ତୁଳସୀ ଥାଇ ଯେଉଁ ଦ୍ବାରେ।
ସମସ୍ତ ତୀର୍ଥ ସେହିଠାରେ ାା
-ମାଘ ମାହାତ୍ମ୍ୟ, ୨୧ ଅଧ୍ୟାୟ
ବହୁ ଶାସ୍ତ୍ର, ଗ୍ରନ୍ଥ, ପୁରାଣରେ ତୁଳସୀବୃକ୍ଷଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ‘ମାଘ ମାହାତ୍ମ୍ୟ’ ସେଥି ମଧ୍ୟରୁ ଅନ୍ୟତମ।
‘ମାଘ ମାହାତ୍ମ୍ୟ’ର ଏକବିଂଶ ଅଧ୍ୟାୟର ପ୍ରସଙ୍ଗ ହେଉଛି ‘ପାପପୁଣ୍ୟ ପ୍ରସ୍ତାବ କଥନ’। ସେହି ପ୍ରସଙ୍ଗରେ ତୁଳସୀ ବୃକ୍ଷର ମାହାତ୍ମ୍ୟ ଖୁବ୍ ସୁନ୍ଦର ଓ ଭାବପୂର୍ଣ୍ଣ ଭାବରେ ବର୍ଣ୍ଣିତ ହୋଇଛି।
ସେଥିରେ ଶ୍ରୀକୃଷ୍ଣ ଉଦ୍ଧବଙ୍କୁ କହିଛନ୍ତି- ହେ ଉଦ୍ଧବ! କେଉଁ ପ୍ରାଣୀ କେଉଁ କର୍ମଫଳରୁ ଯମଦଣ୍ଡ ପାଇ ଘୋର ନର୍କରେ ପଡ଼େ, ସେ କଥା ମୁଁ ତୁମ୍ଭଙ୍କୁ କହିଲି। ଏବେ ତୁଳସୀ ବୃକ୍ଷଙ୍କ ସେବାର ପୁଣ୍ୟଫଳ କଥା କହୁଛି, ଶୁଣ।
ତାହାପରେ, ଶ୍ରୀକୃଷ୍ଣ କହିଛନ୍ତି- ଯେ ତୁଳସୀଙ୍କର ସେବା କରେ, ତା’ର ଅଶେଷ ପୁଣ୍ୟ ଲାଭହୁଏ। ସେହି ପୁଣ୍ୟ ଫଳରେ ବିଷ୍ଣୁ ତା’ର ସଖା ହୁଅନ୍ତି। ଯେଉଁ ଦ୍ବାରରେ ତୁଳସୀ ଥାଏ, ସମସ୍ତ ତୀର୍ଥ ସେହିଠାରେ ନିବାସ କରନ୍ତି।
ଏ ପ୍ରସଙ୍ଗରେ ଶ୍ରୀକୃଷ୍ଣ କହିଛନ୍ତି- ହେ ଉଦ୍ଧବ! ଶୁଣ! ତୁଳସୀ ମୋର ପ୍ରିୟା। ପ୍ରତ୍ୟକ୍ଷରେ ସେ ଶ୍ରୀୟା। ତୁଳସୀ ବନ ଯେଉଁଠାରେ, ମୁଁ ସେହିଠାରେ ବାସ କରେ। କ୍ଷଣକ ପାଇଁ ମଧ୍ୟ ସେଠାରୁ ଅନ୍ତର ହୁଏନାହିଁ। ତୁଳସୀ ମୂଳରେ ଗଙ୍ଗା ବିରାଜମାନ କରନ୍ତି ଏବଂ ତାହାର ଶାଖାରେ ମୁଁ ବିରାଜିତ ରହିଥାଏ। ତୁଳସୀର ପତ୍ରରେ ସମସ୍ତ ଦେବତା ଏବଂ ତାହାର ଜଟାରେ ଈଶ୍ବର-ପାର୍ବତୀ ଅବସ୍ଥାନ କରନ୍ତି।
ଶ୍ରୀକୃଷ୍ଣ ଆହୁରି ମଧ୍ୟ କହିଛନ୍ତି- ହେ ଉଦ୍ଧବ! ଯେଉଁଠାରେ ତୁଳସୀ ବୃକ୍ଷ, ସେଠାରେ ନାରାୟଣ ବିଜେ କରୁଥିବାରୁ, ମୁଁ ତୁଳସୀଙ୍କୁ ନିମିଷକ ପାଇଁ ମଧ୍ୟ ଦୂର ନ କରି ନିଜର ଅଙ୍ଗରେ ଧାରଣ କରିଥାଏ। ଯେଉଁ ଦ୍ରବ୍ୟରେ ତୁଳସୀଦଳ ପଡ଼େ ସେ ଦ୍ରବ୍ୟ ପ୍ରତିଷ୍ଠା ପାଏ। ତୁଳସୀଦଳ ପଡ଼ି ପ୍ରତିଷ୍ଠା ନ ହୋଇଥିଲେ କୌଣସି ଦ୍ରବ୍ୟ ମୁଁ ଗ୍ରହଣ କରେନାହିଁ।
ସୁଭାଷିତ: ତୁଳସୀ ଯେଉଁଠି ସବୁତୀର୍ଥ ସେଇଠି
ବହୁ ଶାସ୍ତ୍ର, ଗ୍ରନ୍ଥ, ପୁରାଣରେ ତୁଳସୀବୃକ୍ଷଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଛି। ‘ମାଘ ମାହାତ୍ମ୍ୟ’ ସେଥି ମଧ୍ୟରୁ ଅନ୍ୟତମ। ‘ମାଘ ମାହାତ୍ମ୍ୟ’ର ଏକବିଂଶ ଅଧ୍ୟାୟର ପ୍ରସଙ୍ଗ ହେଉଛି ‘ପାପପୁଣ୍ୟ ପ୍ରସ୍ତାବ କଥନ’।
/sambad/media/media_files/2025/02/07/kQ1CnvEld6EUGE6XgITL.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)