ମୁମ୍ବାଇ: ପ୍ରତ୍ୟେକ ନାରୀଙ୍କ ଭିତରେ ଲୁଚି ରହିଛି ସବୁ କରି ପାରିବାର ଶକ୍ତି। କେବଳ ସେ ଶକ୍ତିକୁ ନାରୀ ନିଜେ ଚିହ୍ନିଲେ ହେଲା। ଆମେ ଆଜି ଆପଣଙ୍କୁ ଏପରି ଜଣେ ନାରୀଙ୍କ ବିଷୟରେ କହିବୁ, ଯିଏକି ଅତୀତରେ ଘରୋଇ ହିଂସାର ଶିକାର ହୋଇଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଜଣେ ସଫଳ ଉଦ୍ୟୋଗୀ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି।

Advertisment

ସେ ହେଉଛି ମହାରାଷ୍ଟ୍ରର ଅକୋଲା ଜିଲ୍ଳାର କଳ୍ପନା ସରୋଜ। ଜୀବନ ତାଙ୍କର ଅନେକ ପରୀକ୍ଷା ନେଇଛି। ସେ ବର୍ଷ ବର୍ଷ ଧରି ଦାରିଦ୍ର୍ୟର ଶିକାର ହୋଇଛନ୍ତି। ଘରୋଇ ହିଂସା ସହିଛନ୍ତି। ସମାଜର ନିନ୍ଦା, ଅପମାନର ବି ଶିକାର ପାଲଟିଛନ୍ତି। ତଥାପି ମଧ୍ୟ ନିଜକୁ ଦୁର୍ବଳ ହେବାକୁ ନଦେଇ କଳ୍ପନା ଆଗକୁ ବଢ଼ି ଚାଲିଛନ୍ତି। ଏବେ ତାଙ୍କର କୋଟି କୋଟି ଟଙ୍କା ମୂଲ୍ୟର ଏକ ବ୍ୟବସାୟିକ ସାମ୍ରାଜ୍ୟ ଅଛି, ହେଲେ ଦିନେ ସେ ୨ ଟଙ୍କାର ମଜୁରିରୁ କାମ ଆରମ୍ଭ କରିଥିଲେ।

ପିଲାଦିନରୁ କଳ୍ପନା ପାଠ ପଢ଼ିବାକୁ ବହୁତ ଭଲ ପାଉଥିଲେ। ହେଲେ ପରିବାରର ଆର୍ଥିକ ସମସ୍ୟା ହେତୁ ସେ ଅଧିକ ପଢ଼ି ପାରିନଥିଲେ। ସେ ଗାଁର ସରକାରୀ ବିଦ୍ୟାଳୟରେ ପାଠ ପଢୁଥିଲେ। ମାତ୍ର ସେ ଦଳିତ ସମାଜର ହୋଇଥିବାରୁ ତାଙ୍କୁ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼ିଥିଲା। ସହପାଠୀମାନେ ତାଙ୍କୁ ଥଟ୍ଟା କରୁଥି‌ଲେ। କିଛି ବର୍ଷ ପାଠ ପଢ଼ିବା ପରେ ସେ ସ୍କୁଲ୍‌ ଯିବା ବନ୍ଦ କରି ଦେଇଥିଲେ।

ନିଜକୁ ମାତ୍ର ୧୨ ବର୍ଷ ବୟସ ହୋଇଥିବା ବେଳେ କଳ୍ପନା ତାଙ୍କଠାରୁ ୧୦ ବର୍ଷ ବଡ଼ ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ମୁମ୍ବାଇର ଏକ ବସ୍ତିରେ ରହୁଥିଲେ। ଶାଶୂଘରେ ତାଙ୍କ ଜୀବନ ଯେପରି ନର୍କ ପାଲଟି ଯାଇଥିଲା। ସ୍ବାମୀଙ୍କ ସହ ତାଙ୍କ ମନୋଭାବ ଆଦୌ ମିଶୁନଥିଲା। ଟିକି ଟିକି କଥାରେ ପାଟିତୁଣ୍ଡ ହେଉଥିଲା। ସ୍ବାମୀଙ୍କ ସମେତ ଶଶୁରଘର ଲୋକ ମିଶି କଳ୍ପନାକୁ ମାରଧର ବି କରୁଥିଲେ।

ବିବାହର କିଛି ମାସ ମଧ୍ୟରେ ସେ ଶାଶୂଘର ଛାଡ଼ି ବାପ ଘରକୁ ଚାଲି ଯାଇଥିଲେ। ବିବାହିତା ଝିଅ ବାପଘରେ ରହୁଥିବା କାରଣରୁ ତାଙ୍କୁ ଅନେକ ଜଣଙ୍କଠାରୁ ଅନେକ କଥା ଶୁଣିବାକୁ ପଡୁଥିଲା। ଏପରିକି ଦିନେ କଳ୍ପନା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ ବି କରିଥିଲେ। ଈଶ୍ବରଙ୍କ କୃପାରୁ ଉଚିତ ସମୟରେ ହସ୍ପିଟାଲ୍‌ ନିଆଯିବାରୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା।

କଳ୍ପନାଙ୍କ ବାପା ଜଣେ କନ୍‌ଷ୍ଟେବଲ୍‌ ଥିବା ବେଳେ ସେ ତାଙ୍କ ଉପରେ ବୋଝ ହେବାକୁ ଚାହୁଁନଥିଲେ। ତାପରେ ସେ ୫୦ ହଜାର ଟଙ୍କା ଋଣ ନେଇ ସିଲେଇ ମେସିନ୍‌ କିଣିବା ସହ ନିଜର ଏକ ବୁଟିକ୍‌ ଖୋଲିଲେ। ତାଙ୍କ କାମ ଭଲ ଚାଲିଲା। ତାଙ୍କୁ ୨୨ ବର୍ଷ ବୟସ ହେଲା ବେଳକୁ ସେ ଏକ ଦୋକାନ କରିଲେ। ତାପରେ ନିଜ ଗୋଡ଼ରେ ଛିଡ଼ା‌ ହେବା ପରେ ଦ୍ବିତୀୟ ବିବାହ କଲେ କଳ୍ପନା। ହେଲେ ୧୯୮୯ ମସିହାରେ ତାଙ୍କ ଜୀବନରେ ଆସିଲା ଭିନ୍ନ ଏକ ମୋଡ଼। କଳ୍ପନାଙ୍କ ସ୍ବାମୀଙ୍କର ଦେହାନ୍ତ ହୋଇଗଲା। ତାଙ୍କର ଗୋଟାଏ ପୁଅ ଓ ଗୋଟାଏ ଝିଅଙ୍କୁ ନେଇ ସେ ଆଗକୁ ବଢ଼ିଲେ।

ସେହି ସମୟରେ ସୁପ୍ରିମକୋର୍ଟଙ୍କ ଏକ ବଡ ନିଷ୍ପତ୍ତି କଳ୍ପନାଙ୍କ ଭାଗ୍ୟ ବଦଳାଇ ଦେଲା। ଏହି ନିଷ୍ପତ୍ତି ‘କମାନି ଟ୍ୟୁବ୍ସ’ ନାମକ ଏକ କମ୍ପାନି ସହ ଜଡ଼ିତ ଥିଲା। ୧୭ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବା ଏହି କମ୍ପାନିକୁ କୋର୍ଟ ମାଲିକଙ୍କ ହାତରୁ ନେଇ କର୍ମଚାରୀଙ୍କୁ ଚଳାଇବାର ଅନୁମତି ଦେଲେ। କର୍ମଚାରୀମାନେ କଳ୍ପନାଙ୍କ ସାହାଯ୍ୟ ମାଗିଲେ। ‌କଳ୍ପନା ବି କମ୍ପାନିକୁ ଋଣ ମୁକ୍ତ କରିଦେଲେ। ୨୦୦୬ ମସିହାରେ ଏହି କମ୍ପାନି କଳ୍ପନାଙ୍କ ହାତକୁ ଆସିଗଲା। ଏପରିକି କଳ୍ପନାଙ୍କୁ ତାଙ୍କ ସଫଳତା ପାଇଁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଆଜି ସେ କୋଟି କୋଟି ଟଙ୍କାର ମାଲିକାଣୀ