ଅଧୀତ୍ୟେଦଂ ଯଥାଶାସ୍ତ୍ରଂ ନରୋ ଜାନାତି ସତ୍ତମଃ।
ଧର୍ମୋପଦେଶ ବିଶ୍ୟାତଂ କାର୍ଯ୍ୟଽକାର୍ଯ୍ୟାଶୁଭାଶୁଭମ୍।ା
ଚାଣକ୍ୟ ନୀତି ଭାରତୀୟ ସଂସ୍କୃତ ସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ କୃତି। ଏହା ରାଜାଙ୍କଠାରୁ ଆରମ୍ଭ କରି ପ୍ରଜାଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ। ଏଥିରେ ପ୍ରଥମେ ଈଶ୍ୱର ପ୍ରାର୍ଥନା ଏବଂ ପରେ ଶ୍ରେଷ୍ଠ ମନୁଷ୍ୟ କିଏ, ତାହା କୁହାଯାଇଛି। ଏଣୁ ଆମ ସମସ୍ତଙ୍କ ପାଇଁ ଏହା ପ୍ରଯୁଜ୍ୟ।
ଉପରୋକ୍ତ ସୁଭାଷିତଟି ଏହାର ପ୍ରମାଣ। ଏଥିରେ କୁହାଯାଇଛି- ନୀତିଶାସ୍ତ୍ରଗୁଡ଼ିକ ଆମକୁ ଧର୍ମ ଉପଦେଶ ଦିଏ। କାର୍ଯ୍ୟ କ’ଣ ଓ ଅକାର୍ଯ୍ୟ କ’ଣ, ତାହା ଦର୍ଶାଇ ଦିଏ ଏବଂ ଶୁଭ ଅଶୁଭ ଇତ୍ୟାଦି ସଂପର୍କର୍ରେ ସୂଚିତ କରେ। ଏଣୁ ନୀତିଶାସ୍ତ୍ରରେ ଧର୍ମର ବ୍ୟାଖ୍ୟା କରାଯାଇ, କେଉଁଟି କରଣୀୟ ଓ କେଉଁଟି ଅକରଣୀୟ; କେଉଁଟି ଭଲ ଓ କେଉଁଟି ଖରାପ, ସେହି ଜ୍ଞାନର ବର୍ଣ୍ଣନା କରାଯାଇଥାଏ। ସେହି ନୀତିଶାସ୍ତ୍ର ଅଧ୍ୟୟନ କରି ଯିଏ ତାହାକୁ ଉପଯୁକ୍ତ ଭାବରେ ଉପଲବ୍ଧି କରେ, ସେ ହିଁ ଶ୍ରେଷ୍ଠ ମନୁଷ୍ୟ।
ସୁଭାଷିତ: ଶ୍ରେଷ୍ଠ ମନୁଷ୍ୟ କିଏ?
/sambad/media/post_attachments/wp-content/uploads/2023/04/7sf798sffhshfhfhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)