ବିଷାକ୍ତ ସାପ ଦଂଶନର ପ୍ରଭାବ ଏମାନଙ୍କ ଉପରେ ପଡ଼େ ନାହିଁ! ଜାଣନ୍ତୁ ସେମାନେ କିଏ?

1

ବିଷାକ୍ତ ସାପ କାମୁଡିଲେ ମନୁଷ୍ୟ ବା କୌଣସି ଜୀବ ବଞ୍ଚିବା ଅସମ୍ଭବ । କିନ୍ତୁ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନଙ୍କ ଉପରେ ବିଷାକ୍ତ ସର୍ପ ଦଂଶନର ପ୍ରଭାବ ପଡ଼େନାହିଁ।

ମହାଭାରତ ଯୁଦ୍ଧ ପରେ ହସ୍ତିନାପୁରର ରାଜସିଂହାସନର ଉତ୍ତରାଧିକାରୀ ହୋଇଥିଲେ ଅଭିମନ୍ୟୁଙ୍କ ପୁତ୍ର ତଥା ଅର୍ଜ୍ଜୁନଙ୍କର ନାତି ପରିକ୍ଷୀତ। ସେ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହା କୁରୁବଂଶରେ ଜନ୍ମିତମାନଙ୍କୁ ବିଷାକ୍ତ ସାପ କାମୁଡା ଭୟରୁ ମୁକ୍ତ କରିଥିଲା।

ଥରେ ରାଜା ପରୀକ୍ଷିତ ଜଙ୍ଗଲରେ ଯାତ୍ରା କରୁଥିବା ସମୟରେ କଳି ନାମକ ରାକ୍ଷସ ସହିତ ତାଙ୍କର ଭେଟ ହେଲା । ସେ ତାଙ୍କ ରାଜ୍ୟରେ ରହିବା ପାଇଁ ଅନୁମତି ମାଗିଲା। କିନ୍ତୁ ରାଜା ପରୀକ୍ଷିତ ମନା କରିଦେଲେ । ବହୁତ ଅନୁରୋଧ ପରେ ରାଜା କଳି ରାକ୍ଷସକୁ ତାଙ୍କ ରାଜ୍ୟରେ ରହିବାକୁ ପ୍ରବେଶ ଦେଲେ କିନ୍ତୁ ସର୍ତ ରଖିଲେ ତା’ର ଅବସ୍ଥାନ କେବଳ ପାଞ୍ଚଟି ସ୍ଥାନ ଭିତରେ ସୀମିତ ରହିବ । ଏହି ପାଞ୍ଚଟି ସ୍ଥାନ ଥିଲା ଜୁଆ ଆଡ୍ଡା, ବେଶ୍ୟାପଡ଼ା , ସୁନା, ପଶୁମାନଙ୍କର ବଳି ଏବଂ ମଦିରାପାନ ହେଉଥିବା ସ୍ଥାନ । କଳି ଚତୁରତାର ସହିତ ପରୀକ୍ଷିତଙ୍କର ସୁନାର ମୁକୁଟରେ ପ୍ରବେଶ କରି ତାଙ୍କର ବିଚାର ବିଭ୍ରାଟ କରିବା ଆରମ୍ଭ କରିଦେଲା, ଯାହାର ପରିଣାମ ରାଜାଙ୍କୁ ଭୋଗିବାକୁ ପଡ଼ିଲା । ରାଜା ଥରେ ଜଙ୍ଗଲରେ ଶିକାର କରୁଥିବା ସମୟରେ ତାଙ୍କୁ ବହୁତ ଶୋଷ ଲାଗିଲା । ସେ ଶମୀକ୍‌ ଋଷିଙ୍କ ଆଶ୍ରମକୁ ଚାଲିଗଲେ । କିନ୍ତୁୂ ଋଷି ଧ୍ୟାନରେ ଥିଲେ । ରାଜା ତାଙ୍କୁ ବହୁତ ଥର ଡାକିବା ପରେ ମଧ୍ୟ ସେ ଧ୍ୟାନ ଭଙ୍ଗ କଲେ ନାହିଁ । ରାଜା ପରୀକ୍ଷିତ କ୍ରୋଧର ବଶବର୍ତ୍ତୀ ହୋଇ ଋଷିଙ୍କ ବେକରେ ଏକ ସାପ ବାନ୍ଧିଦେଲେ ।

Indian Mythology

ଏହି ଘଟଣା ବିଷୟରେ ଯେତେବେଳେ ଋଷିଙ୍କର ପୁତ୍ର ଜାଣିଲେ, ସେ ପରୀକ୍ଷିତଙ୍କୁ ଅଭିଶାପ ଦେଇ କହିଲେ ସାତ ଦିନ ପରେ ସର୍ପ ଦଂଶନରେ ତୁମର ମୃତ୍ୟୁ ହେବ। ଏହି ଘଟଣା ପରେ ରାଜା ତାଙ୍କର ସବୁ ଦାୟିତ୍ୱ ନିଜର ପୁତ୍ର ଜନ୍ମେଜୟଙ୍କୁ ଦେଲେ ଏବଂ ଶୁକ୍ରତାଳ ନଦୀ କୂଳକୁ ଚାଲିଗଲେ । ନିଜ ଜୀବନର ଶେଷ ସମୟକୁ ସେ ଭାଗବତ ପୁରାଣ ଶୁଣିି ବିତାଇଲେ ଏବଂ ସପ୍ତମ ଦିନ ସାପମାନଙ୍କର ରାଜା ତକ୍ଷକ ଦଂଶନ କରିବାରୁ ରାଜା ପରୀକ୍ଷିତଙ୍କର ମୃତ୍ୟୁ ହେଲା । ପରୀକ୍ଷିତଙ୍କର ମୃତ୍ୟୁର କାରଣ ଜାଣିପାରି ତାଙ୍କ ପୁତ୍ର ଜନ୍ମେଜୟ ପୃଥିବୀରୁ ସବୁ ସାପଙ୍କର ସର୍ବନାଶ ପାଇଁ ପ୍ରତିଜ୍ଞା କଲେ ଏବଂ ସେଥିପାଇଁ ସର୍ପମେଧ ଯଜ୍ଞର ଆୟୋଜନ କଲେ । ଏହାର ପ୍ରଭାବରେ ସବୁ ସାପ ଆସି ଯଜ୍ଞକୁଣ୍ଡରେ ପଡ଼ିଲେ । କିନ୍ତୁ ସାପଙ୍କର ରାଜା ତକ୍ଷକ ଭୟରେ ସୂର୍ଯ୍ୟ ଦେବଙ୍କ ରଥରେ ଲାଗିଗଲେ। ସୂର୍ଯ୍ୟଦେବଙ୍କ ରଥ ଯଜ୍ଞକୁଣ୍ଡରେ ପଡ଼ିବା ମାନେ ସୂର୍ଯ୍ୟଙ୍କର ଅସ୍ତିତ୍ୱର ସମାପ୍ତି, ଯାହା ସୃଷ୍ଟିର ସମାପ୍ତି ସହିତ ସମାନ । ସୂର୍ଯ୍ୟଦେବ ଏବଂ ସୃଷ୍ଟିର ରକ୍ଷା ପାଇଁ ସବୁ ଦେବତା ଜନ୍ମେଜୟଙ୍କୁ ଅନୁରୋଧ କଲେ । କିନ୍ତୁ ସେ କୌଣସି ଉପାୟରେ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଚାହୁଁଥିଲେ । ତାଙ୍କ ଯଜ୍ଞକୁ ବନ୍ଦ କରିବା ପାଇଁ ଆସ୍ତିକ ମୁନୀଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଲା । ତାଙ୍କର ପିତା ବ୍ରାହ୍ମଣ ଏବଂ ମାତା ଏକ ନାଗ କନ୍ୟା ଥିଲେ । ଅସ୍ତିକ ଋଷିଙ୍କ କଥା ଜନ୍ମେଜୟ ମାନିଲେ ଏବଂ ଯଜ୍ଞଙ୍କୁ ବନ୍ଦ କରି ତକ୍ଷକଙ୍କୁ ମୁକ୍ତ କରିଲେ ।

କିମ୍ବଦନ୍ତୀ କହେ,ଜନ୍ମେଜୟ ତକ୍ଷକଙ୍କୁ ମୁକ୍ତ କରିବା ପର ଠାରୁ ସେହି ସ୍ଥାନରେ ରହୁଥିବା ଲୋକ ଏବଂ କୁରୁବଂଶର ବଂଶଜ ଉପରେ କୌଣସି ପ୍ରକାରର ବିଷାକ୍ତ ସର୍ପର ବିଷର ପ୍ରଭାବ ପଡ଼େ ନାହିଁ ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. ANINDYA RAJ KHADANGA says

    thik ta achhi but Kali eka rakhyash nuha baram se kala chakra thila