ସୁବର୍ଣ୍ଣ ବର୍ଣ୍ଣ ଧାରଣ କରୁଥିବା ବିଚିତ୍ର ବୃକ୍ଷ

ଚାଇନା ଅନ୍ତର୍ଗତ ସାନ୍‌ଜି ପ୍ରଦେଶରେ ଝୋଂନାନ୍‌ ପର୍ବତ ପାଦଦେଶରେ ସୁପ୍ରାଚୀନ ‘ଗୁ ଗ୍ବାନିନ୍‌’ ବୌଦ୍ଧ ମନ୍ଦିର ଅବସ୍ଥିତ। ଏହି ମନ୍ଦିର ପରିସରରେ ଥିବା ଏକ ବୃକ୍ଷକୁ ଦେଖିବା ପାଇଁ ପ୍ରତି ବର୍ଷ ଅକ୍‌ଟୋବର-ନଭେମ୍ବରରେ ଅନେକ ପର୍ଯ୍ୟଟକ ଆସନ୍ତି। ବୃକ୍ଷଟି ଜିଂଗ୍‌କୋ ବିଲୋବା ପ୍ରଜାତିର। ଏହି ସମୟରେ ସବୁଜ ବର୍ଣ୍ଣର ପତ୍ରରେ ଭରପୂର ବୃକ୍ଷର ସମସ୍ତ ପତ୍ର ଶୁଖି, ସୁବର୍ଣ୍ଣ ବର୍ଣ୍ଣ ଧାରଣ କରେ। ସେହି ଚିତ୍ତାକର୍ଷକ ଦୃଶ୍ୟ ଉପଭୋଗ କରିବା ପାଇଁ ଦୂର-ଦୂରାନ୍ତରରୁ ହଜାର ହଜାର ପର୍ଯ୍ୟଟକ ଆସନ୍ତି। କିଛି ଦିନ ମଧ୍ୟରେ ପତ୍ରଝଡ଼ା ହୋଇ, ଗଛ ତଳ ଗାଢ଼ ପୀତ ବର୍ଣ୍ଣ ଧାରଣ କରେ। ଗଛଟି ଚଉଦ ଶହ ବର୍ଷ ତଳର।

ସମ୍ବନ୍ଧିତ ଖବର