ପରୀକ୍ଷା ଦେବାକୁ ନ ଯାଇ ହୋଟେଲ୍‌ ମାଲିକ କବଳରୁ ପୀଡ଼ିତା ନାବାଳିକାକୁ ଉଦ୍ଧାର କଲେ ଛାତ୍ର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋଣ୍ଡାରେ ହୋଟେଲ ମାଲିକ ଦ୍ୱାରା ପୀଡ଼ିତା ଜଣେ ନାବାଳିକାକୁ ଉଦ୍ଧାର କରିଛି ଜଣେ ଛାତ୍ର। ଏହି ଘଟଣାଟି ରାଜ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି ମିଳିଥିବା ସୂଚନା ଅନୁଯାୟୀ ଉତ୍ତର ପ୍ରଦେଶର ଗୋଣ୍ଡାରେ ଜଣେ ନାବାଳିକାକୁ ପଣବନ୍ଦୀ କରି ଏକ ହୋଟେଲ୍‌ ମାଲିକ ଜବରଦସ୍ତି କାମ କରାଉଥିଲା। ହୋଟେଲ୍‌ ମାଲିକ ପୀଡ଼ିତାକୁ ପ୍ରାୟ ଛଅ ମାସ ଧରି ବନ୍ଦୀ କରି ରଖିଥିଲା ଓ ତାକୁ ମାଡ଼ ମଧ୍ୟ ଦେଉଥିଲା। ଗତକାଲି ପରୀକ୍ଷା ଦେବାକୁ ଯାଉଥିବା ଜଣେ ଏଲ୍‌ବିଏସ ପିଜି କଲେଜର ଛାତ୍ର ଏହି ଘଟଣା ଦେଖିବା ମାତ୍ରେ ସେ ପରୀକ୍ଷା ଦେବାକୁ ନ ଯାଇ ୧୪ ବର୍ଷୀୟା ନାବାଳିକାକୁ ହୋଟେଲ ମାଲିକ କବଳରୁ ରକ୍ଷା କରି ପୁଲିସ ଥାନାରେ ପହଞ୍ଚିଥିଲା।

ପରେ ଜଣାପଡ଼ିଥିଲା ଯେ କରନେଲ୍‌ଗଂଜର କୋତଓ୍ଵାଲି ଅଞ୍ଚଳର ଗୌରୀ ଚୌକ ନିବାସୀ ହୋଟେଲ ମାଲିକ ଅନୀଲ ଗୁପ୍ତା ନାବାଳିକାକୁ ମାସିକ ୩୭୦୦ ଟଙ୍କା ଦରମା ଦେବ ବୋଲି କହି କାମରେ ଲଗାଇଥିଲା। ହେଲେ ଗତ ଛଅମାସ ଭିତରେ ମାତ୍ର ୫ ହଜାର ଟଙ୍କା ଦେଇଥିଲା। ବାକି ପଇସା ମାଗିଲେ ତାକୁ ମାଡ଼ ମାରୁଥିଲା ଅନୀଲ।

ସମ୍ବନ୍ଧିତ ଖବର