ଯଥାପି ରୁଚିରଂ ପୁପ୍ଫଂ, ବଣ୍ଣବନ୍ତଂ ଅଗନ୍ଧକଂ।
ଏବଂ ସୁଭାସିତା ବାଚା ଅଫଳା ହୋତି ଅକୁବ୍ବତୋ।।’’
-ଧମ୍ମପଦ, ଗାଥା-୫୧
‘ଧମ୍ମପଦ’ ହେଉଛି- ଭଗବାନ ବୁଦ୍ଧଙ୍କର ଅମର ଶିକ୍ଷାପ୍ରଦ ବାଣୀ। ଏହାର ଅର୍ଥ- ଧର୍ମପଦ। ଏହା ଭଗବାନ ବୁଦ୍ଧଙ୍କର ଦୀର୍ଘ ପ୍ରାୟ ୪୫ ବର୍ଷର ଶିକ୍ଷା ସମୂହର ସାରସ୍ବରୂପ। ଉପରୋକ୍ତ ସୁଭାଷିତକୁ ତାଙ୍କର ସେହି ସମସ୍ତ ଶିକ୍ଷାର ଚାବିକାଠି ରୂପେ ଗ୍ରହଣ କରାଯାଏ।
ଏହାର ଅର୍ଥ ହେଉଛି- ଯେପରି କେତେକ ଫୁଲ ଦେଖିବାପାଇଁ ଖୁବ୍ ସୁନ୍ଦର ଓ ରଙ୍ଗିନ୍ ହୋଇଥିଲେ ବି ଗନ୍ଧହୀନ ହୋଇଥାନ୍ତି, ସେହିପରି ଖୁବ୍ ସୁନ୍ଦର ଭାବରେ କୁହାଯାଇଥିବା କଥା (ବାଣୀ)କୁ ଯଦି ଆଚରଣରେ ପ୍ରତିଫଳିତ କରା ନ ଯାଏ, ତେବେ ତାହା ଫଳହୀନ ହୋଇଥାଏ।
ଏହି କଥାକୁ ଅଧିକ ବିସ୍ତାରିତ କରି, ଏହାର ପର ପଦ (ଗାଥା-୫୨)ରେ ଭଗବାନ ବୁଦ୍ଧ କହିଛନ୍ତି-
ଯଥାପି ରୁଚିରଂ ପୁପ୍ଫଂ, ବଣ୍ଣବନ୍ତଂ ସୁଗନ୍ଧକଂ।
ଏବଂ ସୁଭାସିତା ବାଚା ସଫଳା ହୋତି କୁବ୍ବତେ ାା
ଅର୍ଥାତ୍, ଯେପରି କେତେକ ଫୁଲ ଦେଖିବା ପାଇଁ ଖୁବ୍ ସୁନ୍ଦର, ରଙ୍ଗିନ ଓ ସୁଗନ୍ଧିଯୁକ୍ତ, ସେହିପରି ଖୁବ୍ ସୁନ୍ଦର ଭାବରେ କୁହାଯାଇଥିବା କଥା(ବାଣୀ)କୁ ଯଦି ଆଚରଣରେ ପ୍ରତିଫଳିତ କରାଯାଏ, ତେବେ ତାହା ସୁଫଳ ପ୍ରଦାନ କରିଥାଏ।
ସୁଭାଷିତ: ଆଚରଣହୀନ ସୁଭାଷିତ ଗନ୍ଧହୀନ ପୁଷ୍ପପରି
‘ଧମ୍ମପଦ’ ହେଉଛି- ଭଗବାନ ବୁଦ୍ଧଙ୍କର ଅମର ଶିକ୍ଷାପ୍ରଦ ବାଣୀ। ଏହାର ଅର୍ଥ- ଧର୍ମପଦ। ଏହା ଭଗବାନ ବୁଦ୍ଧଙ୍କର ଦୀର୍ଘ ପ୍ରାୟ ୪୫ ବର୍ଷର ଶିକ୍ଷା ସମୂହର ସାରସ୍ବରୂପ। ଉପରୋକ୍ତ ସୁଭାଷିତକୁ ତାଙ୍କର ସେହି ସମସ୍ତ ଶିକ୍ଷାର ଚାବିକାଠି ରୂପେ ଗ୍ରହଣ କରାଯାଏ।
/sambad/media/media_files/2025/05/09/Nj3Uv9HSqjXyjbyh4b9R.jpg)