ହିନ୍ଦୁ ପୌରାଣିକ ଶାସ୍ତ୍ର ଅନୁସାରେ ବୃହସ୍ପତିଙ୍କୁ ଦେବ ଗୁରୁ କୁହାଯାଏ, ଶୁକ୍ରାଚାର୍ଯ୍ୟାଙ୍କୁ ଦୈତ୍ୟ ଗୁରୁ । ଶୁକ୍ରାଚାର୍ଯ୍ୟଙ୍କୁ ମହର୍ଷି ଭୃଗୁ ଙ୍କର ପୁତ୍ର କୁହାଯାଏ । ଏକ ଆଖ୍ୟାନ ଅନୁସାରେ ତାଙ୍କୁ ମଧ୍ୟ ମହାଦେବଙ୍କ ସନ୍ତାନ ବୋଲି କୁହାଯାଏ । ହେଲେ ଏମିତି କାହିଁକି କୁହାଯାଏ, ଆସନ୍ତୁ ଜାଣିବା?
ବୃହସ୍ପତି ଏବଂ ଶୁକ୍ରାଚାର୍ଯ୍ୟା ଦୁଇ ଜଣ ପ୍ରାରମ୍ଭିକ ଶିକ୍ଷା ବୃହସ୍ପତିଙ୍କ ପିତା ଆଚାଯ୍ୟର୍ ଅଙ୍ଗିରସଙ୍କ ଠାରୁ କରିଥିଲେ । କିନ୍ତୁ ଆଚାର୍ଯ୍ୟ ଅଙ୍ଗିରସ ଶୁକ୍ରାଚାର୍ଯ୍ୟଙ୍କ ପ୍ରତି ଧ୍ୟାନ ଦେଉ ନ ଥିଲେ । ସେ ନିଜ ପୁତ୍ର ପ୍ରତି ବେଶି ଧ୍ୟାନ ଦେଉଥିଲେ । ଏହା ସହ୍ୟ କରି ନ ପାରି ଶୁକ୍ରାଚାର୍ଯ୍ୟ ଅସନ୍ତୁଷ୍ଟ ହୋଇ ଆଶ୍ରମ ଛାଡିଦେଲେ ଏବଂ ସେ ଗୌତମ ଋଷିଙ୍କ ଆଶ୍ରମକୁ ଗଲେ । ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ପାଇଁ ପ୍ରାର୍ଥନା କଲେ ।
ଗୌତମ ଋଷି ଶୁକ୍ରାଚାର୍ଯ୍ୟଙ୍କୁ କହିଲେ,ଏହି ଜଗତରେ ଜଣେ ହିଁ ଗୁରୁ । ସେ ହେଉଛନ୍ତି ଈଶ୍ୱର । ତେଣୁ ତାଙ୍କ ଆରଧନା କରିବା ପରେ ହିଁ ପରମ ଜ୍ଞାନ ଓ ସବୁ ପ୍ରକାରର ବିଦ୍ୟା ପ୍ରାପ୍ତି ହେବ। ଗୌତମ ଋଷିଙ୍କ ମାର୍ଗଦଶନ ଦ୍ୱାରା ସେ ଗୌତମୀ ନଦୀ ତଟରେ ପହଞ୍ଚିଲେ ଏବଂ ଶିବଙ୍କ ଆରଧନା କଲେ । ତାଙ୍କ ଆରଧନାରେ ପ୍ରସନ୍ନ ହୋଇ ମହାଦେବ ସଂଜୀବନୀ ବିଦ୍ୟା ପ୍ରଦାନ କଲେ । ଏହି ବିଦ୍ୟା ପ୍ରାପ୍ତ କରିବା ମାତ୍ରେ ଶୁକ୍ରାଚାର୍ଯ୍ୟ ରାକ୍ଷସମାନଙ୍କୁ ଜୀବିତ କରିବା ଆରମ୍ଭ କରିଦେଲେ, ଯାହାଫଳରେ ସବୁ ଦାନବ ଅହଂକାରୀ ହୋଇଗଲେ । ଦେବତା ଓ ସାଧୁଗଣଙ୍କୁ ହଇରାଣ କଲେ । ଫଳରେ ତାଙ୍କ ଭିତରେ ଯୁଦ୍ଧ ହେଲା । ସଂଜୀବନୀ ବିଦ୍ୟା କାରଣରୁ ଦେବତାଙ୍କ ସଂଖ୍ୟା ବଢିବାକୁ ଲାଗିଲା । ଯୁଦ୍ଧରେ ଦାନବଙ୍କୁ ପରାଜିତ କରିପାରିଲେ ନାହିଁ ।
ଏପରି ସ୍ଥିତିରେ କୌଣସି ଉପାୟ ନ ପାଇ ଦେବତାମାନେ ମହାଦେବଙ୍କ ପାଖକୁ ଗଲେ । ପ୍ରାର୍ଥନା କଲେ କି ମହାଦେବ , ଆପଣଙ୍କ ବରଦାନର ଦାନବ ଦୂରୁପଯୋଗ କରୁଛନ୍ତି । ଶୁକ୍ରାଚାର୍ଯ୍ୟ ସଂଜୀବନୀ ବିଦ୍ୟା ଦ୍ୱାରା ମୃତ ରାକ୍ଷସଙ୍କୁ ଜୀବିତ କରୁଛନ୍ତି । ମହାଦେବ କ୍ରୋଧିତ ହୋଇ ଶୁକ୍ରାଚାର୍ଯ୍ୟଙ୍କୁ ଗିଳି ଦେଲେ । ଫଳରେ ଦାନବ ଦୁର୍ବଳ ହୋଇଗଲେ ଏବଂ ଦେବତାମାନେ ଜିତିଗଲେ । ଭଗବାନ ଶିବଙ୍କ ଉଦର ଭିତରେ ଶୁକ୍ରାଚାର୍ଯ୍ୟ ବାହାରକୁ ବାହାରିବାର ରାସ୍ତା ଭାବୁଥିଲେ । ସେ ସମସ୍ତ ବ୍ରହ୍ମାଣ୍ଡ, ସଂପୂର୍ଣ୍ଣ ସୃଷ୍ଟିର ଦର୍ଶନ କରିଦେଲେ । ସେ କୌଣସି ଉପାୟ ନ ପାଇ ଶିବଙ୍କ ଉଦର ଭିତରେ ରହି ମନ୍ତ୍ର ଜପ କଲେ । ଏହି ମନ୍ତ୍ର ପ୍ରଭାବରେ ଶୁକ୍ରାଚାର୍ଯ୍ୟ , ଭଗବାନ ଶିବଙ୍କ ଲିଙ୍ଗ ମାର୍ଗରେ ବାହାରକୁ ଆସିଲେ ଏବଂ ଭଗବାନଙ୍କୁ ପ୍ରଣାମ କଲେ । ଶୁକ୍ରାଚାର୍ଯ୍ୟ ଲିଙ୍ଗ ମାର୍ଗରେ ବାହାରକୁ ଆସିଥିଲେ । ତେଣୁ ମହାଦେବ ତାଙ୍କୁ ନିଜ ପୁତ୍ର ବୋଲି ମାନିଥିଲେ । ମାତା ପାର୍ବତୀ ମଧ୍ୟ ତାଙ୍କୁ ପୁତ୍ର ରୂପେ ସ୍ୱୀକାର କରିଥିଲେ ।