ଡେଭିଲ୍ସ ଆଡଭୋକେଟ୍ ! ନିର୍ଭୟା ପରେ ଏବେ ହାଥରସ, ଜାଣନ୍ତୁ କାହିଁକି ବହୁଚର୍ଚ୍ଚିତ ମାମଲାରେ ଅପରାଧୀଙ୍କ ସପକ୍ଷରେ ଛିଡ଼ା ହୁଅନ୍ତି ଏହି ଓକିଲ

ନୂଆଦିଲ୍ଲୀ: ଦେଶକୁ ବିଚଳିତ କରିଦେଇଥିବା ଦିଲ୍ଲୀର ନିର୍ଭୟା କାଣ୍ଡ ହେଉ କି ଧାର୍ମିକ ବିଶ୍ୱାସକୁ ଧୋକ୍କା ଦେଇଥିବା ବାବା ରାମ୍ ରହିମଙ୍କ ମାମଲା ହେଉ ବା ବହୁଚର୍ଚ୍ଚିତ ହାଥରସ୍ ଗଣଦୁଷ୍କର୍ମ  ହେଉ ଏସବୁ ମାମଲାରେ ଅଭିଯୁକ୍ତଙ୍କ ସପକ୍ଷରେ ଓକିଲ ଭାବେ ଅଦାଲତରେ ଠିଆ ହୋଇଛନ୍ତି ଏ.ପି ସିଂହ (ଅଜୟ ପ୍ରକାଶ ସିଂହ)।  ସବୁଠାରୁ ବଡକଥା ଯେ ଏପି ସିଂହ ସବୁବେଳେ  ଅଭିଯୁକ୍ତମାନଙ୍କ ପକ୍ଷରେ କୋର୍ଟରେ ଲଢୁଥିବାର ଦେଖିବାକୁ ମିଳୁଛି । ଏହାକୁ ନେଇ ଜନସାଧାରଣ ତାଙ୍କ ଉପରେ ପ୍ରଶ୍ନ ଉଠାନ୍ତି ଆଉ କହନ୍ତି ଯେ ଏ.ପି ସିଂହଙ୍କର ଯଦି ଏତେ ଖ୍ୟାତି ତେବେ ସେ କାହିଁକି ପୀଡିତାଙ୍କ ପକ୍ଷରେ ମାମଲା ଲଢନ୍ତି ନାହିଁ ? ନିର୍ଭୟା ମମଲାରେ ତାଙ୍କ ବିରୋଧରେ ଓକିଲ ଥିବା ସୀମା ସମୃଦ୍ଧି କୁଶୱା ବି ଏଥର ହାଥରସ୍ ମାମଲାରେ ତାଙ୍କ ବିରୋଧରେ ଓକିଲ ଭାବେ ଠିଆ ହେବେ ।

ଦୁଷ୍କର୍ମକାରୀଙ୍କୁ ସମାଜ ଘୃଣା କରେ । ହେଲେ କ’ଣ ପାଇଁ କୋର୍ଟରେ ଦୁଷ୍କର୍ମକାରୀଙ୍କ ସପକ୍ଷରେ ଯୁକ୍ତି ବାଢନ୍ତି ଅଜୟ ପ୍ରକାଶ ସିଂ । ଅଭିଯୁକ୍ତଙ୍କ ସପକ୍ଷରେ ଲଢିବାର କ’ଣ ରହିଛି କାରଣ ? ଏମିତି କିଛି ପ୍ରଶ୍ନର ଉତର ଦେଇ ଏ.ପି ସିଂ କହିଛନ୍ତି କି ‘ମୁଁ ଜଣେ ଓକିଲ, ଠିକ୍ ଓ ଭୁଲର ନିଷ୍ପତ୍ତି ତ କୋର୍ଟ କରିଥାଏ । ହେଲେ ମୁଁ ସର୍ବଦା ଚେଷ୍ଟା କରିଥାଏ କି କୌଣସି ନିର୍ଦ୍ଦୋଷ ବ୍ୟକ୍ତି ଦଣ୍ଡ ନପାଉ କି କୌଣସି ଦୋଷୀ ପ୍ରତି କୋର୍ଟ କୋହଳ ମନୋଭାବ ପୋଷଣ ନକରନ୍ତୁ।’

ହାଥରସ୍ ଭଳି ସମ୍ବେଦନଶୀଳ ମାମଲାରେ ଆପଣ ଅଭିଯୁକ୍ତଙ୍କ ସପକ୍ଷରେ ଲଢିବା କେତେ ଯୁକ୍ତି ଯୁକ୍ତ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ କି ହଁ ମୁଁ ଅଭିଯୁକ୍ତମାନଙ୍କ ସପକ୍ଷରେ ମାମଲା ଲଢୁଛି । ଆପଣଙ୍କୁ ଅଭିଯୁକ୍ତଙ୍କ ପରିବାର ମାମଲା ଲଢିବାକୁ କହିଥଲେ ନା ଆପଣ ନିଜ ପକ୍ଷରୁ ହାଥରସ୍ ମାମଲା ଲଢିବାକୁ କହିଥିଲେ ବୋଲି ପ୍ରଶ୍ନର ଉତ୍ତର ଦେଇ ଏ.ପି ସିଂହ କହିଛନ୍ତି କି ହାଥରସ୍ ମାମଲାରେ ମୁଁ ମାମଲା ଲଢିବାକୁ କହି ନଥିଲି । ଅନ୍ୟ ମାମଲା ଭଳି ଏହି ମାମଲା ମୋ ପାଖକୁ ଆସିଥିଲା । ଏହି ମାମଲା ଲଢିବାକୁ ଅଭିଯୁକ୍ତଙ୍କ ପରିବାର ପକ୍ଷରୁ ମୋତେ ଅନୁରୋଧ କରାଯାଇଥିଲା । ଏହା ପରେ ମୁଁ ପୂରା ମାମଲାକୁ ପଢିଥିଲି ଓ ଲଢିବାକୁ ନିଷ୍ପତ୍ତି ନେଇଥିଲି । ୪ ଅଭିଯୁକ୍ତଙ୍କ ପରିବାର ଲୋକେ, ଅଖିଳ ଭାରତୀୟ କ୍ଷେତ୍ରୀୟ ମହାସଭାର ମାନବେନ୍ଦ୍ର ସିଂହ, ପୂର୍ବକେନ୍ଦ୍ରମନ୍ତ୍ରୀ ଡା. ଦିଗବିଜୟ ସିଂ ଏହି ମାମଲା ଲଢିବାକୁ ମୋତେ ଅନୁରୋଧ କରିଥିଲେ ବୋଲି ଏ.ପି ସିଂ କହିଛନ୍ତି ।

ସମ୍ବନ୍ଧିତ ଖବର