ସୁଭାଷିତ: ନରକର ତିନିଦ୍ୱାର- କାମ, କ୍ରୋଧ ଓ ଲୋଭ

ତ୍ରିବିଧଂ ନରକସ୍ୟେଦଂ ଦ୍ୱାରଂ ନାଶନମାତ୍ମନଃ।
କାମଃ କ୍ରୋଧ ସ୍ତଥା ଲୋଭ ସ୍ତସ୍ମାଦେତତ୍ତ୍ରୟଂ ତ୍ୟଜେତ୍।ା
– ଶ୍ରୀମଦ୍‌ଭଗବଦ୍‌ଗୀତା, ୧୬/୨୧
କାମ, କ୍ରୋଧ ଓ ଲୋଭ- ଏ ତିନିଟି ଆମର ତିନି ରିପୁ ବା ଶତ୍ରୁ। ମୋହ, ମଦ ଓ ମାତ୍ସର୍ଯ୍ୟକୁ ମିଶାଇ ଏସବୁକୁ ‘ଷଡ଼ରିପୁ’ କୁହାଯାଏ। ଏସବୁ ଆମ ଭିତରର ଶତ୍ରୁ। ବାହାର ଶତ୍ରୁଙ୍କଠାରୁ ଏହି ଭିତରର ଶତ୍ରୁ ଆମର ଅଧିକ କ୍ଷତି କରିଥାଆନ୍ତି। ଆମକୁ ବିପଥଗାମୀ କରନ୍ତି।
‘ଶ୍ରୀମଦ୍‌ଭଗବଦ୍‌ଗୀତା’ର ଉପରୋକ୍ତ ସୁଭାଷିତରେ, ଏଥିରୁ ପ୍ରଥମ ତିନିଟିକୁ, ଅର୍ଥାତ୍‌- କାମ, କ୍ରୋଧ ଓ ଲୋଭକୁ କୁହାଯାଇଛି ନରକର ତିନିଟି ଦ୍ୱାର ବା ତିନିଟି କାରଣ। ଏମାନେ ଆତ୍ମାକୁ ନାଶ କରନ୍ତି; ଅର୍ଥାତ୍ ଆତ୍ମାର ଅଧୋଗତି ଘଟାନ୍ତି। ଏଇଥିପାଇଁ ଏ ତିନିଙ୍କୁ ପୂର୍ଣ୍ଣ ରୂପେ ପରିତ୍ୟାଗ କରିବା ପାଇଁ ଗୀତାରେ ନିର୍ଦ୍ଦେଶ ଦିଆଯାଇଛି।
ଏହାର ପର ଶ୍ଳୋକରେ ସେଥିପାଇଁ କୁହାଯାଇଛି- ଏହି ତିନିଟି ଦୋଷରୁ, ଅର୍ଥାତ୍‌- କାମ, କ୍ରୋଧ ଓ ଲୋଭରୁ ଯେଉଁ ବ୍ୟକ୍ତି ମୁକ୍ତ ହୋଇପାରେ, ସେ ଆତ୍ମାର ଶ୍ରେୟ ବା ସଦ୍‌ଗତି କରାଇପାରେ। ସ୍ୱଭାବତଃ ତାହାର ମନ ଈଶ୍ୱରଙ୍କ ଆଡ଼କୁ ଯାଏ; ଅର୍ଥାତ୍‌- ପୁଣ୍ୟକର୍ମ ପ୍ରତି ତାର ମନ ବଳେ। ତାହା ଫଳରେ ସେ ପରମଗତି ଲାଭ କରେ।

ସମ୍ବନ୍ଧିତ ଖବର