ଏଭଳି ଅଜବ ଧରଣର ଟ୍ୟାକ୍ସ ଏବେ ବି ବିଭିନ୍ନ ଦେଶରେ ପ୍ରଚଳିତ ଅଛି

ପୃଥିବୀରେ ଏମିତି ଦେଶ ଅଛି ଯେଉଁଠି ଏପରି ଅଜବ ଧରଣର ଟ୍ୟାକ୍ସ୍‍ ବା କର ଦିଅନ୍ତି ଲୋକେ

 

ସମୟ ଏମିତି ବି ଥିଲା ଯେବେ ଦୁନିଆର କେତୋଟି ସ୍ଥାନରେ ଅଜବ ପ୍ରକାରର ଟ୍ୟାକ୍ସ୍‍ ବା କରର ପ୍ରଚଳନ ଥିଲା। ସେହିପରି ଟ୍ୟାକ୍ସ୍‍ ଯଦି ଆଜି ଭଳି ସ୍ଥିତିରେ ଲାଗୁ ହେବ ତେବେ ଅପ୍ରୀତିକର ପରିସ୍ଥିତ ସୃଷ୍ଟି ହୋଇଯିବ। କିନ୍ତୁ ଆଜି ବି ଏମିତି ଅନେକ ପ୍ରକାରର ଅଜବ ଧରଣର କରର ପ୍ରଚଳନ ରହିଛି ଯାହା ବର୍ତ୍ତମାନ ମଧ୍ୟ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

 

ସେକ୍ସ୍‍ ଟ୍ୟାକ୍ସ୍‍
ଆପଣ ହୁଏ ତ କେବେ ଶୁଣିଥିବେ ଏହି ବିଷୟରେ। ଜର୍ମାନୀରେ ଦେହ ବ୍ୟବସାୟ ଆଇନସମ୍ମତ ଅଟେ ଓ ସେଥିପାଇଁ ସେଠାରେ ସେକ୍ସ୍‍ ଟ୍ୟାକ୍ସ୍‍ ଆଦାୟ କରାଯିବାର ନିୟମ ରହିଛି। ୨୦୦୪ରେ ଏହି ନିୟମ ତିଆରି କରାଯାଇଥିଲା, ଯେଉଁଠି ପ୍ରତ୍ୟେକ ଦେହ ବ୍ୟବସାୟୀଙ୍କୁ ମାସକୁ ୧୫୦ ୟୁରୋ (ପ୍ରାୟ ୧୨ ହଜାର) ଦେବାକୁ ପଡ଼ିଥାଏ। ଏହାଦ୍ୱାରା ପ୍ରତିବର୍ଷ ସେକ୍ସ୍‍ ଟ୍ୟାକ୍ସ୍‍ରୁ ୧ ମିଲିୟନ୍‌ ୟୁରୋ ଆମଦାନୀ ହୋଇଥାଏ।

 

ଗୋପାଳନ କର
ୟୁରୋପୀୟ ୟୁନିୟନରେ ଗାଈ ଉପରେ କର ଲାଗିଥାଏ। ଏକ ଗବେଷଣାରୁ ସେମାନେ ବାହାର କରିଛନ୍ତି ଯେ, ଗାଈ ସବୁଜ ଚାରା ଖାଇଲାବେଳେ ତା’କୁ ହଜମ କରିବା ପାଇଁ ମିଥେନ୍‌ ଗ୍ୟାସ୍‌ ଛାଡ଼ିଥାଏ। ଯାହା ଗ୍ଲୋବଲ୍‌ ଓ୍ଵର୍ମିଙ୍ଗ୍‌ର କାରଣ ହୋଇଥିବାରୁ ଡେନ୍‌ମାର୍କ୍‌ରେ ଲୋକେ ଗାଈ ପାଳିବା ପାଇଁ ୭୪୦୦ ଟଙ୍କା ଟ୍ୟାକ୍ସ୍‍ ଦେଇଥାନ୍ତି।

 

ବକ୍ଷୋଜ କର !
ବର୍ତ୍ତମାନ ଏହି ଶ୍ରେଣୀୟ ଟ୍ୟାକ୍ସ୍‍ର ପ୍ରଚଳନ ନାହିଁ। କିନ୍ତୁ ଆଗରୁ ଦକ୍ଷିଣ ଭାରତର ତ୍ରାଭାଙ୍କୋର ରାଜ୍ୟରେ ମହିଳାମାନଙ୍କୁ ନିଜ ବକ୍ଷୋଜର ଆକାର ହିସାବରେ କର ଦେବାକୁ ପଡ଼ୁଥିଲା ବୋଲି ସୂଚନା ରହିଛି। ଉନବିଂଶ ଶତାବ୍ଦୀରେ ଏହି ରାଜ୍ୟର ଶାସକ ନିୟମ କରିଥିଲେ ଯେ, ଛୋଟ ଜାତିର ମହିଳାମାନେ ନିଜ ବକ୍ଷୋଜର ଉପର ଭାଗକୁ ଢାଙ୍କି ପାରିବେ ନାହିଁ। ଯଦି କେହି ଢାଙ୍କିଲେ ସେମାନଙ୍କୁ କର ଦେବାକୁ ପଡ଼ୁଥିଲା। ପରେ ଏହି ପ୍ରଥା ବନ୍ଦ ହେଲା।

 

ଟାଟୁ ଟେକ୍ସ୍‍
ଆମେରିକା ସ୍ଥିତ ଅର୍‌କାନ୍‌ସାସ୍‌ରେ ଟାଟୁ ତିଆରି କଲେ ଟେକ୍ସ୍‍ ଲାଗିଥାଏ। ଏହା ୨୦୦୫ରେ ସରକାର ଲାଗୁ କରିଥିଲେ, ସେଠାରେ ଟାଟୁ କଲେ ୬ ପ୍ରତିଶତ ଟେକ୍ସ୍‍ ଦେବାକୁ ପଡ଼ିଥାଏ।

 

ଦାଢ଼ି ରଖିଲେ ଟେକ୍ସ୍‍
୧୭୦୫ରେ ଋଶି ରୁଲର୍‌ ପିଟର୍‌ ଦ ଗ୍ରେଟ୍‌ ଦାଢ଼ି ଉପରେ ଟେକ୍ସ୍‍ ଲାଗୁ କରିଥିଲେ। ସେ ୟୁରୋପରେ ଚାଲୁଥିବା କ୍ଲିନ୍‌ ସେଭ୍‌ ପ୍ରଥା ଆପଣାଇବାକୁ ଚାହୁଁଥିଲେ। ଦାଢ଼ି ରଖୁଥିବା ଲୋକେ ନିଜ ପାଖରେ ଏକ ଟୋକନ୍‌ ରଖୁଥିଲେ, ଯାହା ଟେକ୍ସ୍‍ ଦେଇ ମିଳୁଥିଲା ଓ ଦାଢ଼ି ପ୍ରଥାକୁ ବନ୍ଦ କରିବା ପାଇଁ ସେଠରେ ଏହା ମଧ୍ୟ ଲେଖା ହୋଇଥିଲା ଯେ, ‘ଦାଢ଼ି ଏକ ବୋଝ’ ବୋଲି।

 

ସମ୍ବନ୍ଧିତ ଖବର