଫୋର୍ସ ମେଡିକାଲ କଲେଜ (ଏଫଏମସି, ପୁଣେ), ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ (ବିଏଚୟୁ-ପିଏମଟି) ଏବଂ ଉତ୍ତରପ୍ରଦେଶ ରାଜ୍ୟ ମିଳିତ ପ୍ରି ମେଡିକାଲ ଟେଷ୍ଟ (ସିପିଏମଟି) ରେ ପାସ୍ କରିଥିଲେ। ସେ ବିଏଚୟୁରୁ ଡାକ୍ତରୀ ପାଠ ପଢିବାକୁ ଚୟନ କଲେ ଯାହା ଦ୍ୱାରା ସେ ତାଙ୍କ ମାଙ୍କ ପାଖରେ ରହି ତାଙ୍କ ଯତ୍ନ ନେଇ ପାରିବେ। ଏହା ପରେ ସେ ଅସ୍ତ୍ରୋପଚାର ଏବଂ ପ୍ଲାଷ୍ଟିକ୍ ସର୍ଜରୀରେ ବିଶେଷଜ୍ଞ ହୋଇ ସ୍ନାତକୋତ୍ତର ସମାପ୍ତ କରିଥିଲେ |

publive-image Photo-The Better India

କଷ୍ଟକୁ ଅତି ପାଖରୁ ଦେଖିଥିବା ସୁବୋଧଙ୍କୁ ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଲା | ସେ କୁହନ୍ତି, “ମୋର ପିଲାଦିନ ମୋତେ ପରିସ୍ଥିତିର ମୁକାବିଲା କରିବା ଏବଂ ଦୈନନ୍ଦିନ ଜୀବନରେ ସଂଘର୍ଷ କରୁଥିବା ଲୋକଙ୍କ ଭାବନାକୁ ବୁଝିବା ପାଇଁ ଶକ୍ତି ଦେଇଥିଲା | ଅସୁବିଧାରେ ଥିବା ଲୋକଙ୍କ ପାଇଁ ମୁଁ କିଛି କରିବାକୁ ଚାହୁଁଥିଲି | ଡାକ୍ତର ହେବା ପରେ ମୁଁ ଏପରି ସ୍ଥିତିରେ ପହଞ୍ଚିଲି ଯେଉଁଠାରେ ମୁଁ ଲୋକଙ୍କୁ ସାହାଯ୍ୟ କରିପାରିବି | ଯେତେବେଳେ ଡାକ୍ତର ସୁବୋଧ ଗ୍ରହଣଖଣ୍ଡିଆ ଥିବା ପିଲାମାନଙ୍କର ସମସ୍ୟା ବିଷୟରେ ଜାଣିଲେ, ସେତେବେଳେ ସେ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ | ସେ ଏପରି ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଶିବିର ଆୟୋଜନ କରିବା ଆରମ୍ଭ କରିଥିଲେ।

ସେ କହିଛନ୍ତି, “ଗ୍ରହଣଖଣ୍ଡିଆ ହୋଇଥିବା ପିଲାମାନେ ଆର୍ଥିକ, ସାମାଜିକ ଏବଂ ଶାରୀରିକ ସ୍ତରରେ ସମସ୍ତ ପ୍ରକାରର ଅସୁବିଧାର ସମ୍ମୁଖୀନ ହୁଅନ୍ତି। ପ୍ଲାଷ୍ଟିକ୍ ସର୍ଜନ ହୋଇଥିବାରୁ ମୁଁ ତାଙ୍କୁ ସାହାଯ୍ୟ କରୁଛି । ୨୦୦୪ ମସିହାରୁ ଏହିପରି ପିଲାମାନଙ୍କ ପାଇଁ ସୁବୋଧ ମାଗଣା ଅସ୍ତ୍ରୋପଚାର କରିବା ଆରମ୍ଭ କରିଥିଲେ | ସେବେଠାରୁ ସେ ୩୭,୦୦୦ ପିଲାଙ୍କର ମାଗଣାରେ ଅପରେସନ କରିଛନ୍ତି। ଆମେରିକାର ଏକ ଏନଜିଓ 'ସ୍ମାଇଲ୍ ଟ୍ରେନ୍' ଡାକ୍ତର ସୁବୋଧ କୁମାର ସିଂଙ୍କ କାର୍ଯ୍ୟ ଦେଖି ତାଙ୍କ ସହ ହାତ ମିଳାଇଲେ। ଡାକ୍ତର ସୁବୋଧ କହିଛନ୍ତି ଯେ, “ଏହି ଏନଜିଓ ଅପରେସନ ଖର୍ଚ୍ଚ ବହନ କରୁଥିବାବେଳେ ମୁଁ ଏବଂ ଅନ୍ୟ ଡାକ୍ତରମାନେ ଅସ୍ତ୍ରୋପଚାର କରୁ'।