ନଦ ତଡ଼ାଗ କୂପ ଜଳ। ଖାଇ ପୋଖରୀ ନଦୀ ଜଳ ାା
ଯେ ତହିଁ କରିବେଟି ସ୍ନାନ। ବୋଲିବେ ଗଙ୍ଗାନାରାୟଣ ାା
ସଞ୍ଚିଲା ପାପ ହେବ ଦୂର। ଅନ୍ତେ ଲଭିବେ ବିଷ୍ଣୁପୁର ାା
-ପୁରୁଷୋତ୍ତମ ଦାସ, ଗଙ୍ଗାମାହାତ୍ମ୍ୟ
ଓଡ଼ିଆରେ ଗୋଟିଏ ଲୋକୋକ୍ତି ଅଛି, ‘‘ମନ ଦୃଢ଼ ଥିଲେ ଗାଡ଼ିଆ ଗଙ୍ଗା।’’ ଏହା କେବଳ କଥାର କଥା ନୁହେଁ। ଏହା ପଛରେ ଆମର ପରମ୍ପରା ଓ ଐତିହ୍ୟର ସମର୍ଥନ ରହିଛି। ଆମେ ଯେତେେବେଳ କୌଣସି ଶୁଭ ବା ମଙ୍ଗଳ କାର୍ଯ୍ୟ କରିବାପାଇଁ ସଂକଳ୍ପ କରୁ, େସତେବେଳେ ଗଣ୍ଡୂଷରେ ଜଳଧାରଣ କରି ସେହି ସଂକଳ୍ପ କରିଥାଉ। ସେତେବେଳେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ବତୀ, ନର୍ମଦା, ସିନ୍ଧୁ ଓ କାବେରୀ- ଏହି ସପ୍ତନଦୀ ସେହି ଗଣ୍ଡୂଷଜଳରେ ଅବସ୍ଥାନ କରନ୍ତି ବୋଲି କଳ୍ପନା କରାଯାଏ। ପୁରୋହିତ ବା ବ୍ରାହ୍ମଣ ଆମକୁ ସେହି ସଂକଳ୍ପ ପାଠ କରାଇଥାଆନ୍ତି।
ଓଡ଼ିଆରେ ପୁରୁଷୋତ୍ତମ ଦାସ ରଚନା କରିଛନ୍ତି ‘ଗଙ୍ଗା ମାହାତ୍ମ୍ୟ’। ସେଥିରେ ଗଙ୍ଗାଙ୍କର ମହିମା ଓ ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି।
ବିଷ୍ଣୁଙ୍କର ନଖକୋଣରେ ଗଙ୍ଗାଙ୍କର ଅବସ୍ଥିତି। କିନ୍ତୁ ତାଙ୍କର ‘ନାରାୟଣ’ ନାମ ଜଳ ସହିତ ସଂପୃକ୍ତ। ତେଣୁ ପୁରୁଷୋତ୍ତମ ଦାସ ସେଥିରେ କହିଛନ୍ତି- ଗଙ୍ଗାନାରାୟଣଙ୍କୁ ସ୍ମରଣ କରି ଯେକୌଣସି ଜଳରେ ସ୍ନାନ କଲେ ମଧ୍ୟ ସର୍ବପାପରୁ ମୁକ୍ତି ମିଳେ। ‘ଗଙ୍ଗା ମାହାତ୍ମ୍ୟ’ର ଉପରୋକ୍ତ ସୁଭାଷିତରେ ସେ କହିଛନ୍ତି- ‘ସାଗରଗାମୀ ବୃହତ୍ ଜଳଧାରା, ହ୍ରଦ, କୂଅ, ଖାଇ, ପୋଖରୀ, ନଦୀ ଆଦି ଯେ କୌଣସି ଜଳରେ ସ୍ନାନ କରିବା ବେଳେ ଯଦି ଗଙ୍ଗାନାରାୟଣ ସ୍ମରଣ ଓ ଉଚ୍ଚାରଣ କରି ସେହି ସ୍ନାନ କରାଯାଏ ତେବେ ସମସ୍ତ ସଂଚିତ ପାପ ଦୂର ହୁଏ। ଅନ୍ତକାଳରେ ବିଷ୍ଣୁଲୋକ ଲାଭ ହୁଏ।
ସୁଭାଷିତ: ସବୁ ସ୍ନାନଘାଟର ଜଳ ଗଙ୍ଗାନାରାୟଣ
ଓଡ଼ିଆରେ ଗୋଟିଏ ଲୋକୋକ୍ତି ଅଛି, ‘‘ମନ ଦୃଢ଼ ଥିଲେ ଗାଡ଼ିଆ ଗଙ୍ଗା।’’ ଏହା କେବଳ କଥାର କଥା ନୁହେଁ। ଏହା ପଛରେ ଆମର ପରମ୍ପରା ଓ ଐତିହ୍ୟର ସମର୍ଥନ ରହିଛି। ଆମେ ଯେତେେବେଳ କୌଣସି...
/sambad/media/media_files/2025/05/29/DgYob2PHPsbloqQuFBsE.jpg)