ଅନ୍ନ ବ୍ରହ୍ମ ଯତଃ ପ୍ରୋକ୍ତମନ୍ନେ ପ୍ରାଣାଃ ପ୍ରତିଷ୍ଠିତାଃ।
ଅନ୍ନାଦ୍‌ ଭବନ୍ତି ଭୂତାନି ଜଗଦନ୍ନେନ ବର୍ତ୍ତତେ ାା
ଅନ୍ନମେବ ‌ତତୋ ଲକ୍ଷ୍ମୀରନ୍ନମେବ ଜନାର୍ଦ୍ଦନଃ।
-ମତ୍ସ୍ୟପୁରାଣ, ୮୩/୪୨-୪୩

Advertisment

‘ମତ୍ସ୍ୟପୁରାଣ’ ଭଗବାନ ବିଷ୍ଣୁଙ୍କ ଅାଦ୍ୟ ଅବତାର ‘ମତ୍ସ୍ୟାବତାର’ଙ୍କ ସଂପର୍କିତ ପୁରାଣ। ଏହା ବ୍ୟାସଦେବ ବିରଚିତ ଏବଂ ‘ଅଷ୍ଟାଦଶ ପୁରାଣ’ର ଅନ୍ତର୍ଗତ। ଏହାର ବିଭିନ୍ନ ଅଧ୍ୟାୟରେ ଅଛି–ଲବଣାଚଳ, ଗୁଡ଼ପର୍ବତ ଓ ଧାନ୍ୟଶୈଳ ଆଦି ଦାନର ପୁଣ୍ୟ। ଏହିସବୁ ପଦାର୍ଥ ପର୍ବତାକାରରେ ବା ଦେଉଳିଆ କରି ଦାନ କଲେ, ତାହା ଦ୍ବାରା କି ଫଳ ମିଳେ, ସେ କଥା ସେହି ଅଧ୍ୟାୟଗୁଡ଼ିକରେ କୁହାଯାଇଛି। ଏହି ପ୍ରସଙ୍ଗରେ ବର୍ଣ୍ଣିତ ହୋଇଛି ଅନ୍ନର ମହତ୍ତ୍ବ କଥା।

Encounter:କନ୍ଧମାଳ ପୁଲିସକୁ ବଡ଼ ସଫଳତା,ଦୁଇ ଦିନରେ କେନ୍ଦ୍ରୀୟ କମିଟି ସଦସ୍ୟ ଗଣେଶ ଉଇକେ ସମେତ ୬ ମାଓ ନେତା ନିହତ

ଏହି ପୁରାଣର ୮୩ ଅଧ୍ୟାୟରେ ରହିଛି ଧାନ୍ୟଶୈଳ ଦାନର ବିଧି ଓ ମାହାତ୍ମ୍ୟ। ଦେବର୍ଷି ନାରଦଙ୍କ ପ୍ରଶ୍ନରେ ଦେବଦେବ ମହାଦେବ ଏହା କହିଛନ୍ତି। ‘ଅନ୍ନ’ ଶବ୍ଦର ବ୍ୟୁତ୍ପତ୍ତି କହେ- ଯାହା ଭୋଜନ କରାଯାଏ ତାହା ଅନ୍ନ। ଉପରୋକ୍ତ ‘ସୁଭାଷିତ’ରେ ଏ ସଂପର୍କରେ ମହ‌ା‌େଦବ ଦେବର୍ଷି ନାରଦଙ୍କୁ କହିଛନ୍ତି–ହେ ନାରଦ! ଶୁଣ! ଅନ୍ନକୁ ବ୍ରହ୍ମ କୁହାଯାଏ। କାରଣ, ଅନ୍ନଦ୍ବାରା ପ୍ରାଣୀମାନଙ୍କର ପ୍ରାଣ ପ୍ରତିଷ୍ଠିତ ହୋଇଥାଏ। ଅନ୍ନରୁ  ପ୍ରାଣୀମାନଙ୍କର ଉତ୍ପତ୍ତି ହୋଇଥାଏ। ଅନ୍ନରେ ମଧ୍ୟ ଜଗତ୍‌ର ସ୍ଥିତି ରକ୍ଷା ହୋଇଥାଏ। ଏହି ପ୍ରସଙ୍ଗରେ ମହାଦେବ ନାରଦଙ୍କୁ ଅନ୍ୟ ଯେଉଁ ଗୁରୁତ୍ବପୂର୍ଣ୍ଣ କଥାଟି କହିଛନ୍ତି, ତାହା ମଧ୍ୟ ‘ଅନ୍ନ ବ୍ରହ୍ମ’ ପରି ମହତ୍ତ୍ବପୂର୍ଣ୍ଣ। ତାହା ହେଉଛି–ଅନ୍ନ ହିଁ ଲକ୍ଷ୍ମୀ ଏବଂ ଅନ୍ନ ହିଁ ଜନାର୍ଦ୍ଦନ ବିଷ୍ଣୁ। ଏଣୁ ଅନ୍ନକୁ ଆମେ ‌କେବେହେଲେ ନଷ୍ଟ ବା ଅବମାନନା କରିବା ଉଚିତ ନୁହେଁ। ଅ‌ାମେ ସବୁବେଳେ ଅନ୍ନକୁ ଉପଯୁକ୍ତ ସମ୍ମାନ ଦେବା ଉଚିତ।

Gulua-Barsha: ବିବାଦରେ ହସ ବିକୁଥିବା ଦମ୍ପତି: ଗୁଲୁଆଙ୍କୁ ‘ଚିତାକଟା’ କହି ପ୍ରବଳ ବର୍ଷିଲେ ବର୍ଷା, ହୋଟେଲରୁ ପାଣ୍ଡରା ଛକ ସବୁ ପ୍ରମାଣ ଅଛି… ସବୁ ସତ କହିବି...