ଅର୍ଥାଭାବ ହେତୁ ଅଧାରୁ ପାଠ ନଛାଡ଼ନ୍ତୁ ବୋଲି ନିଜ ସ୍କୁଲ୍‌ପିଲାଙ୍କଠାରୁ ରୋଜଗାର ଟଙ୍କାରେ ଖାଦ୍ୟସାମଗ୍ରୀ କିଣିଲେ ଛାତ୍ରଛାତ୍ରୀ

କୋଚି: କେରଳର କୋଲୁରଠାରେ ଥିବା ଲିଟିଲ୍‌ ଫ୍ଲାୱାର୍‌ ୟୁପି ସ୍କୁଲ୍‌ ଏବେ ଅନ୍ୟ ସ୍କୁଲ୍‌ଗୁଡ଼ିକ ପାଇଁ ଉଦାହାରଣ ପାଲଟିଛି। ଏହି ସ୍କୁଲ୍‌ର ପିଲାମାନେ ନିଜେ ଜନ ହିତକର କାର୍ଯ୍ୟ କରିବା ସହ ଅନ୍ୟ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ପ୍ରୋତ୍ସାହନା ଦେଇ ଚର୍ଚ୍ଚା ପାଲଟିଛନ୍ତି।

ଜାଣିବାକୁ ମିଳିଛି ଯେ ଏହି ସ୍କୁଲ୍‌ କେବଳ ୮୦ରୁ ୧୧୭ ପର୍ଯ୍ୟନ୍ତ ଆସନ ବୃଦ୍ଧି କରିନାହିଁ ବରଂ, ପ୍ରବାସୀ ପରିବାରର ପିଲାଙ୍କ ପାଇଁ ଏହା ଶିକ୍ଷାର କେନ୍ଦ୍ରସ୍ଥଳୀ ପାଲଟି ଯାଇଛି।

ଏର୍ଣ୍ଣାକୁଲମକୁ ପ୍ଲାଷ୍ଟିକ୍‌-ମୁକ୍ତ କରିବା ପାଇଁ ଏହି ସ୍କୁଲ୍‌ର ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍କୁଲ୍‌ ଶିକ୍ଷକ ନିଷ୍ପତ୍ତି ନେବା ସହ ସ୍କୁଲ୍‌ର ପିଲାମାନେ ତିଆରି କରିଥିବା କପଡ଼ା ବ୍ୟାଗ୍‌ ବିକ୍ରି କରି ସେମାନେ ରବିବାର ୩,୨୧୦ ଟଙ୍କା ରୋଜଗାର କରିଛନ୍ତି।

www.newindianexpress.com

କେବଳ ଏତିକି ନୁହେଁ, ଏହି ଟଙ୍କାକୁ ସ୍କୁଲ୍‌ର କୁନି କୁନି ପିଲାମାନେ ଯେଉଁଭଳି ଭାବେ ବିନିଯୋଗ କରିବାକୁ ଚିନ୍ତା କରିଛନ୍ତି ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସେମାନେ ଚିନ୍ତା କରିଛନ୍ତି ଯେ ତାଙ୍କ ସ୍କୁଲ୍‌ରେ ପାଠ ପଢୁଥିବା ୩ ଗରିବ ପିଲାଙ୍କଠାରୁ ସେହି ଟଙ୍କାରେ ମାସିକ ରାସନ କ୍ରୟ କରିବେ। ଫଳରେ ସେହି ପିଲାମାନେ ମଧ୍ୟ ସ୍କୁଲ୍‌ ଆସିବାରେ ସମର୍ଥ ହେବେ।

ତେବେ, ଏପରି ଏକ ମହାନ ନିଷ୍ପତ୍ତି ପୂରାପୁରି ସେମାନଙ୍କ ନିଜସ୍ବ। ଶିକ୍ଷକଙ୍କର ଏଥିରେ କୌଣସି ଭୂମିକା ନାହିଁ। ଅଧିକାଂଶ ଗରିବ ପିଲା ଅର୍ଥାଭାବ ହେତୁ ସ୍କୁଲ୍‌ ଛାଡ଼ିବା ରେ ଏହାକୁ ରୋକିବା ପାଇଁ କୁନି ପିଲାମାନେ ଏମିତି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର