ଚୋରରୁ କିପରି ଦେବତାମାନଙ୍କର କୋଷାଧ୍ୟକ୍ଷ ହୋଇଥିଲେ କୁବେର

ଦେବତାମାନଙ୍କ ମଧ୍ୟରେ କୁବେର ହେଉଛନ୍ତି ସବୁଠାରୁ ଧନୀ। ହେଲେ ଆପଣ ଜାଣନ୍ତି କି କୁବେର ପୂର୍ବ ଜନ୍ମରେ ଚୋର ଥିଲେ। ସେ କିପରି ଦେବତାମାନଙ୍କର କୋଷାଧ୍ୟକ୍ଷ ହୋଇଥିଲେ, ଜାଣିବାକୁ ଚାହାଁନ୍ତି କି?
ଧନର ଦେବତା ବୋଲି କୁବେରଙ୍କୁ କୁହାଯାଏ। ଶାସ୍ତ୍ର ଅନୁଯାୟୀ ଶ୍ରୀ କୁବେର ପୂର୍ବ ଜନ୍ମରେ ଜଣେ ଚୋର ଥିିଲେ। ସେ ବିଭିନ୍ନ ମନ୍ଦିରକୁ ଯାଇ ଚୋରି କରୁଥିଲେ। ଥରେ ରାତିରେ ସେ ଏକ ଶିବ ମନ୍ଦରକୁ ଚୋରି କରିବା ଲକ୍ଷ୍ୟରେ ଯାଇଥିଲେ।
ଶିବ ମନ୍ଦିର ଭିତରେ ସେ ପଶିଗଲେ। କିନ୍ତୁ ଚାରିଆଡ଼େ ଘୋର ଅନ୍ଧକାର ଥିବା ହେତୁ କିଛି ଦିଶୁ ନ ଥିଲା। ଶିବ ମନ୍ଦିର ଭିତରେ କେଉଁଠାରେ ମୂଲ୍ୟବାନ୍‌ ସାମଗ୍ରୀ ଅଛି, ତାହା ଜାଣି ପାରୁନଥିଲେ।
କୁବେର ସେଠାରେ ଥିବା ଏକ ଦୀପକୁ ପ୍ରଜ୍ଜ୍ୱଳିତ କରିଲେ। ଦୀପ ଜଳିବା ମାତ୍ରେ ସେଠାରେ ଥିବା ଧନ ସଂପତ୍ତି ସବୁ ସ୍ପଷ୍ଟ ଭାବେ ଦିଶିଲା କୁବେରଙ୍କୁ। କିନ୍ତୁ ତାକୁ ଲୁଟିବା ପୂର୍ବରୁ ଜୋର ବେଗରେ ପବନ ବହିଲା। ଯାହାର ପରିଣାମ ସ୍ୱରୂପ ଦୀପଟି ଲିଭିଗଲା।
ଏହାପରେ ପୁଣି କୁବେର ଦୀପ ଜଳାଇଲେ। ତା’ପରେ ପୁଣି ପବନ ବହିଲା ଓ ଦୀପଟିି ଲିଭିଗଲା। ଏହିଭଳି ଭାବେ କୁବେର ବାରମ୍ବାର ଦୀପ ପ୍ରଜ୍ଜ୍ୱଳିତ କରିବାରେ ଲାଗିଲେ।


କୁହାଯାଏ ଯେ ଯଦି କେହି ରାତିରେ ଭଗବାନ ଶିବଙ୍କ ସମ୍ମୁଖରେ ଦୀପ ଜଳାଏ, ତେବେ ମହାଦେବଙ୍କର ଅସୀମ କୃପା ମିଳିଥାଏ। ଏକଥା କିନ୍ତୁ କୁବେରଙ୍କୁ ଜଣା ନ ଥିଲା। ତାଙ୍କର ଅଜଣାତରେ ଏହି କାର୍ଯ୍ୟ ସଂପନ୍ନ ହୋଇଗଲା।
ଏଥିରେ ଭଗବାନ ଶିବ ପ୍ରସନ୍ନ ହୋଇ କୁବେରଙ୍କୁ ଆର ଜନ୍ମରେ ଦେବତାମାନଙ୍କର କୋଷାଧ୍ୟକ୍ଷ ନିଯୁକ୍ତ କରିଥିଲେ। ସେବେଠାରୁ କୁବେର ଭଗବାନ ଶିବଙ୍କର ପରମ ଭକ୍ତ ଏବଂ ଧନପତି ଧନର ଦେବତା ହୋଇଯାଇଥିଲେ।

ସମ୍ବନ୍ଧିତ ଖବର