ଲବ୍‌ଧ୍ବା କଥଂଚିନ୍ନରଜନ୍ମ ଦୁର୍ଲଭମ୍‌।
ତତ୍ରାପି ପୁଙ୍‌ସ୍ତ୍ବଂ ଶ୍ରୁତିପାର ଦର୍ଶନମ୍‌ ାା
ଯସ୍ତ୍ବାତ୍ମ ମୁକ୍ତୈା ନ ୟତେତ ମୂଢ଼ଧୀ।
ସ ହ୍ୟାତ୍ମହା ସ୍ତ୍ବଂ ବିନିହନ୍ତ୍ୟ ସଦ୍‌ଗ୍ରହାତ୍‌ ାା
-ଶ୍ରୀଶଙ୍କରାଚାର୍ଯ୍ୟ, ବିବେକ ଚୂଡ଼ାମଣି (୪)

Advertisment

ବେଦାନ୍ତ ହେଉଛି ଜୀବନର ବିଜ୍ଞାନ। ତାହାର ଶ୍ରେଷ୍ଠ ବ୍ୟାଖ୍ୟାକାର ଭାବରେ ଆଚାର୍ଯ୍ୟ ଶ୍ରୀଶଙ୍କର ସର୍ବମାନ୍ୟ। ସେ କେବଳ ଉପନିଷଦ୍‌, ବ୍ରହ୍ମସୂତ୍ର ଓ ଭଗବଦ୍‌ଗୀତାର ଭାଷ୍ୟ ରଚନା କରିନାହାନ୍ତି; ବେଦାନ୍ତ ଶାସ୍ତ୍ରର ପ୍ରକରଣଗ୍ରନ୍ଥ ମଧ୍ୟ ରଚନା କରିଛନ୍ତି। ସେହି ବେଦାନ୍ତ ପରିଚାୟକ ଗ୍ରନ୍ଥଗୁଡ଼ିକ ମଧ୍ୟରେ ‘ବିବେକ ଚୂଡ଼ାମଣି’ ଏକ ଶ୍ରେଷ୍ଠ କୃତି।

‘ବିବେକ ଚୂଡ଼ାମଣି’ର ଚତୁର୍ଥରୁ ସପ୍ତମ ଶ୍ଳୋକ ମଧ୍ୟରେ ଆଚାର୍ଯ୍ୟ ଶଙ୍କର ସାଂସାରିକ ମନୁଷ୍ୟର ଦୁଃଖ ସଂପର୍କରେ ଆଲୋଚନା କରିଛନ୍ତି। ସେହି ପ୍ରସଙ୍ଗରେ ଚତୁର୍ଥ ଶ୍ଳୋକରେ ଆସିଛି ଆତ୍ମ ସାକ୍ଷାତ୍‌କାର କଥା। ମନୁଷ୍ୟ ଜନ୍ମ ହେଉଛି ଶ୍ରେଷ୍ଠ ଜନ୍ମ। କାରଣ, ମନୁଷ୍ୟ ହୃଦୟ ଓ ମସ୍ତିଷ୍କର ପୁରୁଷୋଚିତ ଗୁଣ ସଂପନ୍ନ। ଏହା ଫଳରେ ସେ ଶ୍ରୁତି ବା ପବିତ୍ର ବେଦଶାସ୍ତ୍ରର ଅଧ୍ୟୟନ କରି ଅଧ୍ୟାତ୍ମ ମାର୍ଗରେ ଗତି କରିବାରେ ସମର୍ଥ। ମାତ୍ର ତାହା ସତ୍ତ୍ବେ, ମନୁଷ୍ୟ ସେହି ସତ୍‌ପଥ ଛାଡ଼ି ଅସତ୍‌ ପ୍ରତି ଆସକ୍ତ ହୁଏ ଏବଂ ଅସତ୍‌ ପଥରେ ଗତି କରେ।

ଏଣୁ ଏହି ଶ୍ଳୋକରେ ଆଚାର୍ଯ୍ୟ ଶଙ୍କର କହିଛନ୍ତି- ଏଭଳି କେହି ମୂଢ଼ବ୍ୟକ୍ତି କ’ଣ ଅଛନ୍ତି, ଯେ ମନୁଷ୍ୟଜନ୍ମ ପାଇ, ପୁରୁଷତ୍ବଯୁକ୍ତ ହୋଇ ଏବଂ ଶ୍ରୁତିଗୁଡ଼ିକ‌ର ଜ୍ଞାନ ଆହରଣ କରି ମଧ୍ୟ, ଆତ୍ମସାକ୍ଷାତ୍‌କାର ପାଇଁ ଯତ୍ନଶୀଳ ହେବେ ନାହିଁ? ଯଦି କେହି ସେଥିପ୍ରତି ଯତ୍ନଶୀଳ ନ ହୁଅନ୍ତି, ତେବେ ସେ ଅସତ୍‌ବସ୍ତୁ ପ୍ରତି ଆସକ୍ତ ହୋଇ ଆତ୍ମହତ୍ୟା ହିଁ କରୁଛନ୍ତି ବୋଲି ବୁଝାଯିବ।