୧୪ବର୍ଷ ଜେଲଦଣ୍ଡ ପରେ ଡାକ୍ତରୀ ଡିଗ୍ରି ହାସଲ କଲେ ଅଭିଯୁକ୍ତ,ଏବେ ଲୋକଙ୍କ ସେବା କରୁଛନ୍ତି

ବେଙ୍ଗାଲୁରୁ: କଥାରେ ଅଛି ‘ନିଜ ଉପରେ ଆତ୍ମବିଶ୍ୱାସ ଥିଲେ ସମସ୍ତ କାମ ସମ୍ଭବ ହୋଇଥାଏ।’ ଏମିତି ଏକ ଘଟଣା କର୍ଣ୍ଣାଟକର କଲବୁରାଗିରେ ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିି ୧୪ ବର୍ଷ ଜେଲ ଦଣ୍ଡପରେ ଡାକ୍ତରୀ ଡିଗ୍ରି ହାସଲ କରିଛନ୍ତି।

କାଲାବୁରାଗିର ଅଫଜଲପୁରରେ ବାସକରୁଥିବା ସୁଭାଷ ପଟେଲ ନାମକ ଜଣେ ବ୍ୟକ୍ତି ବସବାସ କରନ୍ତି। ସୁଭାଷ ପଟେଲ ନିକଟରେ ଏମିତି ଏକ କାମ କରିଛନ୍ତି ଯାହା ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛି। ପିଲାଟି ଦିନରୁ ସୁଭାଷଙ୍କର ଡାକ୍ତର ହୋଇ ଲୋକଙ୍କ ସେବା କରିବା ଲାଗି ମନରେ ବହୁତ ଦୁର୍ବଳତା ରହିଥିଲା। କିନ୍ତୁ ତାଙ୍କ ଜୀବନଚକ୍ରରେ ଏମିତି ଏକ ମୋଡ଼ ଆସିଥିଲା ଯେଉଁଥିପାଇଁ ସୁଭାଷଙ୍କୁ ୨୦୦୨ରେ ଏକ ହତ୍ୟା ଘଟଣାରେ ୧୪ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଯାଇଥିଲା।

ANI/

କୁହାଯାଉଛି କି, ସୁଭାଷ ପଟେଲ ୧୪ବର୍ଷ ଜେଲରେ ରହିବା ପରେ ବି ନିଜ ମନରେ ଡାକ୍ତର ହେବାର ସ୍ୱପ୍ନକୁ କେବେ ହେଲେ ହଜାଇ ଦେଇ ନଥିଲେ। ଜେଲ ଦଣ୍ଡ ହେବା ସମୟରେ କାଲାବୁରାଗି ଏମ୍‌ଆର୍‌ ମେଡିକାଲ କଲେଜର ସେ ତୃତୀୟ ବର୍ଷ ଛାତ୍ର ଥିଲେ। ତେବେ ଭଲ ବ୍ୟବହାର ଯୋଗୁଁ ତାଙ୍କୁ ୨୦୧୬ରେ ସ୍ୱତନ୍ତ୍ରତା ଦିବସ ଅବସରରେ ମୁକ୍ତ କରାଯାଇଥିଲା।

ଜେଲରେ ଥିବା ସମୟରେ ୨୦୦୭ରେ ଦୂର ଓ ନିରନ୍ତର ଶିକ୍ଷା ମାଧ୍ୟମରେ ଡିପ୍ଲୋମା ଡିଗ୍ରି ହାସଲ କରିଥିଲେ ସେ। ସେହିପରି ୨୦୧୦ରେ ସେ କର୍ଣ୍ଣାଟକ ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟରୁ ପିଜି ଡିଗ୍ରି ମଧ୍ୟ ହାସଲ କରିଥିଲେ ସୁଭାଷ।୨୦୨୯ରେ ସେ ଜେଲରୁ ବାହାରକୁ ଆସିବା ପରେ ଡାକ୍ତରୀ ପାଠପଢ଼ା ଶେଷ କରି ୧ବର୍ଷର ଇଣ୍ଟ୍‌ର୍ଣ୍ଣ ପୂରା କରି ଲୋକଙ୍କ ସେବାରେ ଲାଗିଛନ୍ତି।

ସମ୍ବନ୍ଧିତ ଖବର