କୃଷ୍ଣଜନ୍ମ ପରର କଥା। ଭଗବାନଙ୍କ ନିର୍ଦ୍ଦେଶରେ ବସୁଦେବ ନବଜାତ କୃଷ୍ଣଙ୍କୁ ନେଇ ନନ୍ଦ ଓ ଯଶୋଦାଙ୍କ ଘରେ ଦେଇ ସେଠାରୁ ନବଜାତା କନ୍ୟା ଯୋଗମାୟାଙ୍କୁ ପାଲଟାଇ ଆଣିଥିଲେ। କଂସ ସେହି କନ୍ୟାଙ୍କୁ ପଥରରେ ପିଟି ହତ୍ୟା କରିବାକୁ ଉଦ୍ୟମ କରିବା ବେଳେ, ସେ କଂସ ହାତରୁ ଖସିଯାଇ ତାକୁ ଚେତାବନୀ ଦେଇଥିଲେ ଯେ ଚକ୍ରଧର ତାକୁ ମାରିବେ, ଏହା ନିଧାର୍ଯ୍ୟ। ଏହା ଅନ୍ୟଥା ହେବ ନାହିଁ।
ତାହା ଶୁଣି କଂସର ମନରେ ଭାବାନ୍ତର ଜାତ ହୋଇଥିଲା। ଛଅ ଭଣଜାଙ୍କୁ ହତ୍ୟା କରିଥିବାରୁ ସେ ପଶ୍ଚାତ୍ତାପ ବି କରିଥିଲା। ସେଥିପାଇଁ ଭଉଣୀ-ଭିଣୋଇ ଦେବକୀ-ବସୁଦେବଙ୍କୁ ସେ କ୍ଷମା ମଧ୍ୟ ମାଗିଥିଲା। 
ମାତ୍ର ପରଦିନ ସକାଳେ ଅନୁଚର ଅସୁରଗଣଙ୍କ ସହ ଆଲୋଚନା କରିବା ପରେ କଂସର ମନୋଭାବ ପୁଣି ବଦଳି ଗଲା। ଅନୁଚରମାନେ ତାକୁ କହିଲେ- ଆମକୁ ଆଜ୍ଞା ଦିଅ। ଆମେ ଚାରିଆଡ଼େ ବୁଲି ଦିନକ ଠାରୁ ଆରମ୍ଭ କରି ସବୁ ଶିଶୁଙ୍କୁ ହତ୍ୟା କରିଦେବୁ। ଯେ ଶତ୍ରୁ ତାକୁ ବାଳକ କାଳରୁ ମାରିପକାଇବା ଉଚିତ। ତା’ ନହେଲେ ଶରୀରର ବ୍ୟାଧି ପରି ତାହା ଦିନକୁ ଦିନ ବଢ଼ି ଚାଲିବ।
ସେମାନଙ୍କ କଥା ଶୁଣି କଂସର ମନୋଭାବ ପୁଣି ବଦଳି ଗଲା। ସେ ବିଷ୍ଣୁହିଂସାକୁ ନିଜର ହିତ ଭାବି ସେମାନଙ୍କୁ ଅନେକ ପ୍ରଶଂସା କଲା। ସେମାନଙ୍କୁ ଶାଢ଼ି ଦେଇ, ଶତ୍ରୁସଂହାର କର ବୋଲି ଆଦେଶ ଦେଲା। ସେମାନେ ଗ୍ରାମ, ପାଟଣା, ପୁର, ଦେଶ ଖୋଜି ଖୋଜି ଶିଶୁହତ୍ୟା କରିବାରେ ଲାଗିଗଲେ। ସେହି ପ୍ରସଙ୍ଗରେ ଉପରୋକ୍ତ ସୁଭାଷିତଟି କୁହାଯାଇଛି।
ଏହି ସୁଭାଷିତ ଅନୁସାରେ- ଯେ ତାମସଗୁଣ ଆଚରଣ କରେ, ସେ ମରଣକୁ ବରଣ କରେ। ଯେ ପରହିଂସା କରେ, ତାର ଆୟୁଷ, ବଳ, ଯଶ ଓ ଧର୍ମ ଆଦି ନାଶ ଯାଏ। କୀଟଙ୍କଠାରୁ ବ୍ରହ୍ମଙ୍କ ଯାଏ- ଯେ ହିଂସ୍ରକ ବା ଯେ ହିଂସା ଆଚରଣ କରେ, ସେ କେବେ ହରିଙ୍କୁ ପାଏ ନାହିଁ।