...ନିର୍ଗଳିତାମ୍ବୁଗର୍ଭଂ ଶରଦ୍ବତଂ ନାର୍ଦତି ଚାତକୋଽପି।
କାଳିଦାସ, ରଘୁବଂଶମ୍, ୫/୧୭
ଶରତ୍ ଋତୁର ମେଘ ଧଳା ଓ ହାଲୁକା। କାରଣ, ସେହି ମେଘରେ ଜଳ ନ ଥାଏ। ତେଣୁ ଆଷାଢ଼ର ମେଘ ପରି ତାହା କଳା ଓ ଗମ୍ଭୀର ହୋଇ ନ ଥାଏ। ଏହାକୁ ନେଇ ଏକ ସୁନ୍ଦର ସୁଭାଷିତ ମହାକବି କାଳିଦାସଙ୍କ ‘ରଘୁବଂଶମ୍’ରେ ଅଛି।
ରାଧାନାଥ ରାୟ ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି। ସେ କବିବର। ତାଙ୍କୁ ଓଡ଼ିଆ କବିତାରେ ଆଧୁନିକତାର ପ୍ରବର୍ତ୍ତକ ବୋଲି ଗ୍ରହଣ କରାଯାଏ। କିନ୍ତୁ ସେ ପ୍ରଥମେ ବଙ୍ଗଳାରେ ହିଁ ଲେଖୁଥିଲେ। ଭୂଦେବ ମୁଖୋପାଧ୍ୟାୟ ତାଙ୍କୁ ଓଡ଼ିଆରେ ଲେଖିବା ପାଇଁ ପ୍ରରୋଚିତ କରିଥିଲେ। ଫଳରେ ସେ ହେଲେ ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି।
ରାଧାନାଥଙ୍କର ଗୋଟିଏ ବିସ୍ମୃତ ରଚନା ହେଉଛି–‘କାଳିଦାସ ସୂକ୍ତୟଃ’। ୧୯୦୨ ମସିହାରେ ତାହା କଲିକତାରୁ ପ୍ରକାଶ ପାଇଥିଲା। ସେତେେବଳେ ରାଧାନାଥ ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲାରେ ସ୍କୁଲ୍ ସମୂହର ଇନ୍ସପେକ୍ଟର ଭାବରେ ଅବସ୍ଥାପିତ ଥିଲେ। ସେହି ଦୁଷ୍ପ୍ରାପ୍ୟ ରଚନାଟିକୁ ସଂଗ୍ରହ କରି ତାହାର ସଂପାଦନା କରିଛନ୍ତି ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ। ତାହା ଅନୁଗୁଳ ଜିଲ୍ଲାର ଖମାର ଅନ୍ତର୍ଗତ କୁଟାରିମୁଣ୍ଡା, ଆନନ୍ଦଆଶ୍ରମରୁ ୨୦୧୮ ମସିହାରେ ପ୍ରକାଶ ପାଇଛି।
‘କାଳିଦାସ ସୂକ୍ତୟଃ’ କାଳିଦାସଙ୍କ ‘ରଘୁବଂଶମ୍’, ‘କୁମାରସମ୍ଭବମ୍’, ‘ମେଘଦୂତମ୍’, ‘ମାଳବିକାଗ୍ନିମିତ୍ରମ୍’, ‘ବିକ୍ରମୋର୍ବଶୀୟମ୍’ ଓ ‘ଅଭିଜ୍ଞାନ ଶାକୁନ୍ତଳମ୍’ର ସୂକ୍ତିମାନଙ୍କର ସଂଚୟନ। ସେହି ସୂକ୍ତିଗୁଡ଼ିକୁ ସଂଗ୍ରହ ଓ ସଂକଳିତ କରି, କବି ରାଧାନାଥ ତାହାର ଇଂରାଜୀ ଓ ବଙ୍ଗଳା ଅନୁବାଦ ସହ ପ୍ରକାଶ କରିଥିଲେ।
‘କାଳିଦାସ ସୂକ୍ତୟଃ’ରେ ସଂକଳିତ ‘ରଘୁବଂଶମ୍’ର ସୂକ୍ତିଗୁଡ଼ିକ ମଧ୍ୟରେ ଅଛି ଉପରୋକ୍ତ ସୁଭାଷିତ। ତାହାର ଇଂରାଜୀ ଓ ବଙ୍ଗଳା ଅନୁବାଦରେ ରାଧାନାଥ କହିଛନ୍ତି–‘‘ବାରିବର୍ଷଣରେ ଶୂନ୍ୟଗର୍ଭ ଶାରଦୀୟ ମେଘକୁ ଚାତକ ଜଳ ପାଇଁ ବିରକ୍ତ କରେ ନାହିଁ।’’ ଏହାର ଅଳଙ୍କାର ପ୍ରୟୋଗର ତାତ୍ପର୍ଯ୍ୟ ଏହି ଯେ ଯେଉଁ ବ୍ୟକ୍ତି ସୁବୋଧ ବା ଉତ୍ତମ ବୋଧଶକ୍ତି ସଂପନ୍ନ, ତାଙ୍କର ନିହାତି ପ୍ରୟୋଜନ ଥିଲେ ମଧ୍ୟ, ସେ ଅସମର୍ଥ କୌଣସି ବ୍ୟକ୍ତିକୁ ନିଜର ସେହି ଅଭାବ ମୋଚନ ପାଇଁ ବିରକ୍ତ କରନ୍ତି ନାହିଁ।’’ ଏଣୁ ଏହି ସୂକ୍ତିଟି ଆମପାଇଁ ଅତ୍ୟନ୍ତ ଶିକ୍ଷଣୀୟ।
ସୁଭାଷିତ: ଶରତ୍ର ମେଘଠାରୁ ଚାତକ ବି ଜଳ ଚାହେଁନା
ଶରତ୍ ଋତୁର ମେଘ ଧଳା ଓ ହାଲୁକା। କାରଣ, ସେହି ମେଘରେ ଜଳ ନ ଥାଏ। ତେଣୁ ଆଷାଢ଼ର ମେଘ ପରି ତାହା କଳା ଓ ଗମ୍ଭୀର ହୋଇ ନ ଥାଏ। ଏହାକୁ ନେଇ ଏକ ସୁନ୍ଦର ସୁଭାଷିତ ମହାକବି କାଳିଦାସଙ୍କ ‘ରଘୁବଂଶମ୍’ରେ ଅଛି।
/sambad/media/media_files/2025/08/29/sfsffscxc-2025-08-29-03-17-36.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)