ଦେଖ ପ୍ରତ୍ୟେକ୍ଷ ମେଘମାଳ।
ପିଅନ୍ତି ଲବଣ ସଲିଳ ାା
ଅମୃତ ସମ ଜଳ ବୃଷ୍ଟି।
କରି ପାଳନ୍ତି ଏହି ସୃଷ୍ଟି ାା
- ଓଡ଼ିଆ ‘ସାବିତ୍ରୀବ୍ରତ’ କଥା
ଓଡ଼ିଆରେ ଯେଉଁସବୁ ‘ସାବିତ୍ରୀ ବ୍ରତ’ କଥା ଅଛି, ତାହା ଉଭୟ ଗଦ୍ୟ ଓ ପଦ୍ୟରେ ରଚିତ। ପଦ୍ୟରେ ରଚିତ ଗୋଟିଏ ବ୍ରତକଥାର ରଚୟିତା ହରିକୃଷ୍ଣ ରଥ ବୋଲି ତାହାର ଭଣିତାରୁ ଜଣାଯାଏ। ତାଙ୍କର ପିତା ଗୋବର୍ଦ୍ଧନ ରଥ ଓ ମାତା ବିଶାଖା। ତାଙ୍କ ଅନୁସାରେ, ପିଲାଦିନେ ତାଙ୍କର ମତି ଅସ୍ଥିର ଥିଲା। ତେଣୁ ସେ ଭୟରେ ସାଧୁସେବା କରୁଥିଲେ। ସାଧୁଙ୍କ ଚରଣରେ ସବୁ ଧାମର ସ୍ଥିତି ବୋଲି ସେ ମନେ କରୁଥିଲେ।
ଏଣୁ ଏହି ସାବିତ୍ରୀ ବ୍ରତକଥାର ଆରମ୍ଭରେ ସେ ସାଧୁଙ୍କ ସ୍ବଭାବର ବର୍ଣ୍ଣନା କରିଛନ୍ତି। ଗୁରୁ ଓ ଗୋବିନ୍ଦ ଉଭୟଙ୍କୁ ପ୍ରଣାମ କରି, ସାଧୁସଙ୍ଗ ଫଳରେ ଭବସାଗର ପାର କରି ହୁଏ ବୋଲି ସେ କହିଛନ୍ତି।
ତା’ ସହିତ ସାଧୁଙ୍କ ସ୍ବଭାବର ବର୍ଣ୍ଣନା କରି ସେ କହିଛନ୍ତି- ଯଦି କୌଣସି ବ୍ୟକ୍ତିଠାରେ କୌଣସି ଦୋଷ ଥାଏ, ସାଧୁ ତାହା ଗ୍ରହଣ କରନ୍ତି ନାହିଁ। ତା’ର ସବୁ ଅବଗୁଣକୁ ପରିତ୍ୟାଗ କରି କେବଳ ଗୁଣକୁ ଗ୍ରହଣ କରନ୍ତି।
ଏହାର ସୁନ୍ଦର ଉଦାହରଣ ଅଛି ଉପରୋକ୍ତ ସୁଭାଷିତରେ। ସେ କହିଛନ୍ତି- ମେଘ ଲବଣସମୁଦ୍ରର ଜଳ ଗ୍ରହଣ କରେ। ମାତ୍ର ଲବଣ ସମୁଦ୍ରର ଜଳ ପାନ କଲେ ମଧ୍ୟ ମେଘ ଅମୃତତୁଲ୍ୟ ଜଳ ବର୍ଷା କରେ। ତାହା ଫଳରେ ଏ ସୃଷ୍ଟିର ପାଳନ ସମ୍ଭବ ହୁଏ। ସେହିପରି ସାଧୁଜନଙ୍କର ସ୍ବଭାବ।
ଶେଷରେ ସେ କହିଛନ୍ତି- ସାଧୁମାନେ ହେଉଛନ୍ତି ଶୁଦ୍ଧଚେତା। ସେମାନେ ଶୁଦ୍ଧଚେତନା ସଂପନ୍ନ। ଯଦି ବି ତାଙ୍କର କିଞ୍ଚିତ୍ ଦୋଷ ଥାଏ, ତେବେ ତାହାକୁ ନ ଧରିବା ହିଁ ସୁଜ୍ଞ, ସୁଜନଙ୍କର କର୍ତ୍ତବ୍ୟ।
ସୁଭାଷିତ: ଲବଣ ସମୁଦ୍ରର ଜଳ ପିଇ ଅମୃତ ଦିଏ ମେଘ
ଓଡ଼ିଆରେ ଯେଉଁସବୁ ‘ସାବିତ୍ରୀ ବ୍ରତ’ କଥା ଅଛି, ତାହା ଉଭୟ ଗଦ୍ୟ ଓ ପଦ୍ୟରେ ରଚିତ। ପଦ୍ୟରେ ରଚିତ ଗୋଟିଏ ବ୍ରତକଥାର ରଚୟିତା ହରିକୃଷ୍ଣ ରଥ ବୋଲି ତାହାର ଭଣିତାରୁ ଜଣାଯାଏ।
/sambad/media/media_files/2025/05/23/Ks1ZYl4PkOpeJiIhE1kO.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)