ବିଷ୍ଣୋର୍ଦେହ ସମୁଦ୍ଭୂତାଃ କୁଶାଃ କୃଷ୍ଣାସ୍ତିଲାସ୍ତଥା।
ଶ୍ରାଦ୍ଧସ୍ୟ ରକ୍ଷଣାୟାଲମେତତ୍ପ୍ରାହୁର୍ଦିବୌକସଃ।।
- ମତ୍ସ୍ୟ ମହାପୁରାଣ, ୨୨ା୮୯
ଆଶ୍ବିନ କୃଷ୍ଣପକ୍ଷ ହେଉଛି ପିତୃପକ୍ଷ। ଏହି ପକ୍ଷରେ ଆମେ ପିତୃପୁରୁଷଙ୍କୁ ଶ୍ରାଦ୍ଧଦାନ କରିଥାଉ। ପିଣ୍ଡଦାନ ଓ ତର୍ପଣ ହେଉଛି ଶ୍ରାଦ୍ଧର ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଧି। ଏଥିେର କୁଶ, କୃଷ୍ଣତିଳ ବା କଳାରାଶି ଓ ଜଳ ଗୁରୁତ୍ବପୂର୍ଣ୍ଣ ଉପାଦାନ।
କିନ୍ତୁ ଏହି କୁଶ ଓ କୃଷ୍ଣତିଳ କାହିଁକି ଗୁରୁତ୍ବପୂର୍ଣ୍ଣ? ତାହାର ସୁନ୍ଦର ଉତ୍ତର ମହର୍ଷି ବେଦବ୍ୟାସ ପ୍ରଣୀତ ‘ଅଷ୍ଟାଦଶ ପୁରାଣ’ ଅନ୍ତର୍ଗତ ‘ମତ୍ସ୍ୟ ମହାପୁରାଣ’ରେ ଅଛି।
ଏହି ପୁରାଣର ଉପରୋକ୍ତ ୨୨ ଅଧ୍ୟାୟ, ୯୯ ଶ୍ଳୋକରେ ଦେବତାମାନଙ୍କର ଉକ୍ତିକୁ ଉଦ୍ଧାର କରି କୁହାଯାଇଛି- କୁଶ ଓ କୁଷ୍ଣତିଳ ବିଷ୍ଣୁଙ୍କ ଶରୀରରୁ ସୃଷ୍ଟି ହୋଇଛନ୍ତି। ଏଥିପାଇଁ ଏହା ଶ୍ରାଦ୍ଧରକ୍ଷାର ମହାନ ଉପଯୋଗୀ ହୋଇଥାଆନ୍ତି।
ଏହାର ପରବର୍ତ୍ତୀ ୯୦ ଓ ୯୧ ଶ୍ଳୋକରେ କୁହାଯାଇଛି- ତୀର୍ଥବାସୀ ବ୍ୟକ୍ତି ଏହି କାରଣରୁ ଜଳ ମଧ୍ୟରେ ଦଣ୍ଡାୟମାନ ହୋଇ, ହାତରେ କୁଶ ଧରି, କୃଷ୍ଣତିଳ ମିଶ୍ରିତ ଜଳରେ ଆଞ୍ଜୁଳି ଦେବା ଉଚିତ। ଏପରି ଶ୍ରାଦ୍ଧ ଅତ୍ୟନ୍ତ ବିଶେଷତ୍ବପୂର୍ଣ୍ଣ। ଶ୍ରାଦ୍ଧ ସାଧନ ସମୟରେ, ପିଣ୍ଡଦାନ ଗୋଟିଏ ହାତରେ ଏବଂ ତର୍ପଣ ଦୁଇ ହାତରେ କରିବା ବିଧେୟ। ଏହା କାଳ କାଳ ଧରି ପ୍ରଚଳିତ ରହିଥିବା ଶ୍ରାଦ୍ଧବିଧି।
ଏଣୁ ପିତୃପକ୍ଷରେ ପିତୃଗଣଙ୍କୁ ଶ୍ରାଦ୍ଧଦାନ ଓ ସେମାନଙ୍କ ଉଦ୍ଦେଶ୍ୟରେ ତର୍ପଣ କରିବା ସମୟରେ ଆମେ ଏହା ସ୍ମରଣ ରଖିବା ଉଚିତ।
ସୁଭାଷିତ: କୁଶ ଓ କଳାରାଶି ବିଷ୍ଣୁଙ୍କ ଶରୀରରୁ ସୃଷ୍ଟି
ଆଶ୍ବିନ କୃଷ୍ଣପକ୍ଷ ହେଉଛି ପିତୃପକ୍ଷ। ଏହି ପକ୍ଷରେ ଆମେ ପିତୃପୁରୁଷଙ୍କୁ ଶ୍ରାଦ୍ଧଦାନ କରିଥାଉ। ପିଣ୍ଡଦାନ ଓ ତର୍ପଣ ହେଉଛି ଶ୍ରାଦ୍ଧର ଦୁଇଟି ଗୁରୁତ୍ବପୂର୍ଣ୍ଣ ବିଧି। ଏଥିେର କୁଶ, କୃଷ୍ଣତିଳ ବା କଳାରାଶି ଓ ଜଳ ଗୁରୁତ୍ବପୂର୍ଣ୍ଣ ଉପାଦାନ।
/sambad/media/media_files/2025/09/19/fshsfhhfss-2025-09-19-00-22-05.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)