ଷଡ଼୍ଭିରୂର୍ମିଭିରୟୋଗି େଯାଗିହୃଦ୍-
ଭାବିତଂ ନ କରଣୈର୍ବିଭାବିତମ୍।
ବୁଦ୍ଧ୍ୟବେଦ୍ୟମନବଦ୍ୟମସ୍ତି ଯଦ୍
ବ୍ରହ୍ମ ତତ୍ତ୍ବମସି ଭାବୟାତ୍ମନି ାା
-ଶ୍ରୀଶଙ୍କରାଚାର୍ଯ୍ୟ, ବିବେକଚୂଡ଼ାମଣି, ୨୫୬)
‘ବିବେକଚୂଡ଼ାମଣି’ ଶ୍ରୀଶଙ୍କରାଚାର୍ଯ୍ୟଙ୍କର ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରଚନା। ଏହାର ଆକ୍ଷରିକ ଅର୍ଥ ବିବେକର ମଉଡ଼ମଣି ବା ସର୍ବଶ୍ରେଷ୍ଠ ବିବେକ। ୫୮୦ ଶ୍ଳୋକ ବିଶିଷ୍ଟ ଏହି ଗ୍ରନ୍ଥ ଆମକୁ ପରମସତ୍ୟ ବା ବ୍ରହ୍ମଙ୍କୁ ଜାଣିବା ବା ଉପଲବ୍ଧି କରିବାର ମାର୍ଗ ସୂଚିତ କରେ।
କେବଳ ମନୁଷ୍ୟ ହିଁ ବିବେକର ଅଧିକାରୀ। ନିଜର ଏହି ବିବେକଶକ୍ତିକୁ ପ୍ରୟୋଗ କରି ମନୁଷ୍ୟ ନିତ୍ୟ ଓ ଅନିତ୍ୟ ମଧ୍ୟରେ ପାର୍ଥକ୍ୟ ଜାଣିପାରେ। ତାହା ଫଳରେ ନିଜ ଭିତରେ ଥିବା ଚିରନ୍ତନ ଆନନ୍ଦ ବା ବ୍ରହ୍ମଙ୍କୁ ଲାଭ କରିପାରେ।
ଉପରୋକ୍ତ ସୁଭାଷିତରେ, ମନରେ ଉଠୁଥିବା ଛଅଟି ତରଙ୍ଗ ବା ଷଡ଼ରିପୁଙ୍କ କଥା ଶ୍ରୀଶଙ୍କରାଚାର୍ଯ୍ୟ କହିଛନ୍ତି। ଶାସ୍ତ୍ରମତରେ ଏହି ଛଅଟି ତରଙ୍ଗ ହେଉଛନ୍ତି- କ୍ଷୁଧା-ପିପାସା, ଶୋକ-ମୋହ ଓ ଜରା-ମୃତ୍ୟୁ। ମନରେ ଏହି ସବୁ ତରଙ୍ଗ ଉଠି ମନକୁ ବିକ୍ଷୁବ୍ଧ ବା ଅଶାନ୍ତ କରେ। ଯିଏ ଏହି ଛଅଟି ତରଙ୍ଗ ବା ଛଅଟି ବିକାର ସତ୍ତ୍ବେ ମନକୁ ଶାନ୍ତ ରଖିପାରେ, ସେ ନିତ୍ୟ-ଚୈତନ୍ୟ, ପରମ ସତ୍ୟ ଲାଭ କରେ।
ଏଣୁ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ମତରେ- ସେ ହେଉଛନ୍ତି ବ୍ରହ୍ମ ବା ପରମ ସତ୍ୟ, ଯାହାଙ୍କୁ ଦୁଃଖରୂପୀ ଛଅଟି ତରଙ୍ଗ ସ୍ପର୍ଶ କରେ ନାହିଁ। ଯୋଗୀମାନେ ନିଜର ଅନ୍ତରରେ ତାହାଙ୍କୁ ହିଁ ସତତ ଚିନ୍ତନ କରିଥାନ୍ତି। କିନ୍ତୁ ଜ୍ଞାନେନ୍ଦ୍ରିୟଗୁଡ଼ିକ ଦ୍ବାରା ସେ ଗ୍ରାହ୍ୟ ହୁଅନ୍ତି ନାହିଁ, ସେ ବୁଦ୍ଧିର ଅଗମ୍ୟ- ଏହି ଭାବନା ହୃଦୟରେ ଧରି, ମନକୁ ଶାନ୍ତ ରଖି, ଯୋଗୀ ବ୍ରହ୍ମଙ୍କୁ ଚିନ୍ତନ କରିବା ଆବଶ୍ୟକ।