ଆଡମିଟ୍‌ କାର୍ଡ ଆଣିବାକୁ ଭୁଲି ଯାଇଥିଲେ ଛାତ୍ରୀ: ପୁଲିସକର୍ମଚାରୀଙ୍କ ଏଭଳି ସାହାଯ୍ୟ ଯୋଗୁଁ ଦେଇ ପାରିଲେ ବୋର୍ଡ ପରୀକ୍ଷା

କୋଲକାତା: ମାଟ୍ରିକ୍‌ ପରୀକ୍ଷା ଫେବ୍ରୁଆରି ୧୯ରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ଶେଷ ହେବ। ଏହି କ୍ରମରେ ଗତ ସୋମବାର (ଫେବ୍ରୁଆରି ୨୪) କୋଲକାତାର ଜଣେ ଛାତ୍ରୀ  ପୁଲିସକର୍ମଚାରୀଙ୍କ ପାଇଁ ବୋର୍ଡ ପରୀକ୍ଷା ଦେଇ ପାରିଥିବା ଜଣାପଡ଼ିଛି।

କୋଲକାତା ପୁଲିସ ସୂତ୍ରରୁ ପ୍ରକାଶ, ଜଣେ ପୁଲିସ କର୍ମଚାରୀଙ୍କ ସାହାଯ୍ୟ ପାଇଁ ଜଣେ ଛାତ୍ରୀ ଦଶମଶ୍ରେଣୀ ଗଣିତ ପରୀକ୍ଷା ଦେଇ ପାରିଛନ୍ତି। ନଚେତ ସେ ଏହି ପରୀକ୍ଷା ଦେବାରୁ ବଞ୍ଚିତ ରହିଥାଆନ୍ତେ। ଏହି ଛାତ୍ରଙ୍କ ନାମ ସୁମନ ବୋଲି ଜଣାପଡ଼ିଛି।

Image result for student-forgotten-board-exam-admit-card
Post of Asia

ସୁମନ ପରୀକ୍ଷା ଦେବାକୁ ମଣିକତଲ୍ଲାସ୍ଥିତ ଜୈସସ୍ବାଲ୍ ବାଳିକା ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପରେ ଜାଣିଲେ ଯେ ସେ ସାଥୀରେ ଆଡମିଟ୍‌ କାର୍ଡକୁ ଆଣିବାକୁ ଭୁଲି ଯାଇଛନ୍ତି । ତେଣୁ ତାଙ୍କୁ ପରୀକ୍ଷା କେନ୍ଦ୍ର ଭିତରକୁ ଯିବାକୁ ଅନୁମତି ଦିଆଯାଇ ନ ଥିଲା। ସେ ସଙ୍ଗେସଙ୍ଗେ ପରୀକ୍ଷା କେନ୍ଦ୍ର ପାଖରେ ନିୟୋଜିତ ଥିବା ପୁଲିସ କର୍ମଚାରୀ ଚୈତନ୍ୟ ମଲିକଙ୍କୁ ଏସମ୍ପର୍କରେ ଜଣାଇଥିଲେ।

ପରୀକ୍ଷା କେନ୍ଦ୍ରଠାରୁ ସୁମନଙ୍କ ଘର ୫ କିଲୋମିଟର ଦୂରରେ ଥିଲା। ତେଣୁ ସେ ଘରକୁ ଯାଇ ଆଡମିଟ୍‌ କାର୍ଡ ଆଣି ପରୀକ୍ଷା ଦେବା ସମ୍ଭବ ନଥିଲା। ଏଭଳି ପରିସ୍ଥିତିରେ ପୁଲିସକର୍ମଚାରୀ ଛାତ୍ରୀଙ୍କ ଏହି ଅସୁବିଧା ଜାଣିବା ପରେ ସେ ସଙ୍ଗେସଙ୍ଗେ ତାଙ୍କ ମା’ଙ୍କ ସହ ସମ୍ପର୍କ କରିଥିଲେ। ଖବର ପାଇବା ପରେ ସୁମନ୍‌ଙ୍କ ମା’ ସଙ୍ଗେସଙ୍ଗେ ଆଡମିଟ୍‌ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଏହାପରେ ସୁମନ ସୁରୁଖୁରୁରେ ପରୀକ୍ଷା ଦେଇଥିଲେ।

navbharattimes

ସୁମନ୍‌ଙ୍କ ମା’ ପୁଲିସ କର୍ମଚାରୀଙ୍କ ଏଭଳି ସାହାଯ୍ୟ ପାଇଁ ଧନ୍ୟବାଦ ଜଣାଇଛନ୍ତି। ଚୈତନ୍ୟ ମଲିକଙ୍କ ସହାୟତା କାରଣରୁ ମୋ ଝିଅ ପରୀକ୍ଷା ଦେଇ ପାରିଥିଲା ବୋଲି ସୁମନ୍‌ଙ୍କ ମା’ କହିଛନ୍ତି।

ସମ୍ବନ୍ଧିତ ଖବର