ସର୍ବଦ୍ରବ୍ୟେଷୁ ବିଦ୍ୟୈବ ଦ୍ରବ୍ୟମାହୁରନୁତ୍ତମମ୍।
ଅହାର୍ଯ୍ୟତ୍ୱାଦନର୍ଘତ୍ୱାଦକ୍ଷୟତ୍ୱାଜ ସର୍ବଦା।ା
-ପଣ୍ଡିତ ନାରାୟଣ, ହିତୋପଦେଶ, ମିତ୍ରଲାଭ, ୪
ପଣ୍ଡିତ ନାରାୟଣ ବିରଚିତ ‘ହିତୋପଦେଶ’, ସଂସ୍କୃତ ସାହିତ୍ୟର ଏକ ଅମୂଲ୍ୟ କୃତି। ଏହା ଅନୁପମ ସୁଭାଷିତର ଏକ ଗନ୍ତାଘର। ବିଶ୍ୱ କଥା ସାହିତ୍ୟ ଇତିହାସରେ ମଧ୍ୟ ଏହାର ସ୍ୱତନ୍ତ୍ର ସ୍ଥାନ ରହିଛି। ତେବେ, ଏହା ଏକ ସଂଗ୍ରହାତ୍ମକ କଥାଗ୍ରନ୍ଥ। ଚତୁର୍ଦ୍ଦଶ ଶତାବ୍ଦୀର ପଣ୍ଡିତ ନାରାୟଣ, ପଞ୍ଚତନ୍ତ୍ର ଏବଂ ଅନ୍ୟାନ୍ୟ ଗ୍ରନ୍ଥର ଆଧାରରେ ଏହି ‘ହିତୋପଦେଶ’ର ସଂକଳନ କରିଛନ୍ତି। ତାହା ମଧ୍ୟରେ ରହିଛି ମିତ୍ରଲାଭ, ସୁହୃଦ୍ଭେଦ, ବିଗ୍ରହ ଓ ସନ୍ଧି। ଶଂସିତ ସୁଭାଷିତ ‘ମିତ୍ରଲାଭ’ର ଅନ୍ତର୍ଭୁକ୍ତ।
ଏହି ସୁଭାଷିତରେ ବିଦ୍ୟାର ମହତ୍ତ୍ୱ ପ୍ରତିପାଦିତ ହୋଇଛି। ଏଥିରେ କୁହାଯାଇଛି– ବିଦ୍ୱାନ୍ ଲୋକେ ସମସ୍ତ ପ୍ରକାରର ଧନ ମଧ୍ୟରେ ବିଦ୍ୟାକୁ ହିଁ ଶ୍ରେଷ୍ଠଧନ ବୋଲି କହିଛନ୍ତି। କାରଣ, ଅନ୍ୟ ଧନକୁ କେହି ଅପହରଣ କରିନେଇପାରେ; କିନ୍ତୁ ବିଦ୍ୟାଧନକୁ କେହି ଅପହରଣ କରି ନେଇପାରେ ନାହିଁ। ଏହାକୁ ମଧ୍ୟ କେହି ମୂଲ୍ୟ ଦେଇ କିଣିପାରେ ନାହିଁ। ଏବଂ ବିଦ୍ୟାଧନର ସବୁଠୁ ବଡ଼ ବିଶେଷତ୍ୱ ହେଉଛି– ଅନ୍ୟ ଧନ ଦାନ କଲେ କ୍ଷୟ ହୁଏ; କିନ୍ତୁ ବିଦ୍ୟାଧନକୁ ଦାନ କଲେ ମଧ୍ୟ ଏହାର କ୍ଷୟ ହୁଏ ନାହିଁ। ଏଇଥିପାଇଁ ଗୋଟିଏ ଲୋକପ୍ରିୟ ଓଡ଼ିଆ ସୁଭାଷିତରେ କୁହାଯାଇଛି-
ବିଦ୍ୟା ଅଟଇ ମହାଧନ। ବାଳକେ କର ଉପାର୍ଜନ।ା
ସୁଭାଷିତ: ବିଦ୍ୟା ହିଁ ଶ୍ରେଷ୍ଠଧନ
/sambad/media/post_attachments/wp-content/uploads/2023/09/4sf64f56hfhhffh.jpg)