ନୂଆଦିଲ୍ଲୀ: ମୃତ୍ୟୁ କ’ଣ ଶେଷ? ଆମେ ଏହି ପୃଥିବୀରେ କ’ଣ ବାରମ୍ବାର ଜନ୍ମ ନେଇଥାଉ? ପୁନଃଜନ୍ମ କ’ଣ ସତ? ଯଦି ସତ ତେବେ ଆମର କ’ଣ ପାଇଁ ତାହା ମନେ ପଡ଼ୁନାହିଁ? ଯଦି ମିଥ୍ୟା ତେବେ କିଛି ଲୋକ କାହିଁକି ଦାବି କରୁଛନ୍ତି କି ସେମାନଙ୍କ ପୁନଃଜନ୍ମ ହୋଇଛି, ପୂର୍ବଜନ୍ମର କଥା ତାଙ୍କର ସବୁ ମନେ ଅଛି।
ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିବା ବେଳେ ଜଣେ ବାଳକ ତାଙ୍କ ପୁନଃଜନ୍ମ ହୋଇଛି ବୋଲି ଦାବି କରିବା ସହିତ ପୂର୍ବଜନ୍ମର କଥା ସବୁ ବଖାଣିଛନ୍ତି। ଏହି ବାଳକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଉକ୍ତ ବାଳକ ଜଣକ ଉତ୍ତରପ୍ରଦେଶର ମେନପୁରୀ ଜିଲ୍ଲାରେ ବସବାସ କରନ୍ତି।
ଏହି ଘଟଣା ୨୦୧୫ ତାରିଖ ଜାନୁଆରି ୯ ତାରିଖରୁ ଆରମ୍ଭ ହୋଇଛି। ରତନପୁରରେ ବସବାସ କରୁଥିବା ମନୋଜ ମିଶ୍ରା ନାମକ ଜଣେ ବ୍ୟକ୍ତି ଜମିରେ ଚାଷ କରୁଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ଯେଉଁ କାରଣରୁ ତାଙ୍କ ଆଖିର ରଶ୍ମି ଚାଲି ଯାଇଥିଲା। ପରିବାରଲୋକ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
କୁହାଯାଉଛି କି ଯେତେବେଳେ ମନୋଜ ମିଶ୍ରାଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ତାଙ୍କ ଝିଅ ଗର୍ଭବତୀ ଥିଲେ। ମନୋଜଙ୍କ ମୃତ୍ୟୁର ୨୦ଦିନ ପରେ ଝିଅ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଯାହାଙ୍କ ନାମ ସେ ରଖିଥିଲେ ଆର୍ଯନ।
୪ବର୍ଷ ପରେ ଆର୍ଯନ ରତନପୁର ଗ୍ରାମର ନାମ ନେଇଥିଲା। ଯେଉଁ ଗ୍ରାମବିଷୟରେ ସେ କିଛି ବି ଜାଣି ନଥିଲା। ଏହାପରେ ତା’ସହିତ ପୂର୍ବଜନ୍ମରେ କ’ଣ ଘଟିଥିଲା ତାହାକୁ ସେ ଟିକିନିଖି କରି ସବୁ ବଖାଣି ଦେଇଥିଲା। ଆର୍ଯନଙ୍କ ପୂର୍ବଜନ୍ମ ଘଟଣା ମନୋଜ ମିଶ୍ରାଙ୍କ ସହିତ ଘଟିଥିବା ଘଟଣା ସହିତ ସମ୍ପୂର୍ଣ୍ଣ ଭାବେ ମେଳ ଖାଉଥିବା ଜାଣି ପରିବାରଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଆର୍ଯନଙ୍କ ମା’ କହିଛନ୍ତି, ‘ପୁଅକୁ ୮ବର୍ଷ ହେଲା ବେଳେ ସେ ମୋତେ ମା’ ନୁହେଁ ଝିଅ ବୋଲି କହି ମୋ ନାମ ଧରି ଡାକିଥିଲା। ଏମିତି କି ମୁଁ ତାକୁ ମୋ ବାପା ଘରକୁ ନେଇଯାଇଥିଲି। ସେଠାରେ ସେ ମୋ ମା’କୁ ଦେଖି ଆଈ ଡାକିବା ବଦଳରେ କହିଥିଲା,‘‘ ତୁମେ ହେଉଛି ମୋ ସ୍ତ୍ରୀ, ଆମ ପିଲା କାହାନ୍ତି?’’
କେବଳ ଏତିକି ନୁହେଁ ଆର୍ଯନ ମୋର ଦୁଇଭାଇଙ୍କୁ ଦେଖି ମାମୁ ବଦଳରେ ପୁଅ ବୋଲି କହି ଭୋଭୋ ହୋଇ କାନ୍ଦିବା ସହିତ ବାପାଙ୍କ ସହିତ ଜଡ଼ିତ ଅନେକ ଅଜଣା କଥା ସେ ବଖାଣି ଦେଇଥିଲା। ଯାହାକି ତାକୁ ଜଣା ନଥିଲା। ଏମିତି କି ସେ କଥା ମା’ ଛଡ଼ା ଆଉ କେହି ବି ଜାଣି ନଥିଲେ।’