ଜାଣନ୍ତୁ ଆପଣଙ୍କ ଆଖି ସାମ୍ନାରେ ଏପଟସେପଟ ହେଉଥିବା ବିଲେଇମାନଙ୍କ ସଂପର୍କିତ ଏହି ସବୁ ଅଜଣା କଥା

ବିଲେଇ ନାମ ଶୁଣିଲେ ଧାରଣା ଆସେ ଯେ ଏହା ଏକ ମାଂସାହାରୀ ପ୍ରାଣୀ। ଖାଲି ସେତିକି ନୁହେଁ, ଆମେ ଯଦି ଟିକେ ବିଶ୍ୱାସ-ଅବିଶ୍ୱାସ ଦିଗରେ ଦୃଷ୍ଟି ଦିଅନ୍ତି ତେବେ ସେଥିରେ ବି ବିଲେଇର ଗୁରୁତ୍ୱ ରହିଛି। କେଉଁ ଶୁଭ କାମରେ ବାହାରକୁ ବାହାରୁଥିଲେ ଯଦି ବିଲେଇ ବାଟ କାଟେ ତେବେ କିଛି ଅଶୁଭ ହୋଇପାରେ ବୋଲି ଲୋକମାନେ ବିଶ୍ୱାସ କରନ୍ତି। ତେବେ, ଏହି ବିଲେଇମାନଙ୍କ ସଂପର୍କରେ ଆହୁରି ଗୁଡ଼ାଏ କଥା ଅଛି ଯାହା ହୁଏତ ଆମେମାନେ ଜାଣନ୍ତି ନାହିଁ। ଆଜି ସେ ସଂପର୍କରେ ଆଲୋଚନା କରିବା।

ବିଲେଇ ଦିନକୁ ୧୬ରୁ ୧୮ ଘଣ୍ଟା ନିଦ୍ରା ଯାଏ। ଗୋଟିଏ ମିନିଟ୍‌କୁ ବିଲେଇଟି ୨୦ରୁ ୪୦ ଥର ନିଶ୍ୱାସ ନେଇଥାଏ।

ମାଈ ବିଲେଇ ହୋଇଥିଲେ ସେମାନଙ୍କର ପ୍ରାୟ ୫ରୁ ୯ ମାସ ଭିତରେ ମିଳନ ହୋଇଥାଏ। ଅଣ୍ଡିରା ବିଲେଇଙ୍କର ୭ରୁ ୧୦ ମାସ ଭିତରେ ମିଳନ ହୋଇଥାଏ। ମାଈ ବିଲେଇମାନେ ପ୍ରତି ୪ ମାସରେ ୩ରୁ ୭ଟି ପର୍ଯ୍ୟନ୍ତ ପିଲା ଜନ୍ମ କରିଥାନ୍ତି। ଜନ୍ମ ହେବାର ୯ ସପ୍ତାହ ପର୍ଯ୍ୟନ୍ତ ବିଲେଇ ଛୁଆଟି ତା’ ମାଆ ପାଖରେ ରହିଥାଏ। ବିଲେଇଟି ୫୮ରୁ ୬୫ ଦିନ ପର୍ଯ୍ୟନ୍ତ ଗର୍ଭବତୀ ରହିଥାଏ।

ଏକ ବିଲେଇ ନିଜ ଲାଙ୍ଗୁଡ଼ଠାରୁ ୭ ଗୁଣା ଲମ୍ବ ପର୍ଯ୍ୟନ୍ତ କୁଦ ମାରି ପାରେ। କୌଣସି ପୋଷା ବିଲେଇକୁ ଘରଠାରୁ ଯେତେ ବି ଦୂରରେ ଛାଡ଼ି ଦେଲେ ସେ ଖୋଜି ଖୋଜି ଘରକୁ ଫେରିପାରେ।

ବିଲେଇ ପୁରୁଷମାନଙ୍କ ଅପେକ୍ଷା ମହିଳାମାନଙ୍କ କଥାର ଭଲ ପ୍ରତିକ୍ରିୟା ଦେଇଥାଏ। ସେମାନଙ୍କ ନାମର ଶେଷ ଅକ୍ଷରରେ ‘ଇ’ ଉଚ୍ଚାରଣ ହେଉଥିଲେ ସେ ବେଶି ଶୁଣିଥାନ୍ତି। ସେ ୬୦ ପ୍ରକାରର ଭିନ୍ନ ଭିନ୍ନ ଶବ୍ଦ କରିପାରନ୍ତି।

ଏକ ବିଲେଇର ଆଖି ଦେଖି ଗବେଷକମାନେ ତା’ର ମନର ଭାବନାକୁ ଅନୁମାନ ଲଗାଇ ପାରନ୍ତି।

 

ସମ୍ବନ୍ଧିତ ଖବର