ମାନ ଗୃହଂ ଗୃହମିତ୍ୟାହୁର୍ଗୃହିଣୀ ଗୃହମୁଚ୍ୟତେ।
ଗୃହଂ ତୁ ଗୃହିଣୀହୀନମରଣ୍ୟସଦୃଶଂ ମତମ୍ ାା
-ମହାଭାରତ, ଶାନ୍ତିପର୍ବ, ୧୪୫
ର୍ଗଶିର ଲକ୍ଷ୍ମୀଙ୍କ ମାସ। ଏହା ମଧ୍ୟ ବିଷ୍ଣୁଙ୍କ ମାସ। କାରଣ, ‘ଗୀତା’ରେ ଭଗବାନ୍ ଶ୍ରୀକୃଷ୍ଣ କହିଛନ୍ତି, ‘‘ମାସାନାଂ ମାର୍ଗଶୀର୍ଷୋଽହମ୍!’’; ‘‘ମୁଁ ମାସମାନଙ୍କ ମଧ୍ୟରେ ମାର୍ଗଶିର।’’ ବିଷ୍ଣୁ ଓ ଲକ୍ଷ୍ମୀଙ୍କର ଏକାନ୍ତ ସ୍ଥିତି ଶାସ୍ତ୍ର ପୁରାଣମାନଙ୍କରେ ବର୍ଣ୍ଣିତ ହୋଇଆସିଛି। କୁହାଯାଇଛି- ବିଷ୍ଣୁ ଜଗତ୍ପିତା ଓ ଲକ୍ଷ୍ମୀ ଜଗନ୍ମାତା। ସେଥିପାଇଁ ‘ଅମରକୋଷ’ରେ ଲକ୍ଷ୍ମୀଙ୍କର ଅନ୍ୟନାମ ‘ଲୋକମାତା’।
ସୁଗୃହିଣୀ ଭାବରେ ଲକ୍ଷ୍ମୀ ସୁବିଦିତା। ‘ଗୃହିଣୀ’ର ଓଡ଼ିଆ ପ୍ରତିଶବ୍ଦ ‘ଘରଣୀ’। ‘ମହାଭାରତ-ଶାନ୍ତିପର୍ବ’ର ଉପରୋକ୍ତ ସୁଭାଷିତ ଏହି ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ।
ଏହାର ଅର୍ଥ- ପଣ୍ଡିତମାନେ କେବଳ ବାସସ୍ଥାନ ବା ନିବାସକୁ ଗୃହ କହନ୍ତି ନାହିଁ; ସେମାନେ ଗୃହିଣୀଙ୍କୁ ମଧ୍ୟ ଗୃହ କହନ୍ତି। ଯେଉଁ ଗୃହ ଗୃହିଣୀହୀନ ସେ ଗୃହ ଅରଣ୍ୟ ସଦୃଶ।
ଶାସ୍ତ୍ରଗ୍ରନ୍ଥମାନଙ୍କରେ ଏହି ଶ୍ଳୋକଟି କିଞ୍ଚିତ୍ ଭିନ୍ନ ଭିନ୍ନ ଭାବରେ ମିଳେ। ଗୋଟିଏ ଶ୍ଳୋକରେ ‘ଅରଣ୍ୟ’ ପରିବର୍ତ୍ତେ ‘କାନ୍ତାର’ ଶବ୍ଦ ଦେଖାଯାଏ। ‘ଉଦ୍ବାହ ତତ୍ତ୍ବ’ରେ ଏ ପ୍ରସଙ୍ଗରେ ଥିବା ଶ୍ଳୋକଟି ହେଉଛି- ‘ନ ଗୃହଂ ଗୃହମିତ୍ୟାହୁ ର୍ଗୃହିଣୀ ଗୃହ ମୁଚ୍ୟତେ। ତୟା ହି ସହିତ ସର୍ବାନ୍ ପୁରୁଷାର୍ଥାନ୍ ସମଶ୍ନୁତେ।’’ ଅର୍ଥାତ୍ ପଣ୍ଡିତମାନେ କେବଳ ନିବାସ ସ୍ଥାନକୁ ଗୃହ କହନ୍ତି ନାହିଁ; ଗୃହିଣୀକୁ ମଧ୍ୟ ଗୃହ କହନ୍ତି। ଗୃହସ୍ଥ ଗୃହିଣୀ ବା ଭାର୍ଯ୍ୟା ସହିତ ଧର୍ମ, ଅର୍ଥ, କାମ ଓ ମୋକ୍ଷ- ଏହି ଚତୁର୍ବର୍ଗ ସୁଖ ଭୋଗ କରିଥାଏ।
ଆମ ଓଡ଼ିଆରେ ଏହାକୁ ଅତି ସରଳ ଓ ହୃଦୟଗ୍ରାହୀ ଭାଷାରେ କୁହାଯାଇଛି- ‘‘ଘରକୁ ସୁନ୍ଦର ଦିଶେ ଘରଣୀ ଥିଲେ।’’