ସତ୍ୟଂ ତୀର୍ଥଂ ଦୟା ତୀର୍ଥଂ ତୀର୍ଥମିନ୍ଦ୍ରିୟ ନିଗ୍ରହଃ।
ବର୍ଣ୍ଣାଶ୍ରମାଣାଂ ଗେହେଽପି ତୀର୍ଥଂ ତୁ ସମୁଦାହୃତମ୍।।
- ମତ୍ସ୍ୟ ମହାପୁରାଣ, ୨୨/୮୦
ଆଶ୍ବିନ ମାସର କୃଷ୍ଣପକ୍ଷ ‘ପିତୃପକ୍ଷ’ ରୂପେ ଖ୍ୟାତ। ଏହି ମାସର ପ୍ରତିପଦ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ବିଭିନ୍ନ ପିତୃତୀର୍ଥରେ ପିତୃଗଣଙ୍କୁ ତର୍ପଣ ଓ ପିଣ୍ଡଦାନ ଅାଦି କରାଯାଏ।
ପୁରାଣମାନଙ୍କରେ ସମଗ୍ର ଭାରତବର୍ଷରେ ଯେତେ ଯେତେ ପିତୃତୀର୍ଥ ଅଛି, ସେମାନଙ୍କର ବର୍ଣ୍ଣନା ରହିଛି। ତାହା ମଧ୍ୟରେ ଓଡ଼ିଶାର ଅନେକ ପିତୃତୀର୍ଥର ବର୍ଣ୍ଣନା ମଧ୍ୟ ଅଛି। ବ୍ୟାସଦେବକୃତ ଅଷ୍ଟାଦଶ ପୁରାଣ ଅନ୍ତର୍ଗତ ‘ମତ୍ସ୍ୟ ମହାପୁରାଣ’ରେ ଏସବୁର ବିସ୍ତୃତ ବର୍ଣ୍ଣନା ରହିଛି। ଏହିସବୁ ପିତୃତୀର୍ଥମାନଙ୍କର ଦର୍ଶନ ପୁଣ୍ୟପ୍ରଦ ଏବଂ ସେଠାରେ ପିତୃଗଣଙ୍କୁ ପିଣ୍ଡଦାନ ସେମାନଙ୍କ ପାଇଁ ତୃପ୍ତିକର ବୋଲି ବର୍ଣ୍ଣନା ଅଛି।
କିନ୍ତୁ ଯେଉଁମାନେ ତୀର୍ଥ ଦର୍ଶନ କରିବାରେ ସମର୍ଥ ନୁହନ୍ତି, ସେମାନେ କ’ଣ ତୀର୍ଥାଟନର ଫଳ ପାଇପାରନ୍ତି ନାହିଁ?
ଏହି ପ୍ରଶ୍ନର ସୁନ୍ଦର ଉତ୍ତର ‘ମତ୍ସ୍ୟ ମହାପୁରାଣ’ର ଉପରୋକ୍ତ ୨୨ ଅଧ୍ୟାୟର ୮୦ତମ ଶ୍ଳୋକରେ ଅଛି।
ସେଥିରେ କୁହାଯାଇଛି- ଯେଉଁମାନେ ବର୍ଣ୍ଣାଶ୍ରମ ଧର୍ମ ପାଳନ କରନ୍ତି, ସେମାନଙ୍କର ଗୃହରେ ସତ୍ୟ, ଧର୍ମ ଓ ଇନ୍ଦ୍ରିୟ ନିଗ୍ରହ ତୀର୍ଥ ରୂପେ ଅବସ୍ଥାନ କରିଥାନ୍ତି।
‘ଇନ୍ଦ୍ରିୟ ନିଗ୍ରହ’ ହେଉଛି- ଜ୍ଞାନେନ୍ଦ୍ରିୟଗୁଡ଼ିକର ନିୟନ୍ତ୍ରଣ। ଆମର ପଞ୍ଚ ଜ୍ଞାନେନ୍ଦ୍ରିୟ ହେଉଛି- ଚକ୍ଷୁ, କର୍ଣ୍ଣ, ନାସିକା, ଜିହ୍ବା ଓ ତ୍ବକ୍। ଏହି ଇନ୍ଦ୍ରିୟମାନଙ୍କୁ ନିଜର ନିୟନ୍ତ୍ରଣରେ ରଖିବା ହେଉଛି- ଇନ୍ଦ୍ରିୟ ନିଗ୍ରହ। ଏଣୁ ସତ୍ୟରେ ରହିଲେ, ଧର୍ମାଚରଣ କଲେ ଏବଂ ଇନ୍ଦ୍ରିୟଙ୍କୁ ନିୟନ୍ତ୍ରଣରେ ରଖିଲେ ଆମେ ତିନି ତୀର୍ଥର ଫଳ ପାଉ। କାରଣ- ସତ୍ୟ ତୀର୍ଥ, ଧର୍ମ ତୀର୍ଥ ଏବଂ ଇନ୍ଦ୍ରିୟ ନିଗ୍ରହ ମଧ୍ୟ ତୀର୍ଥ।
ସୁଭାଷିତ": ସତ୍ୟ ତୀର୍ଥ, ଧର୍ମ ତୀର୍ଥ, ଇନ୍ଦ୍ରିୟ ନିଗ୍ରହ ମଧ୍ୟ ତୀର୍ଥ
ଆଶ୍ବିନ ମାସର କୃଷ୍ଣପକ୍ଷ ‘ପିତୃପକ୍ଷ’ ରୂପେ ଖ୍ୟାତ। ଏହି ମାସର ପ୍ରତିପଦ ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ବିଭିନ୍ନ ପିତୃତୀର୍ଥରେ ପିତୃଗଣଙ୍କୁ ତର୍ପଣ ଓ ପିଣ୍ଡଦାନ ଅାଦି କରାଯାଏ।
/sambad/media/media_files/2025/09/12/fshfshfhfs-2025-09-12-00-24-29.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)