ବରେଲି: ଜ୍ୟୋତି ମୌର୍ଯ୍ୟଙ୍କ ନାମ ଗତ କିଛି ଦିନ ହେବ ଚର୍ଚ୍ଚାରେ ରହିଛି। ଜ୍ୟୋତି ମୌର୍ଯ୍ୟ ଓ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟଙ୍କ କାହାଣୀକୁ ନେଇ ସହଜରେ ଏକ ଫିଲ୍ମ ବି ବନାଯାଇପାରେ। ଗୋଟାଏ ପଟେ ସ୍ବାମୀ ଆଲୋକ ନିଜ ପତ୍ନୀଙ୍କୁ ପାଠ ପଢ଼ାଇ ଚାକିରି କରାଇବା ପରେ ସେ ତାଙ୍କୁ ଧୋକା ଦେଇଥିବା ଅଭିଯୋଗ ଆଣିଥିବା ବେଳେ ସ୍ବାମୀଙ୍କ ନାମରେ ପାଲଟା ଅଭିଯୋଗ ଆଣି ଛାଡ଼ପତ୍ର ଆବେଦନ କରିଛନ୍ତି ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟ।
ତେବେ ଚାଲନ୍ତୁ ଏହି ଚର୍ଚ୍ଚିତ ଦମ୍ପତିଙ୍କ ବିଷୟରେ ଆଜି ଆଉ ଟିକେ ଆଲୋଚନା କରିବା। ଜ୍ୟୋତିଙ୍କର ତାଙ୍କ ସ୍ବାମୀ ଆଲୋକଙ୍କ ସହ ୨୦୨୨ ମସିହା ପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ଚାଲିଥିଲା। ୨୦୨୩ ମସିହାରୁ ହିଁ ସଂପର୍କରେ ଫାଟ ଦିଶିଲା। ଦୁହେଁ ଦୁହିଁଙ୍କ ବିରୋଧରେ ଅଭିଯୋଗ ଆଣିବା ପରେ ମାମଲା ଥାନା ପର୍ଯ୍ୟନ୍ତ ଯାଇଥିଲା।
ଜ୍ୟୋତିଙ୍କ ସ୍ବାମୀ ଆଲୋକ ପ୍ରୟାଗରାଜର ବାସିନ୍ଦା। ଆଲୋକ ପ୍ରୟାଗରାଜରେ ନିଜ ପାଠପଢ଼ା ଶେଷ କରିଛନ୍ତି। ସ୍ନାତକ ପରେ ସେ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ, ଏହାରି ମଧ୍ୟରେ ପଞ୍ଚାୟତ ରାଜ ବିଭାଗରେ ସଫେଇ କର୍ମୀ ଭାବେ ଚାକିରି ପାଇଗଲେ।
ଏସ୍ଡିଏମ୍ ଜ୍ୟୋତି ମୌର୍ଯ୍ୟ ୟୁପିର ବନାରସ ଜିଲ୍ଲାରେ ରୁହନ୍ତି। ଜ୍ୟୋତିଙ୍କର ୨୦୧୦ ମସିହାରେ ଆଲୋକଙ୍କ ସହ ବାହାଘର ହୋଇଥିଲା। ସେ ସମୟରେ ଜ୍ୟୋତି ସ୍ନାତକ ପାଠ ପଢୁଥିଲେ। ବାହାଘର ପରେ ସେ ସ୍ନାତକ ପୂରା କଲେ।
ଜ୍ୟୋତି ଭଲ ପାଠ ପଢୁଥିବାରୁ ତାଙ୍କ ସ୍ବାମୀ ତାଙ୍କୁ ୟୁପିଏସ୍ସି ପରୀକ୍ଷା ପାଇଁ ପ୍ରସ୍ତୁତି କରିବା ପାଇଁ ପ୍ରଶିକ୍ଷଣ ଦେବା ସହ ପୂରା ସମର୍ଥନ କରିଥିଲେ। ୨୦୧୫ ମସିହାରେ ଜ୍ୟୋତି ପିସିଏସ୍ ପରୀକ୍ଷାରେ ୧୬ ନମ୍ବର ରାଙ୍କରେ ଉତ୍ତୀର୍ଣ୍ଣ ହେଲେ। ଜ୍ୟୋତି ଯେବେ ପ୍ରଥମେ ସଫଳ ହୋଇଥିଲେ ତ ତାହାର ଶ୍ରେୟ ସେ ନିଜ ସ୍ବାମୀ ଓ ଶଶୁରଙ୍କୁ ଦେଇଥିଲେ।
ହେଲେ ଏବେ ସେ କହୁଛନ୍ତି କି ୧୩ ବର୍ଷ ତଳେ ତାଙ୍କ ସ୍ବାମୀ ତାଙ୍କୁ ମିଛ କହି ବିବାହ କରିଥିଲେ। ସେ ଜଣେ ସଫେଇ କର୍ମ ହୋଇଥିବା ବେଳେ ନିଜରକୁ ଅଧିକାରୀ ବୋଲି କହିଥିଲେ। ଯେଉଁ କାରଣରୁ ସେ ଛାଡ଼ପତ୍ର ଚାହାନ୍ତି। ଜ୍ୟୋତିଙ୍କର ଦୁଇ ଯାଆଁଳା ଝିଅ ଅଛନ୍ତି, ସେ ଦୁହେଁ ଏବେ ତାଙ୍କ ସହ ହିଁ ରହୁଛନ୍ତି।