ଶିକ୍ଷକଙ୍କର ଛୋଟ ସ୍କର୍ଟ କମେଣ୍ଟର ପ୍ରତିବାଦ କରି ଅନ୍ତବସ୍ତ୍ର ପିନ୍ଧି ପ୍ରେଜେଣ୍ଟଟେସନ୍‌ ଦେଲେ ଛାତ୍ରୀ

ନୂଆଦିଲ୍ଲୀ : ଶିକ୍ଷକ ଏବଂ ଛାତ୍ରଛାତ୍ରୀଙ୍କ ସଂପର୍କକୁ ସମାଜରେ ଖୁବ୍‌ ଉପର ସ୍ତରରେ ଦେଖାଯାଇଥାଏ । ତେବେ ଅନେକ ସମୟରେ ଏପରି ଘଟଣା ସାମ୍ନାକୁ ଆସିଥାଏ ଯାହା ଶିକ୍ଷକଙ୍କ ଚରିତ୍ର ଉପରେ ସୃଷ୍ଟି କରିଥାଏ ପ୍ରଶ୍ନବାଚୀ । ସଂପ୍ରତି ଏହିପରି ଏକ ଅଭାବନୀୟ ଘଟଣା ନ୍ୟୁୟର୍କ ଠାରେ ଦେଖିବାକୁ ମିଳିଛି। ନ୍ୟୁୟର୍କର କାର୍ନଲ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଲେଟିଟିୟା ଚାଏ ତାଙ୍କର ଥେସିସ୍‌ ଦେଉଥିବା ବେଳେ ଶିକ୍ଷକଙ୍କ ଖରାପ କମେଣ୍ଟକୁ ପ୍ରତିରୋଧ କରି ଶ୍ରେଣୀ ମଧ୍ୟରେ ନିର୍ବସ୍ତ୍ର ହୋଇଛନ୍ତି । ଘଟଣାଟିର ସୂଚନା ସୋସିଆଲ ମିଡ଼ିଆରେ ଆସିବା ପରେ ବର୍ତ୍ତମାନ ଚହଳ ସୃଷ୍ଟି କରିଛି।
ସୂଚନା ଅନୁଯାୟୀ ,ନ୍ୟୁୟର୍କର କାର୍ନଲ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଲେଟିୟା ଚାଏ ଶନିବାର ଦିନ ତାଙ୍କର ଫାଇନାଲ ପ୍ରେଜେଣ୍ଟଟେସନ୍‌ ଥିଲା। ସେହି ସମୟରେ ସେଠାରେ ଉପସ୍ଥିତ ଶିକ୍ଷକ ଜଣଙ୍କ ଚାଏଙ୍କ ପିନ୍ଧିଥିବା ସ୍କର୍ଟ ଉପରେ କମେଣ୍ଟ କରିଥିଲେ । ଯାହାର ବିରୋଧ କରିବାକୁ ଯାଇ ଚାଏ ସେଠାରେ ସମସ୍ତଙ୍କ ସମ୍ନାରେ ପୋଷାକ ଖୋଲିବା ସହ କେବଳ ଅନ୍ତବସ୍ତ୍ରରେ ହିଁ ସପୂର୍ଣ୍ଣ ପ୍ରେଜେଣ୍ଟଟେସନ୍‌ ଦେଇଥିଲେ । ଏହି ଘଟଣାର ଫଟୋ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ବହୁଳ ମାତ୍ରାରେ ଭାଇରାଲ ହୋଉଛି। ଚାଏଙ୍କ କିଛି ସହପାଠୀ ତାଙ୍କ ସମର୍ଥନ କରିଥିବା ବେଳେ କିଛି ଶିକ୍ଷକଙ୍କ ସପକ୍ଷରେ କହିଛନ୍ତି ।

indiatimes

ଶିକ୍ଷକଙ୍କୁ ଘଟଣା ବିଷୟରେ ପଚରାଯିବାରୁ ମୁଁ କେବଳ ତାଙ୍କୁ ପ୍ରେଜେଣ୍ଟଟେସନ୍‌ ସମୟରେ କିପରି ନିଜକୁ ଉଚିତ ଭାବେ ପ୍ରଦର୍ଶନ କରାଯିବ ତାହା କହୁଥିଲି । ପୋଷାକ ପରିଧାନ ଉପରେ ମୋର କିଛି ଖରାପ ଚିନ୍ତାଧାରା ରହିନାହିଁ ।
ଅପରପକ୍ଷରେ ଲେଟିଟିୟା ଚାଏ କହିଛନ୍ତି ମୁଁ ଜିନ୍ସର ସ୍କର୍ଟ ପିନ୍ଧି ପ୍ରେଜେଣ୍ଟଟେସନ୍‌ ଦେଉଥିଲି । ଏହି ସମୟରେ ମତେ ଶିକ୍ଷକ ଜଣଙ୍କ କମେଣ୍ଟ କରିବା ସହ ଏପରି ପୋଷାକ ପରିଧାନ ଦ୍ୱାରା ପୁରୁଷଙ୍କର ମତିଭ୍ରମ ହୋଇଥାଏ ବୋଲି କହିଥିଲେ । ଏହା ସହ ଏପରି ପୋଷାକ ପିନ୍ଧିବା ଦ୍ୱାରା ତାଙ୍କ ମା ତାଙ୍କ ବିଷୟରେ କଣ ଭାବିବେ ବୋଲି କହିଥିଲେ ତାଙ୍କ ଶିକ୍ଷକ । ଯାହାକୁ ପ୍ରତିବାଦ କରିବାକୁ ଯାଇ ଏପରି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲେ ଚାଏ ।

ସମ୍ବନ୍ଧିତ ଖବର