ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଉତ୍ତର ଖାତାକୁ ନେଇ ବିଭିନ୍ନ ସମୟରେ ଫଟୋ ପୋଷ୍ଟ ହୋଇଥାଏ। ଏହି ଉତ୍ତର ଖାତାରେ ଛାତ୍ରଛ‌ାତ୍ରୀମାନେ ଏମିତି କିଛି ଲେଖି ଥାଆନ୍ତି ଯାହାକୁ ଦେଖିଲେ ଆପଣ ବି ହସିହସି ବେଦମ ହେଇଯିବେ। ଏମିତି ଏକ ଉତ୍ତର ଖାତାର ଫଟୋ ସାମାଜିକ ଗଣମାଧ୍ୟମରେ ପୋଷ୍ଟ ହେବାପରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି।

Advertisment

ଏହି ଭାଇରାଲ ଫଟୋ ପଛର ଘଟଣା ହେଉଛି, ସାମାଜିକ ବିଜ୍ଞାନ ପ୍ରଶ୍ନପତ୍ରରେ ବିବାହର ସଂଜ୍ଞା ଲେଖିବାର ଥିଲା। ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଛାତ୍ରଜଣକ ଲେଖିଥିଲେ, ‘ ବିବାହ ସେତେବେଳେ ହୁଏ ଯେତେବେଳେ ଝିଅର ବାପା, ମା’ ଝିଅକୁ କୁହନ୍ତି ତୁ ଏବେ ବଡ ହୋଇଗଲୁଣି, ଆମେ ଆଉ ତୋତେ ରଖି ଖୁଆଇ ପାରିବୁନି । ଭଲ ହେବ ତୁ ଏବେ ଯାଇ ଏଭଳି ଜଣେ ମଣିଷକୁ ବାଛି ନେ ଯିଏ ତୋତେ ସାରା ଜୀବନ ଖାଇବାକୁ ଦେଇ ରଖିପାରିବ ।ବାପା ଓ ମା’ଙ୍କ ଠାରୁ ଏହା ଶୁଣିବା ପରେ ଝିଅ ଯାଇ ଜଣେ ଏଭଳି ପୁଅକୁ ଭେଟେ ଯାହାଙ୍କ ସହିତ ବାପା, ମା’ ତା’ର ବାହାଘର କରାଇ ଦେଇଥାଆନ୍ତି।’

ବିବାହ ସଂଜ୍ଞାର ଏଭଳି  ଉତ୍ତର ଦେଖି ଖାତା ଦେଖୁଥିବା  ଶିକ୍ଷକ ରାଗି ଯାଇଥିଲେ। ସେ ଛାତ୍ରଙ୍କୁ ଉତ୍ତରଖାତାରେ ଲାଲରଙ୍ଗର କାଳିରେ ବଦମାସ ଲେଖି ୧୦ରୁ ୦ ନମ୍ବର ଦେଇଥିଲେ। ଆଉ ଉକ୍ତ ଉତ୍ତରଖାତର  ଏକ ଫଟୋ ଉଠାଇ ରଖିଥିଲେ। ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିବା ପରେ ତାହା ଭାଇରାଲ ହୋଇଯାଇଥିଲା।