ଖେଳ ଦେଖିବାକୁ ଯିବ ବୋଲି ଶିକ୍ଷକଙ୍କୁ ଛାତ୍ର ଦେଇଥିବା ଆବେଦନ ପତ୍ର ହେଲା ଭାଇରାଲ

ନୂଆଦିଲ୍ଲୀ: କତରରେ ଫୁଟବଲ ମହାସଂଗ୍ରାମ ଚାଲୁଛି। ଏହା ଏକ ଏମିତି ମଞ୍ଚ, ଯାହାକୁ ଦୁନିଆର ସମସ୍ତ ଦର୍ଶକ ଦେଖିବାକୁ ପସନ୍ଦ କରିଥାଆନ୍ତି। ଭାରତରେ ବି ଅନେକ ଫୁଟବଲ ପ୍ରଂସଶକ ଅଛନ୍ତି। ନିକଟରେ ଏକ ଖବର ସାମ୍ନାକୁ ଆସିଥିଲା କି ଫୁଟବଲ ଖେଳ ଦେଖିବା ପାଇଁ କିଛି ଯୁବକମାନେ ଏକ ଘର କିଣି ନେଇଥିଲେ। କାରଣ ଏହି ଘରୁ ସେମାନେ ଆରମରେ ଖେଳ ଦେଖି ପାରିବେ।

ସମ୍ପ୍ରତି ଫୁଟବଲ ଖେଳ ଦେଖିବା ପାଇଁ ଜଣେ ସ୍କୁଲ ଛାତ୍ର ଶିକ୍ଷକଙ୍କୁ ଛୁଟି ମାଗିଛି। ଛାତ୍ର ଜଣକ ଶିକ୍ଷକଙ୍କୁ ଯେଉଁ ଆବେଦନ ପତ୍ର ଲେଖିଥିଲା ତାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଲୋକେ ବି ଏହି ଆବେଦନ ପତ୍ରକୁ ବେଶ ପ୍ରଶଂସା ବି କରୁଛନ୍ତି।

ତେବେ କେରଳରେ ବସବାସ କରୁଥିବା ପାର୍ଥିବ ଅଷ୍ଟମ ଶ୍ରେଣୀରେ ପାଠପଢ଼େ। ମଙ୍ଗଳବାର ଆର୍ଜେଣ୍ଟିନା ଓ ସାଉଦି ଆରବ ମଧ୍ୟରେ ଫିଫା ବିଶ୍ବକପ ମ୍ୟାଚ ଦେଖିବା ପାଇଁ ଛାତ୍ର ଜଣକ ଏକ ଆବେଦନ ପତ୍ର ଶିକ୍ଷକଙ୍କୁ ଦେଇଥିଲା। ଏହି ପତ୍ର ଛାତ୍ରର ବାପା ପୁଅ ପାଇଁ ଲେଖିଥିବା କୁହାଯାଉଛି।

ପ୍ରକାଶିତ ରିପୋର୍ଟ ମୁତାବକ, କେରଳର କୋଝିକୋଡର ନିବାସୀ ସୁନୀଲ କୁମାର ନିଜର ପୁଅ ପାର୍ଥିବଙ୍କ ପାଇଁ ଅଧା ଦିନର ଛୁଟିର ଅନୁରୋଧ ପାଇଁ ପତ୍ର ଲେଖିଥିଲେ। ଏହି ପତ୍ରରେ ସେ ଲେଖିଥିଲେ, ‘ପାର୍ଥିବଙ୍କୁ ଫୁଟବଲ ଦେଖିବା ପସନ୍ଦ। ଏଥିପାଇଁ ସେ ସ୍କୁଲରୁ ଛୁଟି ନେବାକୁ ଚାହୁଁଛି।’

ଏହି ଛୁଟି ଆବେଦନ ପତ୍ରକୁ ସୋସିଆଲ ମିଡିଆ ବ୍ୟବହାରକାରୀ ବେଶ ପସନ୍ଦ କରୁଛନ୍ତି। ଏହାକୁ ଇନଷ୍ଟଗ୍ରାମ ଓ ଫେସବୁକରେ ବହୁଳ ମାତ୍ରାରେ ସେୟାର କରିଛନ୍ତି।

ସମ୍ବନ୍ଧିତ ଖବର