ନୂଆଦିଲ୍ଲୀ: ବିବାହର ୨ସପ୍ତାହ ପରେ ଛାଡ଼ି ଚାଲିଗଲା ସ୍ବାମୀ। ପାଠ ପଢ଼ି ଆଇଆରଏସ ହେଲେ ମହିଳା। କଲେଜ ପାଠପଢ଼ା ସରିବା ପରେ ଘର ଲୋକେ ୨୬ବର୍ଷ ବୟସରେ ବିବାହ କରାଇଦେଇଥିଲେ। ଜ୍ବାଇଁ ପ୍ରବାସୀ ଭାରତୀୟ ହୋଇଥିବା ସହ ନ୍ୟୁଜିଲ୍ୟାଣ୍ଡରେ ରହି ଚାକିରି କରୁଥିବାରୁ ଭଲ ପାତ୍ର ବୋଲି ଭାବି ପରିବାର ଲେ‌ାକେ ଝିଅର ବିବାହ କରାଇଥିଲେ। ହେଲେ ବିବାହର ମାତ୍ର ୨ସପ୍ତାହ ପରେ କିଛି ଏଭଳି ଘଟିଯିବ ବୋଲି କୋମଲ ଗଣାତ୍ରାଙ୍କୁ ଜଣାନଥିଲା।

Advertisment

ଆଜି ଆମେ କୋମଲ ଗଣାତ୍ରାଙ୍କ ଅନୁପ୍ରାଣିତ କଲା ଭଳି କାହାଣୀ ବିଷୟରେ ଆପଣଙ୍କୁ ଜଣାଇବୁ। ସବୁ ସାଧାରଣ ଝିଅମାନଙ୍କ ଭଳି ସେ ବି ବିବାହ କରି ନିଜ ଜୀବନସାଥୀଙ୍କ ସହ ସୁଖର ସଂସାର କରିବେ ବୋଲି ଭାବିଥିଲେ। ହେଲେ ଏଭଳି ତାଙ୍କ ସ୍ବପ୍ନ ଭାଙ୍ଗିଯିବ ବୋଲି ସେ ଜାଣିନଥିଲେ। ବିବାହ ପରେ ତାଙ୍କ ସ୍ବାମୀ ନ୍ୟୁଜିଲ୍ୟାଣ୍ଡ ଚାଲିଯାଇଥିବା ବେଳେ ଆଉ ଫେରିନଥିଲେ। ସ୍ବାମୀ ଏଭଳି ହାତ ଛାଡ଼ିବା ପରେ କ’ଣ କରିବେ କ’ଣ ନକରିବେ, ତାହା ଜାଣିପାରୁନଥିଲେ କୋମଲ। ଏହି ସମୟରେ ତାଙ୍କୁ ସାହାରା ଦେବାକୁ ଆଗେଇ ଆସିଥିଲେ ତାଙ୍କ ବାପା।

publive-image aajtak

ବିବାହ ଭାଙ୍ଗିବା ପରେ ୟୁପିଏସସି ପରୀକ୍ଷା ଦେବାକୁ କୋମଲଙ୍କୁ ତାଙ୍କ ବାପା ଅନୁପ୍ରାଣିତ କରିଥିଲେ। ହେଲେ ଏହା ଏତେ ସହଜ ନଥିଲା। ବାରମ୍ବାର ତାଙ୍କୁ ୟୁପିଏସସି ପରୀକ୍ଷାରେ ଅସଫଳ ହେବାକୁ ପଡ଼ିଥିଲା। କିନ୍ତୁ ସେ ହାର ମାନି ନଥିଲେ। ୩ଥର ଅସଫଳ ହେବା ପରେ ‌ସେ ଚତୁର୍ଥ ଥର ୟୁପିଏସସି ପରୀକ୍ଷା ପାସ୍ କରି ଏବେ ଭାରତୀୟ ରାଜସ୍ୱ ସେବା (ଆଇଆରଏସ)ରେ ଅଫିସର ଥିବା ଜଣାପଡ଼ିଛି।

ତେବେ ୟୁପିଏସସି ପାଇଁ ପ୍ରସ୍ତୁତି କରୁଥିବା ବେଳେ କୋମଲ ଶିକ୍ଷକତା କରି ନିଜର ପେଟ ପୋଷୁଥିଲେ ବୋଲି ଜଣାପଡ଼ିଛି।