ସ୍ନାନଂ ଜାଗରଣଂ ଦୀପଂ ତୁଳସୀବନ ସେବନମ୍।
କାର୍ତିକେ ଯେ ପ୍ରକୁର୍ବନ୍ତି ତେ ନରା ବିଷ୍ଣୁମୂର୍ତୟଃ ାା
-ପଦ୍ମପୁରାଣ, ଉତ୍ତରଖଣ୍ଡ, ୮୯/୧୩
‘ପଦ୍ମପୁରାଣ’ ଅଷ୍ଟାଦଶପୁରାଣ ଅନ୍ତର୍ଗତ ଏକ ପ୍ରମୁଖ ପୁରାଣ। ଏହାର ଉତ୍ତରଖଣ୍ଡରେ ବର୍ଣ୍ଣିତ ହୋଇଛି କାର୍ତ୍ତିକବ୍ରତ ମାହାତ୍ମ୍ୟ। ପତ୍ନୀ ସତ୍ୟଭାମାଙ୍କ ପ୍ରଶ୍ନରେ ଶ୍ରୀକୃଷ୍ଣ ତାଙ୍କୁ ଏ ସଂପର୍କରେ କହିଛନ୍ତି। ଏହା ସୂତମୁନି ଅନ୍ୟମୁନିମାନଙ୍କ ଆଗରେ ବର୍ଣ୍ଣନା କରିଛନ୍ତି।
ଏ ସଂପର୍କିତ ଉପାଖ୍ୟାନ ଅନୁସାରେ- ଏକଦା କଳ୍ପବୃକ୍ଷର ଦିବ୍ୟପୁଷ୍ପ ସାଙ୍ଗରେ ନେଇ ଦେବର୍ଷି ନାରଦ ଦ୍ବାରକା ଆସିଥିଲେ। ସେହି ପୁଷ୍ପକୁ ଶ୍ରୀକୃଷ୍ଣ ନିଜର ଷୋଳସହସ୍ର ପତ୍ନୀଙ୍କୁ ବାଣ୍ଟି ଦେଲେ। ସେତେବେଳେ ଭୁଲ୍ରେ ସେ ସତ୍ୟଭାମାଙ୍କୁ ତାହା ଦେବାକୁ ଭୁଲିଯାଇଥିଲେ। ସେଥିରେ ସତ୍ୟଭାମା କ୍ଷୁବ୍ଧ ହେବାରୁ ଶ୍ରୀକୃଷ୍ଣ ତାଙ୍କୁ କହିଥିଲେ–ପ୍ରିୟେ! କ୍ରୋଧ ପରିହାର କର। ତୁମେ ମୋର ପ୍ରିୟତମା ପତ୍ନୀ। ଦେବରାଜ ଇନ୍ଦ୍ରଙ୍କର ବିରୋଧ ସତ୍ତ୍ବେ ମୁଁ ତୁମ ଅଗଣାରେ କଳ୍ପବୃକ୍ଷ ରୋପଣ କରିବି।
ଶ୍ରୀକୃଷ୍ଣ ନିଜର ସେହି ପ୍ରତିଶ୍ରୁତି ରକ୍ଷା କରିଥିଲେ। ସେଥିରେ ତୁଷ୍ଟ ହୋଇ ସତ୍ୟଭାମା ତାଙ୍କୁ ପଚାରିଲେ- କେଉଁ ପୁଣ୍ୟ ବଳରେ ମୁଁ ତୁମର ପ୍ରିୟତମା ପତ୍ନୀ ହେଲି, ମୋତେ ଏହା କୁହନ୍ତୁ। ତାହା ଶୁଣି ତାଙ୍କର ହାତ ଧରି ତାଙ୍କୁ କଳ୍ପବୃକ୍ଷ ମୂଳକୁ ନେଇ ଶ୍ରୀକୃଷ୍ଣ କହିଲେ–ତୁମେ ପୂର୍ବଜନ୍ମରେ ଯେଉଁ ପୁଣ୍ୟବ୍ରତ କରିଥିଲ, ଏହା ତାହାରି ଫଳ।
ଶ୍ରୀକୃଷ୍ଣଙ୍କ କହିବା ଅନୁସାରେ, ସେହି ବ୍ରତ ହେଉଛି–କାର୍ତ୍ତିକବ୍ରତ। ତୁଳାରାଶିରେ ସୂର୍ଯ୍ୟ ଅବସ୍ଥାନ କରୁଥିବା ସମୟରେ ଯେଉଁ ବ୍ୟକ୍ତି ପ୍ରାତଃସ୍ନାନ କରନ୍ତି, ସେ ମହାପାପରୁ ମୁକ୍ତ ହୋଇଯାଆନ୍ତି। ଏହି ସମୟରେ ଯେଉଁମାନେ ବିଷ୍ଣୁମନ୍ଦିର ସଂମାର୍ଜନା (ଓଳାଇବା ଆଦି) କରନ୍ତି ଏବଂ ସ୍ବସ୍ତିକ ଆଦି ଅଙ୍କନ କରି ପୂଜା କରନ୍ତି, ସେ ମୁକ୍ତ ମନୁଷ୍ୟ ରୂପେ ବିବେଚିତ ହୁଅନ୍ତି।
ଏ ପ୍ରସଙ୍ଗରେ ଉପରୋକ୍ତ ସୁଭାଷିତ (େଶ୍ଳାକ)ରେ ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ କହିଛନ୍ତି–‘‘କାର୍ତ୍ତିକ ମାସରେ ଯେଉଁ ବ୍ୟକ୍ତି ସ୍ନାନ, ଜାଗରଣ ତଥା ଦୀପ ଆଦି ପ୍ରଜ୍ଜ୍ବାଳିତ କରନ୍ତି ଏବଂ ତୁଳସୀବନର ସେବା ଯତ୍ନ କରନ୍ତି, ସେହି ବ୍ୟକ୍ତି ବିଷ୍ଣୁମୂର୍ତ୍ତି ରୂପେ ବିବେଚିତ ହୁଅନ୍ତି।’’
ସୁଭାଷିତ: କାର୍ତ୍ତିକବ୍ରତ ପାଳନକାରୀ ମନୁଷ୍ୟରୂପୀ ବିଷ୍ଣୁମୂର୍ତ୍ତି
ଏ ସଂପର୍କିତ ଉପାଖ୍ୟାନ ଅନୁସାରେ- ଏକଦା କଳ୍ପବୃକ୍ଷର ଦିବ୍ୟପୁଷ୍ପ ସାଙ୍ଗରେ ନେଇ ଦେବର୍ଷି ନାରଦ ଦ୍ବାରକା ଆସିଥିଲେ। ସେହି ପୁଷ୍ପକୁ ଶ୍ରୀକୃଷ୍ଣ ନିଜର ଷୋଳସହସ୍ର ପତ୍ନୀଙ୍କୁ ବାଣ୍ଟି ଦେଲେ। ସେତେବେଳେ ଭୁଲ୍ରେ ସେ ସତ୍ୟଭାମାଙ୍କୁ ତାହା ଦେବାକୁ ଭୁଲିଯାଇଥିଲେ।
/sambad/media/media_files/2025/10/10/dagdaadgadg-2025-10-10-01-51-18.jpg)